ETV Bharat / state

ପୁଣି ଫେରିଛି ଶୀତ, କାଲିଠୁ ବର୍ଷାରେ ଭିଜିବ ଓଡ଼ିଶା

author img

By ETV Bharat Odisha Team

Published : Feb 10, 2024, 8:39 PM IST

ବର୍ଷା
ବର୍ଷା

Odisha Weather Update: ରାଜ୍ୟରେ ତଳମୁହାଁ ହୋଇଛି ପାରଦ । ଆସନ୍ତାକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

ବର୍ଷା

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ହୋଇଛି ପାରଦ । କିଛି ଦିନର ବ୍ୟବଧାନ ପରେ ପୁଣିଥରେ ରାଜ୍ୟକୁ ଫେରିଛି ଶୀତ । ଓଡ଼ିଶାରେ ରାତିର ତାପମାତ୍ରା ହ୍ରାସ ପାଇଛି । ଫଳରେ ରାଜ୍ୟରେ ଶୀତ ଅନୁଭବ ହେଉଥିବା ବେଳେ ଥରୁଛି ଉତ୍ତର ଆଭ୍ୟନ୍ତରିଣ ଓଡ଼ିଶା । ସେପଟେ ଆସନ୍ତାକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ରାଜ୍ୟକୁ ଥଣ୍ଡା ଲହରୀ ଫେରିଥିବା ବେଳେ ଶୀତର ପ୍ରକୋପରେ ଥରୁଛି ଓଡ଼ିଶା । ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବାହିତ ହେଉଥିବା ବେଳେ ଏହାର ପ୍ରଭାବରେ ରାତିରେ ପାରଦ ଖସୁଛି । ଉତ୍ତର ଆଭ୍ୟନ୍ତରିଣ ଓଡ଼ିଶାରେ କିଛି ଅଞ୍ଚଳରେ ଶୀତ ଅନୁଭବ ହେଉଛି । ସେପଟେ ଓଡ଼ିଶାରେ ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଆସନ୍ତାକାଲି 11 ତାରିଖ ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ଜିଲ୍ଲାଗୁଡ଼ିକ ହେଉଛି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ । ଏହି ଜିଲ୍ଲାଗୁଡ଼ିକରେ ହାଲୁକା ଧରଣର ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପିଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ....ତାତିରୁ ମୁକ୍ତି, ଆସନ୍ତା 2 ଦିନ ପରେ ବର୍ଷା ସମ୍ଭାବନା

ସେହିପରି ବିଶେଷ କରି ୧୨ ତାରିଖରେ ଉତ୍ତର ଆଭ୍ୟନ୍ତର ଓଡ଼ିଶା ପାର୍ଶ୍ବବର୍ତ୍ତୀ କିଛି ଜିଲ୍ଲା ଓ ଉପକୂଳ ଅଞ୍ଚଳରେ ପାଗ ମେଘୁଆ ସହ କିଛି ସ୍ଥାନରେ ହାଲୁକା ବର୍ଷା ହେବ । ୧୨ ତାରିଖ ବେଳକୁ ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡା, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜରେ ହାଲୁକା ଧରଣର ବର୍ଷା ହେବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ବର୍ଷାର ପ୍ରଭାବ ୧୨ ତାରିଖ ପର୍ଯ୍ୟନ୍ତ ରହିବ । ପରେ 13 ଓ 14 ତାରିଖ ରାଜ୍ୟରେ ପାଗ ଶୁଖିଲା ରହିବ । ଏହାସହ 15 ତାରିଖ ବେଳକୁ ପଶ୍ଚିମ ଝଡ ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ବୋଲି ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ । ପରେ 16 ତାରିଖରୁ ପୁଣିଥରେ ପାଗ ଶୁଖିଲା ରହିବ । ଅନ୍ୟପଟେ ଗତ ୨୪ ଘଣ୍ଟାରେ ପାଗ ଶୁଖିଲା ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିରେ ୧୧.୦ ଓ ପାରଳାଖେମୁଣ୍ଡିରେ ସର୍ଵୋଚ୍ଚ ତାପମାତ୍ରା ୩୪.୦ ଡିଗ୍ରୀ ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.