ETV Bharat / state

ଘଟଗାଁ ପୀଠରେ ପଣା ସଂକ୍ରାନ୍ତି, ସୁନାବେଶରେ ଦର୍ଶନ ଦେଉଛନ୍ତି ମା' ତାରିଣୀ - Pana Sankranti

author img

By ETV Bharat Odisha Team

Published : Apr 14, 2024, 8:46 AM IST

MAA TARINI
MAA TARINI

Pana Sankranti: ମହାବିଷୁବ ପଣା ସଂକ୍ରାନ୍ତିରେ ଘଟଗାଁ ପୀଠରେ ମା' ତାରିଣୀଙ୍କ ସୁନାବେଶ ଅନୁଷ୍ଠିତ । ମା'ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଅଧିକ ପଢନ୍ତୁ

ଘଟଗାଁ ପୀଠରେ ପଣା ସଂକ୍ରାନ୍ତି

କେନ୍ଦୁଝର: ଆଜି ହେଉଛି ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ । ଏହି ଅବସରରେ କେନ୍ଦୁଝର ଜିଲ୍ଲା ମା’ ଘଟଘାଁ ତାରିଣୀଙ୍କ ପୀଠକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଚଇତି ପର୍ବର ଷଷ୍ଠ ଦିନରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମା' ଘଟଗାଁ ରାଣୀ । ପଣା ସଂକ୍ରାନ୍ତି ଅବସରରେ ମା'ଙ୍କର ସ୍ଵତନ୍ତ୍ର ସୁନାବେଶ ହୋଇଥିବା ବେଳେ ସକାଳୁ ଶାବରୀ ମନ୍ତ୍ରରେ ଆରାଧନା ହୋଇ ପୂଜାର୍ଚ୍ଚନା କରାଯାଇଥିଲା । ମା'ଙ୍କ ଦେହୁରୀ ଭୋରୁ ଏହି ପୂଜାନୀତି କରିଥିବା ବେଳେ ପରେ ସାଧାରଣ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ା ଯାଇଥିଲା । ଚଇତି ପର୍ବ ଅବସରରେ ମାଙ୍କ ପୀଠରେ ହୋମଯଜ୍ଞ, ଚଣ୍ଡୀପାଠ, ଭାଗବତ ପାଠ, ସାଂସ୍କୃତିକ କାର୍ଯ୍ୟକ୍ରମ, ବାଦୀପାଲା, ପ୍ରବଚନ ଆଦି ଅନୁଷ୍ଠିତ ହେଉଛି । ମନ୍ଦିର ପରିସରରେ ଥିବା ମଣ୍ଡପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ମନ୍ଦିର ପରିସରରେ ଟ୍ରଷ୍ଟ ବୋର୍ଡ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ଗୁଡ଼ିକ ପକ୍ଷରୁ ଭକ୍ତମାନଙ୍କୁ ପାନୀୟ ଜଳ, ପଣା, ଅନ୍ନ ପ୍ରସାଦ ମାଗଣାରେ ବଣ୍ଟନ କରାଯାଉଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଭକ୍ତଙ୍କ ପାଇଁ ଏସି ବ୍ୟାରିକେଡ଼ର ମଧ୍ୟ ବ୍ୟବସ୍ଥା କରାଯାଇଛି । ମା'ଙ୍କ ସୁନାବେଶ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ମା' ତାରିଣୀଙ୍କ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଲେ ମା’ - Chaiti Parba At Tarini Temple

ଏପ୍ରିଲ 9 ତାରିଖରି ଘଟଗାଁ ପୀଠରେ ଆରମ୍ଭ ହୋଇଛି ମା’ ତାରିଣୀଙ୍କ ବିଶ୍ବ ପ୍ରସିଦ୍ଧ ଚଇତି ପର୍ବ । ମାଆ ତାରିଣୀଙ୍କ 88ତମ ଚଇତି ପର୍ବ ଆସନ୍ତାକାଲି ଶେଷ ହେବ । ପ୍ରତିବର୍ଷ 7 ଦିନ ଧରି ଏହି ପର୍ବ ଅନୁଷ୍ଠିତ ହୋଇଥାଏ । ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ମା' । ଚଇତି ପର୍ବର ଷଷ୍ଠ ଦିନରେ ମା'ଙ୍କ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗି ରହିଛି । ପବିତ୍ର ପଣା ସଂକ୍ରାନ୍ତି ଅବସରରେ ସକାଳୁ ସକାଳୁ ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମା’ଙ୍କ ସାନିଧ୍ୟ ଲାଭ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସୁଯୋଗ ନେବାକୁ ଭକ୍ତଙ୍କୁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.