ETV Bharat / state

ଟ୍ରେନ ରହଣି ଓ ଅଣ୍ଡରପାସ ନିର୍ମାଣ ଦାବି, ରାଜଗାଙ୍ଗପୁର ବନ୍ଦ ସହ ରେଳ ଷ୍ଟେସନରେ ଧାରଣା

author img

By ETV Bharat Odisha Team

Published : Mar 13, 2024, 4:39 PM IST

Rajagangpur Bandh: ରାଜଗାଙ୍ଗପୁର ସହର ବନ୍ଦ ସହ ରେଳ ଷ୍ଟେସନରେ ଧାରଣା । ଟ୍ରେନ ରହଣି ଏବଂ ଅଣ୍ଡରପାସ ନିର୍ମାଣ ଦାବି ନେଇ ବନ୍ଦ ସହ ଧାରଣା । ଅଧିକ ପଢନ୍ତୁ

Rajagangpur Bandh
Rajagangpur Bandh

ରାଜଗାଙ୍ଗପୁର ବନ୍ଦ

ରାଉରକେଲା: ରାଜଗାଙ୍ଗପୁର ରେଳ ଷ୍ଟେସନରେ ଧାରଣା । ଆଜି ରାଜଗାଙ୍ଗପୁର ଡେଭଲପମେଣ୍ଟ ଫୋରମ ପକ୍ଷରୁ ରାଜଗାଙ୍ଗପୁର ବନ୍ଦ ସହିତ ରେଳ ଷ୍ଟେସନରେ ଧାରଣା ଦିଆଯାଇଛି । ଟ୍ରେନ ରହଣି ଏବଂ ଅଣ୍ଡରପାସ ନିର୍ମାଣ ଦାବି କରିବା ସତ୍ତ୍ବେ କେହି କର୍ଣ୍ଣପାତ ନକରିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜରାସ୍ତାକୁ ଓହ୍ଲାଇଛି ରାଜଗାଙ୍ଗପୁର ଡେଭଲପମେଣ୍ଟ ଫୋରମ । ତେବେ ଦାବି ନଶୁଣିଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ରାଜଗାଙ୍ଗପୁର ଏବଂ କଂଶବାହାଲରେ ଏକ୍ସପ୍ରେସ ଟ୍ରେନ୍ ରହଣି ଏବଂ ବଗିଚାପଡ଼ାରେ ଅଣ୍ଡାରପାସ ନିର୍ମାଣ ଦାବିକୁ ନେଇ ରାଜଗାଙ୍ଗପୁର ଡେଭଲପମେଣ୍ଟ ଫୋରମ ତରଫରୁ ଆଜି ୧୩ ତାରିଖ ରାଜଗାଙ୍ଗପୁର ବନ୍ଦ ସହ ଆନ୍ଦୋଳନ ଡାକରା ଦିଆଯାଇଛି । ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଗରୁ ସ୍ଥାନୀୟ ରେଳ ଷ୍ଟେସନ ପ୍ରବନ୍ଧକଙ୍କ କକ୍ଷରେ ରେଳ ବିଭାଗର କର୍ତ୍ତୃପକ୍ଷଙ୍କ ସହ ଫୋରମ ସଦସ୍ୟଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଆଲୋଚନା ବିଫଳ ହେବାରୁ ଆଜି ସହର ବନ୍ଦ ସହ ଆନ୍ଦୋଳନ ପାଇଁ ଡେଭଲପମେଣ୍ଟ ପୋରମ୍ ପକ୍ଷରୁ ଡାକରା ଦିଆଯାଇଛି । ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ସକାଳୁ ରେଳ ବିଭାଗର ସହାୟକ ରେଳ ଷ୍ଟେସନ ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସଂଗ୍ରାମ ସମିତି ପକ୍ଷରୁ ରେଳ ରୋକ, ଯାଜପୁର ରୋଡରୁ ଧାମରା ରେଳପଥ ସଂଯୋଗ ଦାବି

ରାଜଗାଙ୍ଗପୁର ରେଳ ଷ୍ଟେସନରେ ଆଜାଦ ହିନ୍ଦ୍, ହଟିଆ-ଯଶୋବନ୍ତପୁର, ହାୱଡ଼ା- ପୁନେ, ମୌର୍ଯ୍ୟ ଏକ୍ସପ୍ରେସ୍ ଏବଂ ବନ୍ଦେ ଭାରତ ଭଳି ସୁପରଫାଷ୍ଟ ଟ୍ରେନ୍ ସହ କାଂଶବାହାଲରେ ସମଲେଶ୍ଵରୀ ଏବଂ ରାଜାରାଣୀ ଟ୍ରେନ ରହଣି ଦାବିରେ ଆଲୋଚନା ହୋଇଥିଲା । ଆଲୋଚନା ବିଫଳ ହେବା ପରେ ଆଜି ସକାଳୁ ଆନ୍ଦୋଳନ କାରୀ ମନେ ରେଲୱେ ଷ୍ଟେସନରେ ଧାରଣ ଦିଆଯିବା ସହ ବିକ୍ଷୋଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ରେଳ ରହଣି ଦାବିରେ ରେଳରୋକ, ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଚେତାବନୀ

ଏହି ଆନ୍ଦୋଳନରେ ରାଜଗାଙ୍ଗପୁର ପୂର୍ବତନ ମନ୍ତ୍ରୀ ମଙ୍ଗଳ କିଷାନ ଏବଂ ରାଜଗାଙ୍ଗପୁର କଂଗ୍ରେସ ବିଧାୟକ ରାଜନ ଏକ୍କା ଏବଂ ରାଜଗାଙ୍ଗପୁରର ଡେଭେଳ୍ପମେଣ୍ଟ ଫୋରମର ସଦସ୍ୟାମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ । ତେବେ ରାଜଗାଙ୍ଗପୁର ରେଳ ଷ୍ଟେସନରେ ଆଜାଦ ହିନ୍ଦ୍, ହଟିଆ -ଜଶୋବନ୍ତପୁର, ହାୱଡ଼ା- ପୁନେ, ମୌର୍ଯ୍ୟ ଏକ୍ସପ୍ରେସ୍ ଏବଂ ବନ୍ଦେ ଭାରତ ଟ୍ରେନ ରହିବା ଦାବି ନମାନିବେ ତେବେ ଆଗକୁ ତୀବ୍ର ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.