ETV Bharat / state

ତାତିରୁ ମୁକ୍ତି, ଆସନ୍ତା 2 ଦିନ ପରେ ବର୍ଷା ସମ୍ଭାବନା

author img

By ETV Bharat Odisha Team

Published : Feb 9, 2024, 7:59 PM IST

Odisha Weather Update: ଓଡ଼ିଶାରେ ପାଗରେ ପରିବର୍ତ୍ତନ ଘଟିଛି । ଆସନ୍ତା କିଛିଦିନ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ

ବର୍ଷା ସମ୍ଭାବନା
ବର୍ଷା ସମ୍ଭାବନା

ବର୍ଷା ସମ୍ଭାବନା

ଭୁବନେଶ୍ବର: ତାତିରୁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଓଡ଼ିଶାରେ ପାଗରେ ପରିବର୍ତ୍ତନ ଘଟିଛି । ରାଜ୍ୟରେ ତାପମାତ୍ରା ହ୍ରାସ ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାର ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଫଳରେ ରାଜ୍ୟରେ ଥଣ୍ଡା ଅନୁଭବ ହେଉଛି ।

ଆସନ୍ତାକାଲି ରାଜ୍ୟର 4ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ । ସେହିପରେ ଆସନ୍ତା 11 ତାରିଖରେ ଉତ୍ତର ଓଡିଶାର ଜିଲ୍ଲା ଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି । ନୂଆପଡା, ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ୧୨ ତାରିଖରେ ମୟୂରଭଞ୍ଜ, ଭଦ୍ରକ, ଯାଜପୁର,କେନ୍ଦୁଝର ଓ ବାଲେଶ୍ୱରରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଖସିଲା ପାରଦ, ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା

ସେପଟେ 13 ଓ 14 ତାରିଖରେ ରାଜ୍ୟରେ ପାଗ ଶୁଖିଲା ରହିବ । ପରେ 15 ତାରିଖରେ ଭଦ୍ରକ, ଯାଜପୁର, ସୁନ୍ଦରଗଡ, କେନ୍ଦୁଝର ଓ ବାଲେଶ୍ୱର ଆଦି ଜିଲ୍ଲା ଗୁଡିକରେ ବର୍ଷାର ହେବାର ସମ୍ଭାବନା ରହିଛି । ତେବେ ରାଜ୍ୟରେ ପାରଦ ଖସୁଥିବା ବେଳେ ପୁଣି ଥରେ ଶୀତ ଅନୁଭବ ହେଉଛି । ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ଆସୁଛି ଶୁଷ୍କ ଓ ଥଣ୍ଡା ବାୟୁ ଯାହା ପ୍ରଭାବରେ ରାତିରେ ପାରଦ ଖସୁଛି ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭବ ହେଉଛି ।

ଝାରସୁଗୁଡ଼ାରେ ୯. ୧ ଡିଗ୍ରୀ, ସୁନ୍ଦରଗଡ଼ରେ ୯. ୨ ଡିଗ୍ରୀ ରାଉରକେଲାରେ ୯. ୯ ଡିଗ୍ରୀ ଏବଂ କରେଇ ଠାରେ 6.7 ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଏହି ଭଳି ପାଗ ଲାଗିରହିବ । ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଆଜି ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡାରେ ହାଲୁକା ଧରଣର ବର୍ଷା ହେବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ଗତ ୨୪ ଘଣ୍ଟାରେ ପାଗ ଶୁଖିଲା ରହିଥିବା ବେଳେ କୋରାପୁଟରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଭୁବନେଶ୍ୱରରେ ତାପମାତ୍ରା 22.2 ଓ କଟକରେ 27.6 ଥିବା ବେଳେ ପାରଳାଖେମୁଣ୍ଡିରେ 34.8 ସର୍ଵୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.