ETV Bharat / state

ହୀରାକୁଦରେ ଡାଇରିଆ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ଡାକ୍ତରୀ ଟିମ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର - DIARRHOEA SPREADS IN HIRAKUD

author img

By ETV Bharat Odisha Team

Published : Mar 24, 2024, 10:08 PM IST

Updated : Mar 24, 2024, 10:19 PM IST

ହୀରାକୁଦରେ ଡାଇରିଆ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ଡାକ୍ତରୀ ଟିମ
ହୀରାକୁଦରେ ଡାଇରିଆ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ଡାକ୍ତରୀ ଟିମ

DIARRHEA OUTBREAK IN HIRAKUD: ହୀରାକୁଦରେ ଆତଙ୍କ ସୃଷ୍ଟି କରିଛି ଡାଇରିଆ । ଭୁବନେଶ୍ବରରୁ 2 ଜଣିଆ ଡାକ୍ତରୀ ଟିମ ହୀରାକୁଦ ପହଞ୍ଚିଛନ୍ତି । ସେପଟେ କେନ୍ଦ୍ରକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ହୀରାକୁଦରେ ଡାଇରିଆ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ଡାକ୍ତରୀ ଟିମ

ସମ୍ବଲପୁର: ହୀରାକୁଦରେ ଡାଇରିଆ ଅତଙ୍କ । ହୀରାକୁଦ ସହରରେ ଝାଡାବାନ୍ତି ବ୍ୟାପି ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 177କୁ ପହଞ୍ଚିଛି । ଆଜି ପର୍ଯ୍ୟନ୍ତ ଏଥିରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତିରେ ଆଜି ଏକ 2 ଜଣିଆ ଡାକ୍ତରୀ ଟିମ ଭୁବନେଶ୍ବରରୁ ହୀରାକୁଦ ଆସିଛନ୍ତି । ଏହି ଦୁଇ ଜଣିଆ ଟିମରେ ରାଜ୍ୟ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟର ଡାକ୍ତର ସୁରଜିତ ଓ ସମନ୍ମିତ ରୋଗ ନିରୀକ୍ଷଣ ପ୍ରକଳ୍ପ ବା DSPର ଏପିଡର୍ମିଲୋଜିଷ୍ଟ ଡାକ୍ତର ସୁନିତା ଜେନା ଅଛନ୍ତି । ଆଜି ଏହି ଟିମ ଅପରାହ୍ନ ସମୟରେ ହୀରାକୁଦ ସହରର ସରକାରୀ ଚିକିତ୍ସାଲୟକୁ ଯାଇ ସେଠାରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ଡାକ୍ତରମାନଙ୍କ ସହ ଝାଡାବାନ୍ତି ରୋଗ ସମ୍ପର୍କରେ ଆଲୋଚନା କରିଛନ୍ତି ।

ସେହିପରି ଡାକ୍ତରଖାନରେ ଭର୍ତ୍ତି ହୋଇଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନଙ୍କ ସହ ଆଲୋଚନା କରିଛନ୍ତି । ଆକ୍ରାନ୍ତ ହୋଇଥିବା ରୋଗୀ ମାନେ କେଉଁ ସବୁ ଖାଦ୍ୟ ଓ ପାନୀୟ ଗ୍ରହଣ କରିଛନ୍ତି, ସେନେଇ ମଧ୍ୟ ତଦନ୍ତ କରିଛନ୍ତି । ଏହାପରେ ଏହି ଟିମ ଝାଡାବାନ୍ତି ହୋଇଥିବା ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି । ପରବର୍ତ୍ତୀ ସମୟରେ ଏହି ଟିମ ଝାଡାବାନ୍ତିରେ ମୃତ୍ୟୁ ହୋଇଥିବା ରୋଗୀଙ୍କ ଘରକୁ ଯାଇ ତଦନ୍ତ କରିଛନ୍ତି । ଡାକ୍ତର ସୁରଜିତ କହିଛନ୍ତି ଯେ, ଏହି ଅଞ୍ଚଳରେ ଯୋଗା ଯାଉଥିବା ପାନୀୟ ଜଳ ତଥା ସ୍ଥାନୀୟ ନଈ ପାଣି ଓ ରୋଗୀଙ୍କ ମଳର ନମୁନା ପରୀକ୍ଷା ପାଇଁ ସଂଗ୍ରହ କରି ପଠାଯାଇଛି । ତେବେ ସମ୍ପୂର୍ଣ୍ଣ ପରିସ୍ଥିତି ଅନୁଧ୍ୟାନ ଓ ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ପରେ ଏକ ସମ୍ପୂର୍ଣ୍ଣ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ।

