ETV Bharat / politics

କଂଗ୍ରେସ ଛାଡିଲେ ବାପି ସର୍ଖେଲ, ନିକଟରେ ସ୍ତ୍ରୀ ଧରିଥିଲେ ଶଙ୍ଖ - Bapi Sarkhel Quits Congress

author img

By ETV Bharat Odisha Team

Published : Apr 4, 2024, 1:36 PM IST

Updated : Apr 4, 2024, 2:17 PM IST

Bapi Sarkhel Quits Congress: କଂଗ୍ରେସରୁ ଇସ୍ତଫା ଦେଲେ ବାପି ସର୍ଖେଲ । କେଉଁ ଦଳରେ ଯୋଗ ଦେବେ ସେନେଇ ବଢୁଛି ଚର୍ଚ୍ଚା । ଅଧିକ ପଢନ୍ତୁ

BAPI SARKHEL
BAPI SARKHEL

ଭୁବନେଶ୍ବର: କଂଗ୍ରେସ ଛାଡିଲେ ପାରାଦ୍ୱୀପର କଂଗ୍ରେସ ନେତା ବାପି ସର୍ଖେଲ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । କିଛି ଦିନ ପୂର୍ବେ ବାପିଙ୍କ ପତ୍ନୀ ମୋନିଦୀପା ସର୍ଖେଲ ବିଜେଡିରେ ମିଶିଥିଲେ । ତେବେ ସେ କେଉଁ ଦଳରେ ସାମିଲ ହେବେ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ସ୍ତ୍ରୀ ପରେ ସେ ମଧ୍ୟ ବିଜେଡିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । କେବଳ ଲୋକଙ୍କ ସେବା ଜାରି ରଖିବେ ବୋଲି ଇସ୍ତଫା ପତ୍ରରେ କହିଛନ୍ତ । ପ୍ରକାଶଥାଉକି, 2019 ମସିହାରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ ।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ସେ ଲୋକମାନଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ପାରାଦ୍ବୀପ ନିର୍ବାଚନ ମଣ୍ଡଳୀର ଅଧିବାସୀ ମୋ ଉପରେ ଆସ୍ଥା ଏବଂ ବିଶ୍ବାସ ପ୍ରକଟ କରି ମୋର ସବୁ ସୁଖ ଦୁଃଖରେ ସାମିଲ ହୋଇଛନ୍ତି । ମୁଁ କଂଗ୍ରେସରୁ ଇସ୍ତଫା ଦେଲେ ମଧ୍ୟ ସେମାନଙ୍କ ପାଇଁ ପ୍ରତିଟି କାର୍ଯ୍ୟରେ ସର୍ବଦା ନିୟୋଜିତ ରହିବି । ଶ୍ରମିକମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ମୁଁ ଦଳ ଛାଡୁଛି ।

ଶଙ୍ଖ ଫୁଙ୍ଖିଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା, ଶତାଧିକ କର୍ମୀ ବିଜେଡିରେ ସାମିଲ

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ନିର୍ବାଚନ ପୂର୍ବରୁ ଦଳ ପରିବର୍ତ୍ତନ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ମାର୍ଚ୍ଚ 17 ତାରିଖରେ ଦିପା ବିଜେଡିରେ ସାମିଲ ହେବା ପରେ କହିଥିଲେ, "ନବୀନ ବାବୁଙ୍କ ସ୍ୱଚ୍ଛ, ଲୋକାଭିମୁଖୀ ଶାସନକୁ ଆଧାର କରି ବିଜେଡିରେ ସାମିଲ ହୋଇଛି । ଦଳର ତୃଣମୂଳ ସ୍ତରରେ କାର୍ଯ୍ୟ କରି ଦଳକୁ ସଫଳତା ଆଣିବି ।"

ଏହା ମଧ୍ୟ ପଢନ୍ତୁ: ଆଉ ବାପିଙ୍କୁ ଟିକେଟ୍ ଦେବନି କଂଗ୍ରେସ: ଜିଲ୍ଲା ସଭାପତି - Oppose To Bapi Sarkhel


ବାପି ସର୍ଖେଲ ଜଗତସିଂହପୁର ଜିଲ୍ଲା କଂଗ୍ରେସର ଜଣେ ଟାଣୁଆ ନେତା । ତେବେ ବାପି ପୂର୍ବରୁ ପାରାଦ୍ବୀପରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ତେବେ ଦିପା ବିଜେଡିରେ ଯୋଗ ଦେବା ସମୟରେ ବାପିଙ୍କୁ ମଧ୍ୟ ଶଙ୍ଖ ଭବନରେ ଦେଖିବାକୁ ମିଳିଥିଲା । ସେହି ଦିନ ଠାରୁ ବାପି କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା । ଆଜି ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି ବାପି । କିନ୍ତୁ ସେ କେଉଁ ଦଳରେ ଯୋଗଦେବେ ସେନେଇ ସ୍ପଷ୍ଟ ହୋଇ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 4, 2024, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.