ETV Bharat / state

ଦାୟିତ୍ବ ନେଲେ ନୂଆ ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଅନୁସୂଚିତ ଓ ଦୁର୍ବଳ ଶ୍ରେଣୀକୁ ଦେବେ ଗୁରୁତ୍ୱ

author img

By ETV Bharat Odisha Team

Published : Jan 29, 2024, 3:31 PM IST

New Commissioner For Twin City:ଟ୍ବିନ୍ ସିଟିର ନୂଆ ପୋଲିସ କମିଶନର ଭାବେ ବରିଷ୍ଠ IPS ସଞ୍ଜୀବ ପଣ୍ଡା ଦାୟିତ୍ବ ଗ୍ରହଣ କରିଛନ୍ତି । କମିଶନରେଟ୍ ପୋଲିସ କାର୍ଯ୍ୟାଳୟରେ ସଞ୍ଜୀବ ପଣ୍ଡା ଦାୟିତ୍ବ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

ଦାୟିତ୍ବ ନେଲେ ନୂଆ ପୋଲିସ କମିଶନର ସଞ୍ଜୀବ ପଣ୍ଡା
ଦାୟିତ୍ବ ନେଲେ ନୂଆ ପୋଲିସ କମିଶନର ସଞ୍ଜୀବ ପଣ୍ଡା

ଦାୟିତ୍ବ ନେଲେ ନୂଆ ପୋଲିସ କମିଶନର ସଞ୍ଜୀବ ପଣ୍ଡା
ଦାୟିତ୍ବ ନେଲେ ନୂଆ ପୋଲିସ କମିଶନର ସଞ୍ଜୀବ ପଣ୍ଡା

ଭୁବନେଶ୍ବର: ଟ୍ବିନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା । ଆଜି ବିଦାୟୀ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ଏହି ସମୟରେ ନୂଆ କମିଶନରଙ୍କୁ କଟକ-ଭୁବନେଶ୍ବରର ପୋଲିସ ଅଧିକାରୀ ଭେଟିଛନ୍ତି ।

ଏହି ଅବସରରେ ନୂଆ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ତାହାକୁ କିପରି ସୁରଖୁରୁରେ ସମ୍ପାଦନ କରାଯିବ ସେଥି ନିମନ୍ତେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବୁ । ଅନୁସୂଚିତ ଜାତି ଓ ଦୁର୍ବଳ ଶ୍ରେଣୀର ମହିଳା ଓ ଶିଶୁଙ୍କ ସମସ୍ୟା ପ୍ରତି ସ୍ବତନ୍ତ୍ର ଭାବେ ସାମାଧାନ କରିବାକୁ ଚେଷ୍ଟା କରିବୁ । ଏଥିସହ ୫ଟି ଓ ମୋ’ ସରକାରର ସମସ୍ତ ନିୟମ ଅନୁପାଳନ କରିବୁ। ଏହାଦ୍ୱାରା ପୋଲିସ୍‌ ସାଧାରଣ ଲୋକଙ୍କ ନିକଟତର ହେବା ସହ ଅଧିକ ସେବା ଯୋଗାଇ ଦେଇ ପାରିବ ।

ତେବେ ବରିଷ୍ଠ ଆଇପିଏସ୍‌ ସଞ୍ଜୀବ ପଣ୍ଡା ଦ୍ୱୈତନଗରୀର ପୋଲିସ କମିଶନର ଦାୟିତ୍ୱ ନେଇଛନ୍ତି । ୧୯୯୪ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୀବ ପଣ୍ଡା ଓଡ଼ିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ସହ ଗୁଇନ୍ଦା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ସେ ୧୦ ତମ ପୋଲିସ କମିଶନର ଭାବେ କଟକ-ଭୁବନେଶ୍ୱରର ସୁରକ୍ଷା ଦାୟିତ୍ୱ ନେଇଛନ୍ତି । ସାଧାରଣ ଓ ବିଧାନସଭା ନିର୍ବାଚନ ପୂର୍ବରୁ ବରିଷ୍ଠ ଆଇପିଏସ୍ ଅଫିସରମାନଙ୍କ ମଧ୍ୟରେ ବଡ଼ ଧରଣର ଅଦଳବଦଳ କରାଯାଇଥିଲା । ରାଜ୍ୟ ସରକାର ୧୯୯୪ ବ୍ୟାଚ୍‌ର ଅଧିକାରୀ ସଞ୍ଜୀବ ପଣ୍ଡାଙ୍କୁ ପୋଲିସ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି । ଏହି ଅବସରରେ କମିଶନର କହିଛନ୍ତି, "ଅନୁସୂଚିତ ଓ ଦୁର୍ବଳ ଶ୍ରେଣୀକୁ ଦେବେ ଗୁରୁତ୍ୱ ।"

ଏହା ମଧ୍ୟ ପଢନ୍ତୁ- ନିର୍ବାଚନ ପୂର୍ବରୁ IPS ଅଦଳବଦଳ; ସଞ୍ଜୀବ ପଣ୍ଡା ନୂଆ ପୋଲିସ କମିଶନର, ସୌମେନ୍ଦ୍ର ହେଲେ ଗୁଇନ୍ଦା ନିର୍ଦ୍ଦେଶକ

ପ୍ରକାଶ ଥାଉକି, ପୋଲିସ କମିସନର ଭାବେ ଯୋଗ ଦେବା ପୂର୍ବରୁ ଗୁଇନ୍ଦା ବିଭାଗର ନିର୍ଦେଶକ ଭାବେ କାର୍ଯ ତୁଲାଇଛନ୍ତି ସଞ୍ଜୀବ ପଣ୍ଡା । ତାଙ୍କ ସମୟରେ ନକ୍ସଲ ଦମନ ଓ ଗୁଇନ୍ଦା ବିଭାଗରେ ସଶକ୍ତିକରଣ ଦିଗରେ ଅନେକ ଗୁରୁତ୍ତ୍ୱପୂର୍ଣ ଭୂମିକା ନେଇଛନ୍ତି । ଏପରିକି ଏହା ପୂର୍ବରୁ ସେ କ୍ରାଇମବ୍ରାଞ୍ଚର ଏଡିଜି ଭାବେ ମଧ୍ୟ ଦାୟିତ୍ବ ତୁଲାଇ ସାରିଛନ୍ତି । ସଂଗଠିତ ଅପରାଧ,ବଡ ଧରଣର ଠକେଇ ଭଳି ନିଶା କାରବାର ଓ ସାଇବର ଅପରାଧ ନିୟନ୍ତ୍ରଣ ଭଳି ଗୁରୁ ଦାୟିତ୍ବ‌ ମଧ୍ୟ ପୂର୍ବରୁ ତୁଲାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.