ETV Bharat / state

ମୋକିମଙ୍କୁ ବଡ଼ ଆଶ୍ବସ୍ତି, ବିଧାୟକ ପଦ ରଦ୍ଦ ରାୟରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

author img

By ETV Bharat Odisha Team

Published : Mar 18, 2024, 4:23 PM IST

Updated : Mar 18, 2024, 5:08 PM IST

Supreme Court stays HC order of disqualify Congress MLA Mohammed Moquim: ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ସୁପ୍ରିମ ଆଶ୍ବସ୍ତି । ହାଇକୋର୍ଟଙ୍କ ବିଧାୟକ ପଦ ରଦ୍ଦ ରାୟରେ ରହିତାଦେଶ ଜାରି କଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

ମୋକିମଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ହାଇକୋର୍ଟଙ୍କ ବିଧାୟକ ପଦ ରଦ୍ଦ ରାୟରେ ରହିତାଦେଶ
ମୋକିମଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ହାଇକୋର୍ଟଙ୍କ ବିଧାୟକ ପଦ ରଦ୍ଦ ରାୟରେ ରହିତାଦେଶ

Supreme Court stays HC order of disqualify Congress MLA Mohammed Moquim

କଟକ/ଭୁବନେଶ୍ବର: ସୁପ୍ରିମକୋର୍ଟରୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ବଡ଼ ଆଶ୍ବସ୍ତି ମିଳିଛି । ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇବା ମାମଲାରେ ହାଇକୋର୍ଟଙ୍କ ବିଧାୟକ ପଦ ରଦ୍ଦ ରାୟ ଉପରେ ସର୍ବୋଚ୍ଚକୋର୍ଟ ଆଜି ସ୍ଥଗିତାଦେଶ ଜାରି କରିଛନ୍ତି । ହାଇକୋର୍ଟ ମୋକିମଙ୍କ ବିରୋଧରେ ରାୟ ଦେବା ପରେ ସେ ଏହାକୁ ସର୍ବୋଚ୍ଚ କୋର୍ଟରେ ଚ୍ଯାଲେଞ୍ଜ କରିଥିଲେ । ଚଳିତମାସ ୪ ତାରିଖରେ ମୋକିମଙ୍କ ବିଧାୟକ ପଦ ରଦ୍ଦ କରିଥିଲେ ଓଡ଼ିଶା ହାଇକୋର୍ଟ ।


ଆଜି ସର୍ବୋଚ୍ଚକୋର୍ଟଙ୍କ ରାୟ ଆସିବା ପରେ ମୋକିମ କହିଛନ୍ତି, ‘‘ହାଇକୋର୍ଟର ରାୟ ଆସିବା ପରେ ମୁଁ ବିଧାୟକ ଭାବେ କାର୍ଯ୍ୟ କରିବାକୁ ସକ୍ଷମ ହୋଇନଥିଲି । କଟକ ବାରବାଟୀବାସୀ ମୋତେ ଭୋଟ ଦେଇ ନିର୍ବାଚିତ କରିଥିଲେ । ଆଜି ସେମାନଙ୍କ ପାଇଁ ଖୁସି ଖବର । ଏହି ରାୟ ବାରବାଟୀ ଜନତାଙ୍କ ବିଜୟ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏହା ମନୋବଳ ବୃଦ୍ଧି କରିବ । ମୁଁ ରାଜନୀତିରେ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିଲି, ଆଗକୁ ସେଭଳି କାର୍ଯ୍ୟ ଜାରି ରହିବ। ହାଇକୋର୍ଟଙ୍କ ରାୟକୁ ମଧ୍ୟ ସ୍ୱାଗତ କରିଥିଲି । 2019 ନିର୍ବାଚନରେ ସେପରି କିଛି ଭୁଲ ହୋଇନଥିଲା । ମାତ୍ର ଯେତେବେଳେ ଏହି ମାମଲାରେ ହାଇକୋର୍ଟ ରାୟ ଆସିଲା ସେତେବେଳେ ମଧ୍ୟ ସେହି ରାୟକୁ ସମ୍ମାନ ଦେଇ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେବାକୁ ପ୍ରସ୍ତୁତ ହୋଇଥିଲି ।’’


ଗତ 2019 ସାଧାରଣ ନିର୍ବାଚନରେ କଂଗ୍ରେସ ନେତା ମହମ୍ମଦ ମୋକିମ କଟକ ବାରବାଟୀ ଆସନରୁ ଜିତି ବିଧାୟକ ହୋଇଛନ୍ତି । ନିର୍ବାଚନ ନାମାଙ୍କନ ପତ୍ରରେ ଅପରାଧିକ ମାମଲା ସମ୍ପର୍କରେ ସେ ବିବରଣୀ ଦେଇନଥିବା ଅଭିଯୋଗ ହୋଇଥିଲା । ତତ୍କାଳୀନ ବିଜେଡି ବିଧାୟକ ପ୍ରାର୍ଥୀ ତଥା ତାଙ୍କର ପ୍ରତିଦ୍ବନ୍ଦ୍ବୀ ଦେବାଶିଷ ସାମନ୍ତରାୟ ଏନେଇ ହାଇକୋର୍ଟକୁ ଯାଇଥିଲେ । ହାଇକୋର୍ଟଙ୍କ ପକ୍ଷରୁ ଗତମାସରେ ମୋକିମଙ୍କ ନିର୍ବାଚନ ନେଇ ରାୟ ଆସିଥିଲା । କୋର୍ଟ ମୋକିମଙ୍କ ବିଧାୟକ ପଦ ରଦ୍ଦ କରିଦେଇଥିଲେ । ଫଳରେ ମୋକିମଙ୍କ ରାଜନୈତିକ କ୍ୟାରିଅର ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :- ଲୋକସଭା ନିର୍ବାଚନ ପୂର୍ବରୁ ECIଙ୍କ ବଡ଼ ଅଦଳବଦଳ: ହଟିଲେ ପଶ୍ଚିମବଙ୍ଗ DGP ଏବଂ 6 ରାଜ୍ୟର ଗୃହ ସଚିବ

ତେବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମୋକିମ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ସୁପ୍ରିକୋର୍ଟ ମୋକିମଙ୍କୁ ବଡ ଆଶ୍ବସ୍ତି ଦେଇଛନ୍ତି । ମୋକିମ ଚଳିତଥର ମଧ୍ୟ ନିଜ ପାରମ୍ପରିକ ଆସନରୁ ପୁଣି କଂଗ୍ରେସ ଟିକେଟରେ ଲଢିବେ ଓ ଜିତିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଟକ/ ଭୁବନେଶ୍ବର

Last Updated : Mar 18, 2024, 5:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.