ETV Bharat / state

କାଳବୈଶାଖୀ ସାଜିଲା କାଳ, ରଚିଲା ତାଣ୍ଡବ ଲୀଳା - Thunderstorm

author img

By ETV Bharat Odisha Team

Published : Apr 21, 2024, 7:25 PM IST

କାଳବୈଶାଖୀ ସାଜିଲା କାଳ
କାଳବୈଶାଖୀ ସାଜିଲା କାଳ

Thunderstorm Nuapada: କାଳବୈଶାଖୀ ବର୍ଷା ପ୍ରଭାବରେ ନୂଆପଡାର ବିଭିନ୍ନ ଜାଗାରେ କ୍ଷୟକ୍ଷତି ହୋଇଛି । ଅଧିକ ପଢ଼ନ୍ତୁ

କାଳବୈଶାଖୀ ସାଜିଲା କାଳ

ନୂଆପଡା: ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ମଧ୍ୟରେ ଧସେଇ ପଶିଛି କାଳବୈଶାଖୀ । କାହା ପାଇଁ ଏ କାଳବୈଶାଖୀ ଖୁସି ଆଣିଦେଇଛି ତ ଆଉ କାହା ପାଇଁ କାଳ ସାଜିଛି । ଯାହାର ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ । କାଳବୈଶାଖୀ ତାଣ୍ଡବ ଲୀଳା, ପ୍ରବଳ ଘୁର୍ଣ୍ଣିଝଡ଼ ସହିତ କୁଆପଥର ମାଡ଼ ସହିଛି ଜିଲ୍ଲା । ଫଳରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତାଜାମ ହୋଇଥିବା ବେଳେ ଅନେକ ଘରଦ୍ବାର ଭାଙ୍ଗି ଛାରଖାର ହୋଇଯାଇଛି । ଘରଦ୍ବାର ଭାଙ୍ଗିଯିବା ଫଳରେ ଅନେକ ଲୋକ ବେସାହାରା ହୋଇଯାଇଛନ୍ତି ।

ଆଜି (ରବିବାର) ଅପରାହ୍ନ 3 ଘଣ୍ଟା ସମୟରେ ନୂଆପଡ଼ା ଜିଲ୍ଲାରେ ହଠାତ କାଳବୈଶାଖୀ ତାଣ୍ଡବ ରୂପ ଦେଖାଇଥିଲା । ଦ୍ରୁତ ବେଗରେ ପବନ ପ୍ରବାହିତ ହୋଇଥିବା ବେଳେ ପ୍ରବଳ ବର୍ଷା ଓ କୁଆପଥର ପଡ଼ିଥିଲା । ଫଳରେ ଗଛ ଗୁଡିକ ଉପୁଡି ଭାଙ୍ଗି ଯାଇଛି । ବିଶେଷ କରି ଜିଲ୍ଲାର ଖଡ଼ିଆଳ, ବୋଡେ଼ନ ଓ ସିନାପାଲି ଅଞ୍ଚଳରେ କାଳବୈଶାଖୀର ଅଧିକ ପ୍ରଭାବ ଦେଖାଦେଇଛି । ଖଡ଼ିଆଳ ସହର ସ୍ଥିତ ୱାର୍ଡ ନମ୍ବର 11 ଠାକୁରାଣୀ ସାହି ଇଲେକ୍ଟ୍ରି ଟ୍ରାସଫର୍ମର ପାଖରେ ବହୁ ପୁରୁଣା ନିମ୍ବଗଛ ଉପୁଡି ପଡିଛି । ଫଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ସେହିଭଳି ସ୍ଥାନୀୟବାସୀ ଶାନ ଶବରଙ୍କ ଘର ଆଜବେଷ୍ଟର ଭାଙ୍ଗି ଉଡିଯାଇଥିବା ବେଳେ, ତାଙ୍କ ଟ୍ରଲି ରିକ୍ସା ଉପରେ ଗଛପଡି ଚୁରମାର ହୋଇଯାଇଛି ।

ସେପଟେ ଖଡ଼ିଆଳ ସିନାପାଲି ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି । କୁଆପଥର ମାଡରେ ଗ୍ରାମାଞ୍ଚଳର ମାଟି ଛପର ଘର ଗୁଡିକ ବ୍ୟାବକ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ସ୍ଥାନରେ ତୁରନ୍ତ ଦମକଳ ବାହିନୀ ପହଞ୍ଚି ରାସ୍ତାରୁ ଗଛ ହଟାଇ ସ୍ୱାଭାବିକ ସ୍ଥିତି କରୁଥିବା ଦେଖାଦେଇଛି । ଅନ୍ୟପକ୍ଷେ ଗତ ସପ୍ତାହ ଧରି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ କଲବଲ କରୁଥିବା ବେଳେ ରବିବାର ହଠାତ କାଳବୈଶାଖୀ ବର୍ଷାରେ ଲୋକେ ଆଶ୍ୱସ୍ତ ହୋଇଥିବା ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ଛକାପଞ୍ଝା, 25ରୁ ସ୍ଥିତି ସାଙ୍ଘାତିକ - Heat Wave Alert

ସୂଚନା ଅନୁସାରେ, ରାଜ୍ୟରେ ଗ୍ରୀଷ୍ମ ଲହରୀ ମଧ୍ୟରେ କିଛି କିଛି ଜିଲ୍ଲାରେ କାଳବୈଶାଖୀ ହେବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ବିଭାଗର ଆକଳନ ଅନୁସାରେ, ଆସନ୍ତା 23 ଓ 24 ତାରିଖରେ ରାଜ୍ୟରେ ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ । ପରେ 25 ତାରିଖରୁ ପୁଣିଥରେ ତାତି ବଢ଼ିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.