ETV Bharat / state

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର - SUSPICIOUS DEATH OF WOMAN

author img

By ETV Bharat Odisha Team

Published : Apr 21, 2024, 9:34 PM IST

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ , ହତ୍ୟା ଅଭିଯୋଗ ଆଣିଲା ପରିବାର
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ , ହତ୍ୟା ଅଭିଯୋଗ ଆଣିଲା ପରିବାର

SUSPICIOUS DEATH OF WOMAN:ଗୁଣୁପୁର ବାୟାଗୁଡା ଗାଁରେ ଚାଞ୍ଚଲ୍ୟ । ଝୁଲନ୍ତା ଅବସ୍ଥାରେ ବିବାହିତ ମହିଳାଙ୍କ ମୃତଦହ ଉଦ୍ଧାର । ଅଧିକ ପଢନ୍ତୁ

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ , ହତ୍ୟା ଅଭିଯୋଗ ଆଣିଲା ପରିବାର

ରାୟଗଡା: ଗୁଣୁପୁର ଥାନା ଅନ୍ତର୍ଗତ ବାୟାଗୁଡା ଗ୍ରାମରେ ଚାଞ୍ଚଲ୍ୟ । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ମହିଳାଙ୍କ ମୃତଦେହ । ମୃତ ମହିଳା ଜଣକ ହେଲେ ଗୁଣୁପୁର ସହରର ସନ୍ତୋଷୀ ବାଉରୀ ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ମୃତ୍ୟୁରେ କାରଣ ସ୍ପଷ୍ଟ ନଥିବାବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଆଜି (ରବାବାର) ଦିନ ଗୁଣୁପୁର ଥାନା ଅନ୍ତର୍ଗତ ବାୟାଗୁଡା ଗ୍ରାମର ଏକ ଘରୁ ଜଣେ ମହିଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ମୃତ ମହିଳା ସନ୍ତୋଷୀ ବାଉରୀ ବାୟାଗୁଡା ଗ୍ରାମର ସୁରେନ୍ଦ୍ର ଶବରଙ୍କୁ ବିବାହ କରିଥିଲେ । ଉଭୟ ପ୍ରେମ କରି ବିବାହ କରିଥିବାବେଳେ ଝିଅ ଘର ତରଫରୁ ଯୌତୁକ ଇତ୍ୟାଦି ପ୍ରଦାନ କରାଯାଇଥିଲା । ତେବେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିଲା ବୋଲି ଝିଅ ଘର ପକ୍ଷରୁ ଅଭିଯୋଗ କରିଛନ୍ତି । ସୁରେନ୍ଦ୍ର ଅନ୍ୟ ଝିଅ ସହ ସମ୍ପର୍କ ରଖିଥିବା ଓ ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ମୃତ ମହିଳାଙ୍କ ମାଆ ଅଭିଯୋଗ ଆଣିଛନ୍ତି ।

ତେବେ ସୁରେନ୍ଦ୍ର ସନ୍ତୋଷୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖବର ପାଇ ଗୁଣୁପୁର ଥାନା ଅଧିକାରୀ ଉତ୍ତମ କୁମାର ସାହୁଙ୍କ ସମେତ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ପୋଲିସ କହିଛି ଯେ, ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ।

ଏହା ମଧ୍ୟ ପଢନ୍ତୁ .....ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର - Suspicious Death Of Young Man

ଏହା ମଧ୍ୟ ପଢନ୍ତୁ ......ଶିଳ୍ପପତିଙ୍କ ସନ୍ଦେହଜନକ ମୃତ୍ୟୁ, ଭୁବନେଶ୍ୱର ଗେଷ୍ଟ ହାଉସରୁ ମିଳିଲା ଗଳିତ ମୃତଦେହ - Businessman Found Dead


ପ୍ରକାଶ ଯୋଗ୍ୟ ଯେ, ସେହିପରି ଗତ କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବାହାଦୁର ବଗିଚା ପଡ଼ାରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର କରାଯାଇଥିଲା । ଏକ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ଜବତ କରିଥିଲା ପୋଲିସ । ସେପଟେ ମୃତକଙ୍କ ପରିବାର ଲୋକେ ଆଣିଥିଲେ ହତ୍ୟା ଅଭିଯୋଗ ।

ଇଟିଭି ଭାରତ,ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.