ETV Bharat / state

ଟିବି ଔଷଧ ଯୋଗାଣ ପାଇଁ କେନ୍ଦ୍ରକୁ ରାଜ୍ୟର ଚିଠି - TB drugs supply

author img

By ETV Bharat Odisha Team

Published : Apr 23, 2024, 9:50 AM IST

Etv Bharat
Etv Bharat

Odisha urges Centre for TB drugs: ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ଟିବି ଔଷଧ ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କଲେ ରାଜ୍ୟ ସରକାର । ଓଡ଼ିଶାର ଅନେକ ହସ୍ପିଟାଲରେ ଏହି ଔଷଧ ଉପଲବ୍ଧ ହେଉନଥିବା ଅଭିଯୋଗ । ଅଧିକ ପଢନ୍ତୁ


ଭୁବନେଶ୍ବର: ଜାତୀୟ ଯକ୍ଷ୍ମା ବିଲୋପ (NTEP) ହେଉଛି ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ । ଯେଉଁଠାରେ ଯକ୍ଷ୍ମା ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା ଏବଂ ପ୍ରତିରୋଧ ପାଇଁ ଗୁରୁତ୍ୱ ଦିଆଯାଇଛି । ଏ ଦିଗରେ ଓଡ଼ିଶା ଆଖିଦୃଶିଆ କାର୍ଯ୍ୟକ୍ରମ କରି ଏହାର ଫଳାଫଳକୁ ହ୍ରାସ କରିପାରିଛି । ତେବେ ୨୦୨୩ ଫେବୃଆରୀ ପରଠାରୁ ଭାରତ ସରକାରଙ୍କ କେନ୍ଦ୍ରୀୟ ଟିବି ଡିଭିଜନରୁ ଓଡ଼ିଶାକୁ ଆଣ୍ଟି ଟିବି ଔଷଧ ଯୋଗାଣ ପର୍ଯ୍ୟାପ୍ତ ନୁହେଁ । ଯାହାଦ୍ଵାରା ରାଜ୍ୟ ଉପରେ ସିଧାସଳଖ ଭାବରେ ପ୍ରତିକୂଳ ପ୍ରଭାବ ପକାଇଛି । ଆଣ୍ଟି ଟିବି ଔଷଧ ବଜାରରେ ଉପଲବ୍ଧ ନାହିଁ । ତେଣୁ ଏହି ଘଟଣାର ଅନୁଧ୍ୟାନ କରିବା ସହ ରାଜ୍ୟକୁ ଯକ୍ଷ୍ମା ଔଷଧର ଯୋଗାଣ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।

ଟିବି ଔଷଧ ଯୋଗାଣ ପାଇଁ କେନ୍ଦ୍ରକୁ ଚିଠି
ଟିବି ଔଷଧ ଯୋଗାଣ ପାଇଁ କେନ୍ଦ୍ରକୁ ଚିଠି

ବିଶେଷ ଭାବରେ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ସହ ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ସୁବିଧା କରୁଛନ୍ତି । ହେଲେ ଯକ୍ଷ୍ମା ଭଳି ସଂକ୍ରାମକ ରୋଗ ପାଇଁ ଅନେକ ଜିଲ୍ଲାର କୌଣସି ସ୍ବାସ୍ଥ୍ୟକେନ୍ଦ୍ରରେ ଔଷଧ ଉପଲବ୍ଧ ନଥିବା ବିଡ଼ମ୍ବନାର ବିଷୟ ପାଲଟିଛି । ଅନେକ ସମୟରେ ମେଡିକାଲରେ ଛୋଟ ପିଲାଙ୍କ ପାଇଁ ଟିବି ଔଷଧ ଉପଲବ୍ଧ ହେଉନାହିଁ । କେବଳ ବଡମାନଙ୍କ ପାଇଁ ଔଷଧ ଥିବା କହି ଫେରାଇ ଦେଉଥିବା ଅଭିଯୋଗ ହେଉଛି ।

ଏହା ମଧ୍ୟ ପଢନ୍ତୁ: ଯକ୍ଷ୍ମା ରୋଗର ଚିକିତ୍ସା ହେବ ସହଜ, ଚିହ୍ନଟ ହେଲା ବ୍ୟାକ୍ଟେରିଆକୁ ବଞ୍ଚାଇ ରଖୁଥିବା ଜିନ୍



ସୂଚନା ଅନୁଯାୟୀ, ଯକ୍ଷ୍ମା ମୁକ୍ତ ପଞ୍ଚାୟତ ତଥା ୨୦୨୫ ସୁଦ୍ଧା ରାଜ୍ୟର ସମସ୍ତ ପଞ୍ଚାୟତକୁ ଯକ୍ଷ୍ମାମୁକ୍ତ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ସରକାର । ନିରନ୍ତର ବିକାଶ ଲକ୍ଷ୍ୟର ଏକ ଅଂଶବିଶେଷ ଯକ୍ଷ୍ମାମୁକ୍ତ ଓଡ଼ିଶା । ୧୦ ବର୍ଷରେ ସାରା ଦେଶରେ ଓଡ଼ିଶା ୧୨ଟି ରାଙ୍କ ଉପରକୁ ଉଠି ଏବେ ୨ ନମ୍ବରରେ ରହିଛି । ଟିବି ମୁକ୍ତ ପଞ୍ଚାୟତର ଉଦ୍ଦେଶ୍ୟ ଯକ୍ଷ୍ମା ସହିତ ଜଡିତ ସମସ୍ୟାକୁ ହୃଦୟଙ୍ଗମ କରିବା । ପଞ୍ଚାୟତଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିବା ଏବଂ ସେମାନଙ୍କ ଅବଦାନକୁ ପ୍ରଶଂସା କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନକୁ ସଶକ୍ତ କରିବା । ଜିଲ୍ଲା, ବ୍ଲକ, ପଞ୍ଚାୟତ ସ୍ତରରେ ବୈଠକ କରି ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରିବା ସହ ରୋଗ ନିରାକରଣ ପାଇଁ ପଦକ୍ଷେପ ବାବଦରେ ଆଲୋଚନା କରି ଯକ୍ଷ୍ମାମୁକ୍ତ ପଞ୍ଚାୟତ ପ୍ରମାଣପତ୍ର ହାସଲ କରିବା ଉପରେ ଗୁରୁତ୍ବ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.