ETV Bharat / state

ପୁସିଙ୍ଗ ବ୍ରିଜ ଦାବି ନେଇ ଗ୍ରାମବାସୀଙ୍କ 4 ଘଣ୍ଟା ଧାରଣା, କୋରାପୁଟ-ବିଶାଖାପାଟଣା ରେଳ ଚଳାଚଳ ବାଧାପ୍ରାପ୍ତ

author img

By ETV Bharat Odisha Team

Published : Mar 3, 2024, 10:30 PM IST

ପୁସିଙ୍ଗ ବ୍ରିଜ ଦାବି ନେଇ ଗ୍ରାମବାସୀଙ୍କ 4 ଘଣ୍ଟା ରେଳ ରୋକ , କୋରାପୁଟ-ବିଶାଖାପାଟଣା ରେଳଚଳାଚଳ ବାଧାପ୍ରାପ୍ତ
ପୁସିଙ୍ଗ ବ୍ରିଜ ଦାବି ନେଇ ଗ୍ରାମବାସୀଙ୍କ 4 ଘଣ୍ଟା ରେଳ ରୋକ , କୋରାପୁଟ-ବିଶାଖାପାଟଣା ରେଳଚଳାଚଳ ବାଧାପ୍ରାପ୍ତ

Tribal Villagers Protest And Block Rail Line : ସଦର ମହକୁମା ବଡ ସୁକୁ ପଞ୍ଚାୟତର ଘାଟ ମୁନ୍ଦାର ଓ ତିଆଡ଼ିପୁଟ ଗ୍ରାମରେ ପୁସିଙ୍ଗ ବ୍ରିଜ ନିର୍ମାଣ କରିବା ପାଇଁ ଦାବି କରି 5 ଖଣ୍ଡ ଗ୍ରାମର ଗ୍ରାମବାସୀଙ୍କ ରେଳରୋକ୍ । ରେଳ ବିଭାଗ ତରଫରୁ ଏକ ପ୍ରତିଶୃତି ଦିଆଯିବା ପରେ ଗ୍ରାମବାସୀ ରେଳ ଧାରଣାରୁ ଓହରିଥିଲେ । ଅଧିକ ପଢନ୍ତୁ

ପୁସିଙ୍ଗ ବ୍ରିଜ ଦାବି ନେଇ ଗ୍ରାମବାସୀଙ୍କ 4 ଘଣ୍ଟା ରେଳ ରୋକ , କୋରାପୁଟ-ବିଶାଖାପାଟଣା ରେଳଚଳାଚଳ ବାଧାପ୍ରାପ୍ତ

କୋରାପୁଟ: ପୁସିଙ୍ଗ ବ୍ରିଜ ଦାବି ନେଇ ରୋଳ ରୋକ୍ । କୋରାପୁଟ ଜିଲ୍ଲାର ସଦର ମହକୁମା ବଡ ସୁକୁ ପଞ୍ଚାୟତର ଘାଟ ମୁନ୍ଦାର ଓ ତିଆଡ଼ିପୁଟ ଗ୍ରାମରେ ପୁସିଙ୍ଗ ବ୍ରିଜ ନିର୍ମାଣ କରିବା ପାଇଁ ଦାବି କରି 5 ଖଣ୍ଡ ଗ୍ରାମର ଗ୍ରାମବାସୀ ରେଳରୋକ୍ କରିଥିଲେ । ଗ୍ରାମବାସୀ ମାନେ କୋରାପୁଟ - ବିଶାଖାପାଟଣା ରେଳ ଧାରଣା ଉପରେ ଧାରଣା ଦେଇଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ ଗ୍ରାମର ଗୋଟେ ପଟେ କୋଲାବ ନଦୀ ଓ ଅନ୍ୟପଟେ ରେଳ ଲାଇନ ଯାଇଛି । ବର୍ଷା ଦିନରେ କୋଲାବ ନଦୀ ଦୁଃଖ ଦେଉଥିବା ବେଳେ ଅନ୍ୟ ପଟେ ଗ୍ରାମ ଦେଇ ଯାଇଥିବା ରେଳଲାଇନ ସେଇ ଦୁଃଖକୁ ଆହୁରି ଦ୍ଵିଗୁଣିତ କରିଦେଉଛି ।

ରେଳ ଲାଇନ ଦେଇ ପ୍ରତିଦିନ 5 ଖଣ୍ଡ ଗ୍ରାମର ଶହ ଶହ ଲୋକେ ଯାତାୟତ କରୁଛନ୍ତି । ରେଳ ଲାଇନ ପାର କରି ପାହାଡ଼କୁ ଗୋରୁଗାଈ ଚରାଇବା ଠାରୁ ଆରମ୍ଭ କରି ଲୋକମାନେ ଜମିବାଡ଼ି ଓ ଶ୍ମଶାନକୁ ଯାତାୟତ କରୁଛନ୍ତି । ଅନେକ ସମୟରେ ରେଳଲାଇନ ପାର ହେବା ସମୟରେ ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଅକାଳରେ ମଣିଷଙ୍କ ସମେତ ଗୋରୁ ଗାଈଙ୍କ ଜୀବନ ଚାଲି ଯାଉଛି । ଏ ନେଇ ଗତ ୧ ତାରିଖରେ ଉପଜିଲ୍ଲାପାଳଙ୍କ ଅଫିସରେ ମଧ୍ୟ ମିଟିଂ ହୋଇଥିଲା । ପୁସିଙ୍ଗ ବ୍ରିଜ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ଯୋଗୁଁ ଶେଷରେ ଗ୍ରାମବାସୀ ଅତିଷ୍ଠ ହୋଇ ରେଳ ଲାଇନ ଉପରେ ଧାରଣା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ... ପୋଲ ଧାରରେ ଚାଲୁଛି ଜୀବନ, ସୁକୁ ପୋଲ ନିର୍ମାଣକୁ ନେଇ ଜବାବ ମାଗିଲେ NHRC

ଦୀର୍ଘ 4 ଘଣ୍ଟା ରେଳଲାଇନ ଉପରେ ଧାରଣାରେ ବସି ରହିବା ଯୋଗୁ କୋରାପୁଟ ବିଶାଖାପାଟଣା ରେଳ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇ ପଡିଥିଲା । କୋରାପୁଟ ଓ ସୁକୁ ଷ୍ଟେସନରେ ଟ୍ରେନ ଗୁଡିକ ଅଟକି ରହିଥିଲା । କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଏ ନେଇ ରେଳ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ରେଳ ବିଭାଗ ତରଫରୁ ଏକ ପ୍ରତିଶୃତି ଦିଆଯିବା ପରେ ଗ୍ରାମବାସୀ ରେଳ ଧାରଣାରୁ ଓହରିଥିଲେ । ପୁସିଙ୍ଗ ବ୍ରିଜ ପାଇଁ ପ୍ରାରମ୍ଭିକ ସର୍ଭେ କାମ ମଧ୍ୟ ରେଳ ବିଭାଗ ପକ୍ଷରୁ ହେବ ବୋଲି ପ୍ରତିଶୃତି ଦିଆଯାଇଛି । ଯଦି ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଶାସନ ତାର ପ୍ରତିଶୃତି ପୂରଣ ନ କରେ ତେବେ ଆଗାମୀ ସାଧାରଣ ନିର୍ବାଚନ ରେ 5 ଖଣ୍ଡ ଗ୍ରାମର ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

  • " class="align-text-top noRightClick twitterSection" data="">
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.