ETV Bharat / state

ଦୋଷ ଲୁଚାଇଲେ ସୁର, କହିଲେ ଗଣମାଧ୍ୟମ ମନ୍ତବ୍ୟକୁ କଦର୍ଯ୍ୟ କରୁଛି - show cause notice to Sura

author img

By ETV Bharat Odisha Team

Published : Apr 5, 2024, 7:05 AM IST

ଦୋଷ ଲୁଚାଇଲେ ସୁର, କହିଲେ ଗଣମାଧ୍ୟମ ମନ୍ତବ୍ୟକୁ କଦର୍ଯ୍ୟ କରୁଛି
ଦୋଷ ଲୁଚାଇଲେ ସୁର, କହିଲେ ଗଣମାଧ୍ୟମ ମନ୍ତବ୍ୟକୁ କଦର୍ଯ୍ୟ କରୁଛି

Show Cause Notice To Sura: କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ବିଜେଡ଼ି ସପକ୍ଷରେ ଭୋଟ ମାଗିବା ପ୍ରସଙ୍ଗରେ ଦେଲେ ସଫେଇ । ଦଳର କାରଣ ଦର୍ଶାଅ ନୋଟିସ ପରେ ରଖିଲେ ଉତ୍ତର । ଗଣମାଧ୍ୟମ ତାଙ୍କ ମନ୍ତବ୍ୟକୁ କଦର୍ଯ୍ୟ କରି ପ୍ରସାରଣ କରୁଥିବା ଅଭିଯୋଗ କରିଛନ୍ତି ସେ । ଅଧିକ ପଢନ୍ତୁ

ଦୋଷ ଲୁଚାଇଲେ ସୁର, କହିଲେ ଗଣମାଧ୍ୟମ ମନ୍ତବ୍ୟକୁ କଦର୍ଯ୍ୟ କରୁଛି

ଭୁବନେଶ୍ବର: ଦଳ ବିରୋଧୀ ମନ୍ତବ୍ୟ ପାଇଁ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ ନୋଟିସ । ନୋଟିସ ପରେ ପିସିସି ସଭାପତିଙ୍କ ପାଖରେ ଉତ୍ତର ରଖିଛନ୍ତି ବିଧାୟକ ସୁରେଶ ରାଉତରାୟ । ନିଜ ଦୋଷ ଲୁଚାଇ ଗଣମାଧ୍ୟମକୁ ଦୋଷୀ କରିବାକୁ ପ୍ରୟାସ କରିଛନ୍ତି ସୁର । ଗଣମାଧ୍ୟମକୁ ସୁର କହିଛନ୍ତି ଯେ, ସେ ଦଳ ବିରୋଧରେ କୌଣସି ମନ୍ତବ୍ୟ ଦେଇନାହାନ୍ତି । ଗଣମାଧ୍ୟମ ତାଙ୍କ ମନ୍ତବ୍ୟକୁ କଦର୍ଯ୍ୟ କରି ପ୍ରସାରଣ କରିଛନ୍ତି । କିନ୍ତୁ ସେ ଶେଷ ଜୀବନ ପର୍ଯନ୍ତ କଂଗ୍ରେସ ଦଳରେ ରହିବି ଏବଂ ଦଳ ପାଇଁ ହିଁ ପ୍ରଚାର କରିବେ । ବଡ ପୁଅ ସିଦ୍ଧାର୍ଥ ରାଉତରାୟ କଂଗ୍ରେସ ଦଳକୁ ଭଲ ପାଏ । ତେଣୁ ତାକୁ ଯେଉଁଠାରୁ ଟିକେଟ ମିଳିବ ସେ ପ୍ରଚାର କରିବି । କିନ୍ତୁ ସାନ ପୁଅ ମନ୍ମଥ ରାଉତରାୟ ପାଇଁ ପ୍ରଚାର କରିବିନାହିଁ ।

