ଏସସିବିରେ ଅଭାବ ଯକ୍ଷ୍ମା ଔଷଧ, ରୋଗୀ ଚିକିତ୍ସାକୁ ନେଇ ପ୍ରଶ୍ନବାଚୀ ? - TB Drugs Shortage In Scb

author img

By ETV Bharat Odisha Team

Published : Apr 24, 2024, 1:05 PM IST

ଏସସିବିରେ ଅଭାବ ଯକ୍ଷ୍ମା ଔଷଧ, ରୋଗୀ ଚିକିତ୍ସାକୁ ନେଇ ପ୍ରଶ୍ନବାଚୀ?
ଏସସିବିରେ ଅଭାବ ଯକ୍ଷ୍ମା ଔଷଧ, ରୋଗୀ ଚିକିତ୍ସାକୁ ନେଇ ପ୍ରଶ୍ନବାଚୀ? ()

Shortage Of Anti TB Drugs: ବିଶ୍ଵରେ ଯକ୍ଷ୍ମା ରୋଗ ନିରାକରଣ ପାଇଁ ଯକ୍ଷ୍ମା ଔଷଧ ପ୍ରସ୍ତୁତ କରିବାରେ ଭାରତ ଏକ ନମ୍ବର ଦେଶ ରହିଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିରେ ରୋଗୀଙ୍କୁ ଔଷଧ ଯୋଗାଣରେ ଅସମର୍ଥ ସରକାର । କଟକ ଏସସିବିରେ ଅନେକ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଏବେ ଏଠାରେ ଯକ୍ଷ୍ମା ଔଷଧ ଅଭାବ ଦେଖିବାକୁ ମିଳିଛି । ଯାହାକୁ ନେଇ ବର୍ତ୍ତମାନ ରୋଗୀଙ୍କ ଚିକିତ୍ସା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି?

ଏସସିବିରେ ଅଭାବ ଯକ୍ଷ୍ମା ଔଷଧ, ରୋଗୀ ଚିକିତ୍ସାକୁ ନେଇ ପ୍ରଶ୍ନବାଚୀ?

କଟକ: ଟ୍ୟୁବରକ୍ୟୁଲୋସିସ୍ TB ବା ଯକ୍ଷ୍ମା ଏକ ସଂକ୍ରାମକ ବ୍ୟାକ୍ଟେରିଆ ଜନିତ ରୋଗ । ଏହା ସାଧାରଣତଃ ଫୁସଫୁସକୁ ଆକ୍ରାନ୍ତ କରିଥାଏ । କିନ୍ତୁ କେତେକ କ୍ଷେତ୍ରରେ ଯକ୍ଷ୍ମା ଶରୀରର ଅନ୍ୟ ଅଂଶ ଯଥା ମସ୍ତିଷ୍କ ଏବଂ ମେରୁଦଣ୍ଡ ଉପରେ ପ୍ରଭାବ ପକାଇପାରେ । ବେଳେବେଳେ ଏହା ମହିଳାମାନଙ୍କ ପ୍ରଜନନ ସ୍ବାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିପାରେ । ଏପରି ପରିସ୍ଥିତିରେ ବର୍ତ୍ତମାନ ଯକ୍ଷ୍ମା ନିରାକରଣ ପାଇଁ ଉପଲବ୍ଧ ନାହିଁ ଯକ୍ଷ୍ମା ଔଷଧ। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଅଧୀନରୁ ଔଷଧ ଯୋଗାଣ ବନ୍ଦ ହେବାରୁ ବର୍ତ୍ତମାନ ସଙ୍କଟରେ ଯକ୍ଷ୍ମା ପୀଡ଼ିତ । ସରକାରୀ ଓ ବେସରକାରୀ ସ୍ତରରେ ଯକ୍ଷ୍ମା ଔଷଧ ନମିଳିବା ହେତୁ ବିଗିଡି ବାରେ ଲାଗିଛି ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ।

