ETV Bharat / state

ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ଛକାପଞ୍ଝା, 25ରୁ ସ୍ଥିତି ସାଙ୍ଘାତିକ - Heat Wave Alert

author img

By ETV Bharat Odisha Team

Published : Apr 21, 2024, 5:30 PM IST

ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ଛକାପଞ୍ଝା
ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ଛକାପଞ୍ଝା

Odisha Weather Update: ହିଟୱେଭକୁ ନେଇ ରାଜ୍ୟର 4 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି । 2 ଦିନ ପରେ ସାମାନ୍ୟ ଆଶ୍ବସ୍ତି । 25ରୁ ପୁଣି ବଢ଼ିବ ତାପମାତ୍ରା । ଅଧିକ ପଢ଼ନ୍ତୁ

ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ଛକାପଞ୍ଝା

ଭୁବନେଶ୍ବର: ପ୍ରବଳ ତାତିରେ ହନ୍ତସନ୍ତ ଓଡ଼ିଶାବାସୀ । ପ୍ରଚଣ୍ଡ ଖରା ଗୁଳୁଗୁଳି ସହ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ସ୍ଥାନେ ସ୍ଥାନେ 45 ଡିଗ୍ରୀ ପାର କଲାଣି ତାପମାତ୍ରା । ଏହାରି ଭିତରେ ହିଟୱେଭକୁ ନେଇ ରାଜ୍ୟର 4 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ରାଜ୍ୟରେ ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । 2 ଦିନ ପରେ ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିବ । ଆସନ୍ତା 25 ତାରିଖରୁ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆକାଶରୁ ଅଗ୍ନିଵର୍ଷା ହେଉଥିବା ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା । ଆଜି ସିଭିୟର ହିଟୱେଭ ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବୌଦ୍ଧ ଓ ନୂଆପଡା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ନୟାଗଡ଼, ମୟୂରଭଞ୍ଜ ଓ ବୌଦ୍ଧ ଜିଲ୍ଲାରେ ତାପମାତ୍ରା 45 ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି କିଛି ସ୍ଥାନରେ ପ୍ରଚଣ୍ଡ ପ୍ରବାହ ରହିବ । ପରେ 23 ଓ 24 ତାରିଖରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ସାମାନ୍ୟ ହ୍ରାସ ହେବ । ଏହି ସମୟରେ ଯଦିଓ ଗ୍ରୀଷ୍ମ ପ୍ରବାହ ରହିବ ନାହିଁ କିନ୍ତୁ ଉଷ୍ମ ଓ ଆଦ୍ର ସ୍ଥିତି ସହ ଗରମ ଓ ଗୁଳୁଗୁଳି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଶିଖର ଛୁଇଁଲା ତାପମାତ୍ରା, 45.2 ଡିଗ୍ରୀ ସହ ଦେଶର ସବୁଠୁ ଉତ୍ତପ୍ତ ସହର ବାରିପଦା ଓ ବୌଦ୍ଧ - Temperature Crosses 45 Degree

ସେପଟେ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାକୁ ଥିବା ବେଳେ ବିଜୁଳି ଓ ଘଡ଼ଘଡ଼ି ସହ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୪୦ରୁ ୫୦ ରହିବ । ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ତାପମାତ୍ରା ମଧ୍ୟ ଏହି ସମୟରେ ୨ରୁ ୩ଡିଗ୍ରୀ କମିବ । ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀ ବର୍ଷାର ଏହି ଛକାପଞ୍ଝା ଭିତରେ ୨୫ରୁ ପୁଣିଥରେ ତାମମାତ୍ରା ବଢ଼ିବା ସହ ପ୍ରବଳ ତାତି ଅନୁଭୂତ ହେବ । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ସହରରେ ୪୩ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ବାରିପଦା ଏବଂ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ର ୪୫.୨ ଡିଗ୍ରୀ ରେକର୍ଡ ହୋଇଥିଲା । ବାରିପଦା ଏବଂ ବୌଦ୍ଧ ରାଜ୍ୟ ସହ ଦେଶର ସବୁଠାରୁ ଉତ୍ତପ୍ତ ସହର ଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.