ETV Bharat / state

ତାତିରୁ ମିଳିବ ଆଶ୍ବସ୍ତି; 3ରୁ 5 ଡିଗ୍ରୀ କମିବ ତାପମାତ୍ରା, କାଳବୈଶାଖୀ ଆଲର୍ଟ ଜାରି - Odisha Weather

author img

By ETV Bharat Odisha Team

Published : May 4, 2024, 5:13 PM IST

ତାତିରୁ ମିଳିବ ଆଶ୍ବସ୍ତି; 3ରୁ 5 ଡିଗ୍ରୀ କମିବ ତାପମାତ୍ରା
ତାତିରୁ ମିଳିବ ଆଶ୍ବସ୍ତି; 3ରୁ 5 ଡିଗ୍ରୀ କମିବ ତାପମାତ୍ରା(ETV Bharat Odisha)

Odisha Weather Update: 6 ତାରିଖ ଠାରୁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ଓ ଝଡ ତୋଫାନ ରହିଛି । ତାପମାତ୍ରା 3ରୁ 5 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଅଧିକ ପଢନ୍ତୁ

ତାତିରୁ ମିଳିବ ଆଶ୍ବସ୍ତି; 3ରୁ 5 ଡିଗ୍ରୀ କମିବ ତାପମାତ୍ରା (ETV Bharat Odisha)

ଭୁବନେଶ୍ବର: ଆଉ ଦିନକ ପରେ ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ବସ୍ତି । 3ରୁ 5 ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା । କାଳବୈଶାଖୀ ହେବାକୁ ଥିବା ବେଳେ ଏହାର ପ୍ରଭାବରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ ପ୍ରବଳ ବେଗରେ ଝଡ଼ ତୋଫାନ ହେବାର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ତାତିରୁ ମିଳିବ ଆଶ୍ବସ୍ତୀ
ତାତିରୁ ମିଳିବ ଆଶ୍ବସ୍ତୀ (ETV Bharat Odisha)

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆସନ୍ତାକାଲି ଅର୍ଥାତ ମେ' 5 ତାରିଖ ପାଇଁ ଅନୁଗୋଳ, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ପରେ ୬ ତାରିଖ ଠାରୁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ହିଟ୍‌ୱେବ ଆଲର୍ଟ ରହିବନାହିଁ । ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ । ଏହାସହ ଆଗାମୀ ୫ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବା ବେଳେ ଆଜି ପାଇଁ ଉପକୂଳ ଓଡି଼ଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗୋଟିଏ କିମ୍ବା ସ୍ଥାନ ବର୍ଷା ହେବାର ସମ୍ଭାବନା ରହିଛି । ପରେ ୭ ତାରିଖରୁ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତାତିରୁ ମିଳିବ ଆଶ୍ବସ୍ତୀ
ତାତିରୁ ମିଳିବ ଆଶ୍ବସ୍ତୀ (ETV Bharat Odisha)

ଆଗକୁ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ଓ ଝଡ ତୋଫାନ ରହିଛି । ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ବିଶେଷ କରି କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହାସହ ଆସନ୍ତା ୭ ଓ ୮ ତାରିଖ ବେଳକୁ ସାରା ରାଜ୍ୟରେ ବର୍ଷା ସହ ବର୍ଷର ପରିମାଣ ମଧ୍ୟ ବଢିବ । ସେପଟେ ବାୟୁ ଚଳାଚଳକୁ ନେଇ ରାଜ୍ୟରେ ପାଗ ବଦଳିଥିବା ବେଳେ ତାପମାତ୍ରାରେ ହ୍ରାସ ଘଟିଛି । କିନ୍ତୁ ରାଜ୍ୟରେ ଆଦ୍ରତାର ପ୍ରତିଶତ ଅଧିକ ରହୁଥିବାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ବର୍ତ୍ତମାନ ରାଜ୍ୟରେ ୮୦ ପ୍ରତିଶତ ଆଦ୍ରତା ରହୁଥିବା କାରଣରୁ ଗୁଳୁଗୁଳି ଜାରି ରହିଥିବା ବେଳେ ୭ ତାରିଖର ବିସ୍ତାରିତ ବର୍ଷା ପରେ ତାତି ଓ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟର ସବୁଠୁ ଉତ୍ତପ୍ତ ସହର ବୌଦ୍ଧ, ୭ ସହରରେ ତାପମାତ୍ରା ୪୩ ଡିଗ୍ରୀ ପାର - Odisha Weather


ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ ସହରରେ ୪୧ ଡିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି । ୪୪.୬ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ଥିଲା । ୭ ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.