ବିଶ୍ଵରେ ଯକ୍ଷ୍ମା ରୋଗ ନିରାକରଣ ପାଇଁ ଯକ୍ଷ୍ମା ଔଷଧ ପ୍ରସ୍ତୁତ କରିବାରେ ଭାରତ ଏକ ନମ୍ବର ଦେଶ ଅଟେ । ହେଲେ ବର୍ତ୍ତମାନ ସ୍ଥିତି ଏଭଳି ହେଲାଣି ଯେ ରୋଗୀଙ୍କୁ ଔଷଧ ଯୋଗାଣ ରେ ଅସମର୍ଥ ସରକାର । ରାଜ୍ୟର ବୃହତ ସ୍ବାସ୍ଥ୍ୟ ସେବା ଦିଗରେ ଅଗ୍ରଣୀ ଲାଭ କରିଥିବା ଏସସିବି ମେଡ଼ିକାଲରେ ମଧ୍ୟ ନାହିଁ ଯକ୍ଷ୍ମା ଔଷଧ । ଏନେଇ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ଭେଷଜ ଚିକିତ୍ସକ ଡ଼ା. ଜୟନ୍ତ ପଣ୍ଡା ।

ସେ କହିଛନ୍ତି, ''ଗତ ୧୫ଦିନ ମଧ୍ୟରେ ଏସସିବି ମେଡିକାଲ ସମେତ ବିଭିନ୍ନ ଜିଲ୍ଲାର ସଦର ମହକୁମା ଡାକ୍ତରଖାନାରେ ଯକ୍ଷ୍ମା ଔଷଧ ମହଜୁତ ନାହିଁ । ଯଦି କଟକ ଜିଲ୍ଲା କଥା ଦେଖିବା ତେବେ ୭୦ରୁ ୮୦ ହଜାର ଯକ୍ଷ୍ମା ରୋଗୀ ଏବେ ରହିଛନ୍ତି । ସେହିପରି ଏସସିବି ମେଡିକାଲରେ ହଜାର ସଂଖ୍ୟକ ରୋଗୀ ଚିକିତ୍ସିତ ହେଉଛନ୍ତି । ହେଲେ ବର୍ତ୍ତମାନ ରୋଗୀଙ୍କ ଠାରୁ ଟିବି ଚିହ୍ନଟ ହେବାପରେ ଚିକିତ୍ସା ପାଇଁ ମେଡିକାଲ୍ ପରିସରରେ ଔଷଧ ଅଭାବ ପରିଲକ୍ଷିତ ହୋଇଛି । ତେବେ କେବଳ କଟକ ନୁହଁ କେଉଁଝର, କୋରାପୁଟ, କଳାହାଣ୍ଡି ଭଳି ଜିଲ୍ଲାରେ ମଧ୍ୟ ଯକ୍ଷ୍ମା ଔଷଧର ଅଭାବ ରହିଛି । ତେବେ ଏପରି ହେଲେ ଆଗାମୀ ଦିନରେ ଚିକିତ୍ସା ଅଭାବରୁ ରୋଗୀ ଗୁରୁତର ହେବା ନେଇ ଆଶଙ୍କା କରାଯାଉଛି ।''

ଏହା ମଧ୍ୟ ପଢନ୍ତୁ: ଟିବି ଔଷଧ ଯୋଗାଣ ପାଇଁ କେନ୍ଦ୍ରକୁ ରାଜ୍ୟର ଚିଠି

ସେ ଆହୁରି କହିଛନ୍ତି, ''ଏହା ବ୍ୟତୀତ ଯେଉଁ ରୋଗୀ ମାନେ ଯକ୍ଷ୍ମା ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀମାନେ ଠିକ୍ ସମୟରେ ଯକ୍ଷ୍ମା ଔଷଧ ନ ଖାଇବେ ତେବେ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପର୍ଣ୍ଣ ହେବାର ସମ୍ଭାବନା ରହିଛି । ରୋଗୀ ଧାର୍ଯ୍ୟ କୋର୍ସ ପୂରଣ ନକରନ୍ତି ତେବେ ରେଜିଷ୍ଟାନସ ଟିବିର ଭୟ ରହିଛି । ଏହାସହ ଯକ୍ଷ୍ମା ରୋଗ ଶରୀରରେ ସଂକ୍ରମଣ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଆକଳନ କରିଛନ୍ତି ଚିକିତ୍ସା ବିଶେଷଜ୍ଞ । ଯଦି ସମୟ ଥାଉ ଥାଉ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଯକ୍ଷ୍ମା ଔଷଧ ଯୋଗାଣ ଉପରେ ଧ୍ୟାନ ନ ଦିଅନ୍ତି ତେବେ ଆଗାମୀ ଦିନରେ ଏହି ଦୂରାରୋଗ ଆହୁରି କାୟା ବିସ୍ତାର କରିବ ବୋଲି କହିଛନ୍ତି ବରିଷ୍ଠ ଭେଷଜ ଚିକିତ୍ସକ । ସେପଟେ ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ଟିବି ଔଷଧ ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.