ETV Bharat / state

ଅବହେଳିତ ଅବସ୍ଥାରେ ପ୍ରମୁଖ ପର୍ଯ୍ୟଟନସ୍ଥଳୀ, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

author img

By ETV Bharat Odisha Team

Published : Feb 21, 2024, 2:38 PM IST

ଅବହେଳିତ ଅବସ୍ଥାରେ ଦୁଇ ପ୍ରମୁଖ ପର୍ଯ୍ୟଟନସ୍ଥଳୀ
ଅବହେଳିତ ଅବସ୍ଥାରେ ଦୁଇ ପ୍ରମୁଖ ପର୍ଯ୍ୟଟନସ୍ଥଳୀ

Boudh Tourist Places neglected: ପ୍ରଶାସନର ଆନ୍ତରିକତା ଅଭାବରୁ ଅଧପନ୍ତରିଆ ହୋଇ ପଡିରହିଛି ବୌଦ୍ଧ ଜିଲ୍ଲାର ଦୁଇ ପ୍ରମୁଖ ପର୍ଯ୍ୟଟନସ୍ଥଳୀ । ଫଳରେ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ । ଅଧିକ ପଢନ୍ତୁ,

ଅବହେଳିତ ଅବସ୍ଥାରେ ଦୁଇ ପ୍ରମୁଖ ପର୍ଯ୍ୟଟନସ୍ଥଳୀ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଭରପୁର ରହିଛି ପର୍ଯ୍ୟଟନସ୍ଥଳୀ । ହେଲେ ପ୍ରଶାସନର ଆନ୍ତରିକତା ଅଭାବରୁ ଅଧପନ୍ତରିଆ ହୋଇ ପଡିରହିଛି ଜିଲ୍ଲାର ଦୁଇ ପ୍ରମୁଖ ପର୍ଯ୍ୟଟନସ୍ଥଳୀ । ଫଳରେ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପର୍ଯ୍ୟଟନସ୍ଥଳୀ । ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ଅପରୂପ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନ ସହିତ ମହାନଦୀର ସୁବିସ୍ତ୍ରୃତ ନୀଳ ଜଳରାଶି ତଥା ବାଲୁକା ଶଯ୍ୟା ବର୍ଷ ତମାମ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥାଏ । ତେଣୁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କୋଡ଼ିଏରୁ ଉର୍ଦ୍ଧ୍ବ ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳକୁ ଅକ୍ସି ଟୁରିଜିମ ମାଧ୍ୟମରେ ଏହାର ବିକାଶ ପାଇଁ ପ୍ରାୟ ଚାରି ବର୍ଷ ତଳେ ଉଦ୍ୟମ ଆରମ୍ଭ କରିଥଲା । ସେହିପରି ଜିଲ୍ଲାର ହରଭଙ୍ଗା ବ୍ଲକରେ ଏଭଳି ଦୁଇଟି ସୌନ୍ଦର୍ଯ୍ୟରେ ଭରପୂର ଅଞ୍ଚଳ ହେଲା ବୀରନରସିଂହପୁର ପଞ୍ଚାୟତ ର ନୂଆପଡ଼ା ଅଞ୍ଚଳ ଓ ବାମଣ୍ଡା ପଞ୍ଚାୟତର ନାଏକପଡା ଗୁମ୍ଫା ବନାନୀ ସମୂହ । ବୀରନରସିଂହପୁର ଓ ମଥୁରା ପଞ୍ଚାୟତର ଅନ୍ୟୁନ ପନ୍ଦର ଶହ ଏକରରୁ ଊର୍ଦ୍ଧ୍ୱ ପରିମିତ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ସେଠାରେ ଓଡ଼ିଶାର ପ୍ରଥମ ପରିବେଶ ଭିତ୍ତିକ ସଫାରୀ ନନ୍ଦନବନ ପ୍ରକଳ୍ପ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ନନ୍ଦନବନ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିଛି ।

ଏହା ମଧ୍ୟ ପଢନ୍ତୁ- ଅବହେଳିତ ଅବସ୍ଥାରେ ପର୍ଯ୍ୟଟନକ୍ଷେତ୍ର, ବିକାଶ ପାଇଁ ଆଗକୁ ଆସିଲା ବୁଦ୍ଧିଜୀବୀ ମଞ୍ଚ

ଏଠାରେ କୈାଣସି ଉନ୍ନୟନ କାର୍ଯ୍ୟ ହେଉନଥିବାରୁ ଉକ୍ତ ଅଞ୍ଚଳର ଗଛ ସବୁ ଲୋକମାନେ କାଟି ଦେଲେଣି । ସବୁକିଛି ଠପ୍ ହୋଇ ପଡ଼ି ରହିଥିବାରୁ ଶ୍ରୀହିନ ହୋଇ ପଡ଼ିଛି ନନ୍ଦନବନ ପ୍ରକଳ୍ପ । ସେହିପରି ଜିଲ୍ଲାର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ପାତାଳୀ ଶ୍ରୀକ୍ଷେତ୍ର ନାଏକପଡା ଗୁମ୍ଫା ଅଞ୍ଚଳ ମଧ୍ୟ ବ୍ୟାପକ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ତଥା ଦୁର୍ଲଭ ଔଷଧୀୟ ଗୁଳ୍ମ ବୃକ୍ଷରେ ପରିପୂର୍ଣ୍ଣ ନାଏକପଡା ଜଙ୍ଗଲ ସମୂହର ପବିତ୍ର କାଳିଆ ପାତାଳୀ ଗୁମ୍ଫାର ଆବଶ୍ୟକତା ମୁତାବକ ବିକାଶ ହୋଇ ପାରିନଥିବା ଅଭିଯୋଗ ହୋଇଛି । ବିଶେଷ ଭାବରେ ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ବେଳେ ବର୍ତ୍ତମାନ ଏଠାରେ କୌଣସି ଉନ୍ନୟନ କାର୍ଯ୍ୟ ମଧ୍ୟ ହେଉନାହିଁ । ଏନେଇ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ଆନୁସଙ୍ଗିକ ସୁବିଧା ନ ଥିବାରୁ ମୁହଁ ଫେରାଉଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.