ETV Bharat / state

ପରୀକ୍ଷା ସମୟରେ କଲେଜ ପରିସରରେ ନବୀନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ, ବିବାଦରେ ପ୍ରଶାସନ

author img

By ETV Bharat Odisha Team

Published : Mar 7, 2024, 9:53 AM IST

Updated : Mar 7, 2024, 2:02 PM IST

BSKY Nabin Card
BSKY Nabin Card

BSKY Nabin Card: ପରୀକ୍ଷା ସମୟରେ କଲେଜ ପରିସରରେ ନବୀନ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମ କରି ବିବାଦରେ ବ୍ଲକ ପ୍ରଶାସନ । କାହା ଅନୁମତିରେ ପରୀକ୍ଷା ଚାଲିଥିବା ବେଳେ ନବୀନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହେଲା ତାକୁ ନେଇ ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ । ଅଧିକ ପଢନ୍ତୁ

BSKY Nabin Card

ଖୋର୍ଦ୍ଧା: ସରକାରୀ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ଭଲ ପାଠ ପଢିବେ । ଏଥିପାଇଁ ଅର୍ଥ ଅଭାବ ନ ରହିବା ନେଇ ୫ଟି ଅଧ୍ୟକ୍ଷ ସବୁ ଜିଲ୍ଲା ଗ୍ରସ୍ତ କରି ନୂଆ-ଓ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରୁଛନ୍ତି । ଏନେଇ ଗତକାଲି(ବୁଧବାର) ଠାରୁ BSKY ନବୀନ କାର୍ଡ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଖୋର୍ଦ୍ଧା ଓ ସମ୍ବଲପୁରର ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଛି । ହେଲେ ପରୀକ୍ଷା ସମୟରେ କଲେଜ ପରିସରରେ ନବୀନ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମକୁ ନେଇ ବିବାଦରେ ଛନ୍ଦି ହୋଇଛି ବ୍ଲକ ପ୍ରଶାସନ । କାହା ଅନୁମତିରେ ପରୀକ୍ଷା ଚାଲିଥିବା ବେଳେ କଲେଜ କ୍ୟାମ୍ପସରେ ଏହା ନବୀନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହେଲା ତାକୁ ନେଇ ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।

ତେବେ ଗତକାଲି(ବୁଧବାର) ସକାଳ ୧୦ ଟାରୁ ମଧ୍ୟାହ୍ନ ୧ ପର୍ଯ୍ୟନ୍ତ ଯୁକ୍ତ ୨ ବିଜ୍ଞାନ ଶେଷ ବର୍ଷ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଛାତ୍ରଛାତ୍ରୀମାନେ ଗଣିତ ପରୀକ୍ଷା ଦେଉଥିଲେ । ଆଉ ଠିକ୍ ସେହି ସମୟରେ ପରୀକ୍ଷା ହଲକୁ ଲଗାଇ ବୋଲଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ନବୀନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଯାହାକୁ ନେଇ ମୁଣ୍ଡ ଟେକିଛି ବିବାଦ । ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟରେ ୮୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ପରମାନନ୍ଦ କଲେଜ ପଡିଆରେ ବ୍ଲକ ସ୍ତରୀୟ ନବୀନ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ପରୀକ୍ଷା ସମୟରେ ଏହି ନବୀନ କାର୍ଡ଼ କାର୍ଯ୍ୟକ୍ରମକୁ ନେଇ ସବୁଠି ଅସନ୍ତୋଷ ଦେଖାଯାଇଥିବା ବେଳେ କାର୍ଯ୍ୟକ୍ରମ ଆୟୋଜନ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ବିନା ଅନୁମତିରେ ହେଉଥିବା କଲେଜ ଅଧ୍ୟକ୍ଷ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- BSKY ନବୀନ କାର୍ଡର ଶୁଭାରମ୍ଭ, ମେ ପହିଲାରୁ ଚିକିତ୍ସା ସୁବିଧା

ପିଲାଙ୍କ ପରୀକ୍ଷା ସମ୍ପର୍କରେ ବିଡିଓ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ବଣ୍ଟନ ପରେ ଏହି କାର୍ଯ୍ୟକ୍ରମକୁ ବ୍ଲକ ପ୍ରଶାସନ ପକ୍ଷରୁ ତରବରିଆ ଭାବେ ବ୍ଲକ ମଧ୍ୟକୁ ନିଆଯାଇଥିବା ଦେଖିବାକୁ ମିଳିଛି । ଅପରପକ୍ଷେ ମୁଖ୍ୟମନ୍ତ୍ରୀ ୧୧ଟା ସମୟରେ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପିଲାଙ୍କ ବାର୍ଷିକ ପରୀକ୍ଷା ସମୟରେ କଲେଜ ପରିସରରେ ଏହିପରି କାର୍ଯ୍ୟକ୍ରମକୁ ଅଭିଭାବକ ଓ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି ।

ସେହିପରି ଘଟଣା ସମ୍ପର୍କରେ ବୋଲଗଡ଼ ବିଡ଼ିଓ ଶରତ ମଲ୍ଲିକ କହିଛନ୍ତି, ବୋଲଗଡ଼ରେ ଅନ୍ୟ କେଉଁଠାରେ ସ୍ଥାନ ନଥିଲା ତେଣୁ ବାଧ୍ୟ ହୋଇ କଲେଜ କ୍ୟାମ୍ପସ ମଧ୍ୟରେ କାର୍ଯ୍ୟକ୍ରମ କରିଥିଲୁ ଏବଂ ଖୁବ କମ ସମୟରେ ଏହି କାର୍ଯ୍ୟକ୍ରମ ସରିଥିଲା । ସେହିଭଳି ଗତକାଲି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକରେ ଏହି ନବୀନ କାର୍ଡକୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରି ବଣ୍ଟନ କରାଯାଇଛି ।

ଇଟିଭି ଭାରତ,ଖୋର୍ଦ୍ଧା

Last Updated :Mar 7, 2024, 2:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.