ଶଙ୍ଖ ପାଇଁ ଭୋଟ ମାଗି ଅଡ଼ୁଆରେ ପଡିଛନ୍ତି ସୁର । ସୁର ରାଉତରାୟଙ୍କୁ ସୋ କଜ୍ ନୋଟିସ ମଗା ଯାଇଥିଲା । ପୁଅ ମନ୍ମଥ ସହ ଭୁବନେଶ୍ବର ଉତ୍ତର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାରୁ ନୋଟିସ ଜାରି କଲା କଂଗ୍ରେସ । ପିସିସି ପକ୍ଷରୁ ନୋଟିସ ଜାରି ହୋଇଥିଲା । ଗତ ମାର୍ଚ୍ଚ ୨୯ରେ ନୋଟିସ ଜାରି ହୋଇଥିବା ସୂଚନା । ଦଳ ବିରୋଧୀ ମନ୍ତବ୍ୟ ପାଇଁ ସୁରଙ୍କୁ ସୋ କଜ(କାରଣ ଦର୍ଶାଅ) ନୋଟିସ ଜାରି କରିଛି କଂଗ୍ରେସ । 2024 ସାଧାରଣ ନିର୍ବାଚନରେ ସୁରଙ୍କ ଘର କଳି ଏବେ ରାଜ୍ୟରେ ହୁରି ପଡିଛି । ଗତ ଦୁଇ ଦିନ ତଳେ ଉତ୍ତର ଭୁବନେଶ୍ବରରେ ଏକ କ୍ରୀଡା କାର୍ଯ୍ୟକ୍ରମରେ ସୁର ରାଉତରାୟ ସାମିଲ ହୋଇ ଡବଲ ଶଙ୍ଖଙ୍କୁ ଭୋଟ ଦେବ ବୋଲି କହିଥିଲେ । ଏନେଇ ଏଆଇସିସି ଶୃଙ୍ଖଳା କମିଟିକୁ ଲିଖିତ ଜଣାଇଲେ ସୁର । ସେ କହିଛନ୍ତି ଯେ, କିଛି ଭୁଲ କରିନି କି, ଭୋଟ ଶଙ୍ଖରେ ଦେବାକୁ କହିନି । ବଡ ପୁଅ ପାଇଁ ପ୍ରଚାର କରିବି, ଘରେ ଘରେ ଭୋଟ ମାଗିବି । ସାନ ପୁଅ ପାଇଁ କହିବି ଯେ ଦେଖିବ ଟିକିଏ । ବିଜେଡି କି ସାନ ପୁଅ ପାଇଁ ପ୍ରଚାର କରିବି ନାହିଁ ।

ଶଙ୍ଖ ପାଇଁ ଭୋଟ ମାଗିବ ଭିଡିଓ ଭାଇରାଲ ହେବାରୁ ସୁରଙ୍କ ଭୋଟ ଉପାଖ୍ୟାନ ସାମ୍ନାକୁ ଆସିଛି । ମରିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି ବୋଲି ସବୁବେଳେ କହୁଥିବା ସୁର ରାଉତରାୟ ପୁଅ ମନ୍ମଥ ମୋହରେ ପଡି ଦଳ ଭୁଲିଗଲେ । ଦଳ ବଡ଼ ନୁହେଁ ସମ୍ପର୍କ ବଡ଼ ,ପୁଅ ଆଗ ବୋଲି ଏଥିରୁ ସ୍ପଷ୍ଟ ହେଲା । ଉତ୍ତର ଭୁବନେଶ୍ବରରେ ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କ ସହ ଭୋଟ ପ୍ରଚାର କରି ବା ପରେ ଏବେ ଅଡ଼ୁଆରେ ପଡ଼ିଛନ୍ତି ସୁର । ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ଏବଂ ସାନ ପୁଅ ମନ୍ମଥ ଏବେ ସୁରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି । ସୁରଙ୍କ 50 ବର୍ଷର ରାଜନୈତିକ ଜୀବନରେ ଏବେ ଶଙ୍କା ଦେଖା ଦେଇଛି ।

ଏହା ମଧ୍ୟ ପଢନ୍ତୁ....କଂଗ୍ରେସ ଛାଡିଲେ ବାପି ସର୍ଖେଲ, ନିକଟରେ ସ୍ତ୍ରୀ ଧରିଥିଲେ ଶଙ୍ଖ - Bapi Sarkhel Quits Congress

ସେପଟେ ସୁରଙ୍କ ଏଭଳି ଦଳ ବିରୋଧୀ କାର୍ଯ୍ୟ ପାଇଁ ପିସିସି ସଭାପତି ପ୍ରତିକ୍ରିୟା ରଖିଥିଲେ । ଯେହେତୁ ନିର୍ବାଚନ ଘଡି ଚାଲିଛି ,ସୁରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁନାହିଁ ଦଳ, ଯାହା ପିସିସି ସଭାପତିଙ୍କ ପ୍ରତିକ୍ରିୟାରୁ ଜଣାପଡୁଛି । ସୁରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଉପରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ସୁର ରାଉତରାୟ ଆମ ଦଳର ବରିଷ୍ଠ ନେତା । ତାଙ୍କୁ କଂଗ୍ରେସର ବରିଷ୍ଠ ନେତା ଓ ଦିଲ୍ଲୀ ନେତା ଭଲ ପାଆନ୍ତି । ଅଜୟ କୁମାର ମଧ୍ୟ ଭଲ ପାଆନ୍ତି । ହେଲେ ସୁର ବାବୁ କେବେ ବି ବିଜେଡି ପତାକା କି ବିଜେଡି ସଭାକୁ ଯିବେ ନାହିଁ । ଦଳ ଏ ବିଶ୍ବାସ ତାଙ୍କ ଉପରେ ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.