ଅନ୍ୟପଟେ ହୀରାକୁଦରେ ଡାଇରିଆକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଜିଲ୍ଲାର ହୀରାକୁଦ ସମେତ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଡାଇରିଆ ସଂକ୍ରମଣକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍ ନିୟୋଜିତ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଜରିଆରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ବିଷୟରେ ଗଭୀର ଚିନ୍ତାପ୍ରକଟ କରିବା ସହ କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ହୀରାକୁଦ ଅଞ୍ଚଳରେ ଡାଇରିଆ ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ଦେଖାଯାଇଛି । ଡାଇରିଆକୁ ନିୟନ୍ତ୍ରଣ କରିବା ସହ ତୁରନ୍ତ ପ୍ରତିଷେଧକମୂଳକ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ ହୋଇପଡିଛି ।

ଏହି ଘଟଣା ଜନସାଧାରଣ ବିଶେଷ ଭାବରେ ଶିଶୁ ଓ ବୟସ୍କଙ୍କ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ବଡ ବିପଦ ଦେଖାଯାଇଛି । ତେଣୁ ଜନସାଧାରଣଙ୍କ ଜରୁରୀକାଳୀନ ସ୍ୱାସ୍ଥ୍ୟବସ୍ଥା ସମୟରେ ଡାଇରିଆ ଆକ୍ରାନ୍ତଙ୍କୁ ଅବିଳମ୍ବେ ଆବଶ୍ୟକ ମେଡିକାଲ ସହାୟତା ଯୋଗାଇଦେବା ପାଇଁ ପ୍ରଭାବତ ଅଞ୍ଚଳରେ କେନ୍ଦ୍ରୀୟ ମେଡିକାଲ ଟିମ୍ ନିୟୋଜିତ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ । ଡାଇରିଆର ମୂଳ କାରଣକୁ ଚିହ୍ନଟ କରିବା ସହ ସଂକ୍ରମିତ ଅଞ୍ଚଳରେ ଡାଇରିଆ ନିରାକରଣ ପାଇଁ ‘ବ୍ୟାପକ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ’ ଆରମ୍ଭ କରିବା ସହ ଲୋକଙ୍କ ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନେବା ପାଇଁ ମାଣ୍ଡଭୀୟଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ଶତାଧିକ ଲୋକମାନେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ପାନୀୟ ଜଳ ସଂକ୍ରମଣ ହୋଇଥିବା କାରଣରୁ ଏହି ରୋଗ ବ୍ୟାପୁଥିବା ସନ୍ଦେହ କରାଯାଉଛି । ପାଣି ପାଇପ ଫାଟି ଏହି ରୋଗ ବ୍ୟାପୁଥିବା ନେଇ ଲୋକମାନେ ଅଭିଯୋଗ କରିଛନ୍ତି । ଏହି ଘଟଣା ଜନସାଧାରଣ ବିଶେଷ ଭାବରେ ଶିଶୁ ଓ ବୟସ୍କ ସ୍ବାସ୍ଥ୍ୟ ସମସ୍ୟା ପ୍ରତି ବଡ ବିପଦ ଦେଖାଯାଇଛି ।

ଏହା ମଧ୍ୟ ପଢନ୍ତୁ ....ହୀରାକୁଦରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା: ଆରଡିସି ଓ ଜିଲ୍ଲାପାଳଙ୍କ ସ୍ଥିତି ସମୀକ୍ଷା

ତେଣୁ ଜନସାଧାରଣଙ୍କ ଜରୁରୀକାଳୀନ ସ୍ୱାସ୍ଥ୍ୟବସ୍ଥା ସମୟରେ ଡାଇରିଆ ଆକ୍ରାନ୍ତଙ୍କୁ ଅବିଳମ୍ବେ ଆବଶ୍ୟକୀୟ ମେଡିକାଲ ସହାୟତା ଯୋଗାଇଦେବା ପାଇଁ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ମେଡିକାଲ ଟିମ୍ ନିୟୋଜିତ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ । ଡାଇରିଆର ମୂଳ କାରଣକୁ ଚିହ୍ନଟ କରିବା ସହ ସଂକ୍ରମିତ ଅଞ୍ଚଳରେ ଡାଇରିଆ ନିରାକରଣ ପାଇଁ ‘ବ୍ୟାପକ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ’ ଆରମ୍ଭ କରିବା ସହ ଲୋକଙ୍କ ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟଙ୍କୁ ପରାମର୍ଶ ଦେଇଛନ୍ତି । ଉଲ୍ଲେଖନୀୟ ଯେ, ଗତକାଲି ଧର୍ମେନ୍ଦ୍ର ଆକ୍ରାନ୍ତଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ସମ୍ବଲପୁର ସିଡିଏମଓ ଡାକ୍ତର ସୁଜାତା ରାଣୀ ମିଶ୍ରଙ୍କ ସହ କଥା ହୋଇଥିଲେ ।


ଇଟିଭି ଭାରତ, ସମ୍ବଲପୁର

Last Updated :Mar 24, 2024, 10:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.