ETV Bharat / state

ଶ୍ରୀକ୍ଷେତ୍ରରେ ଦୋଳ ଉତ୍ସବ ଅନୁଷ୍ଠିତ, ବଡଦାଣ୍ଡରେ ଭକ୍ତଙ୍କ ସହ ଫଗୁ ଖେଳିଲେ ମହାପ୍ରଭୁ - Dola Utsav

author img

By ETV Bharat Odisha Team

Published : Mar 25, 2024, 6:47 PM IST

Updated : Mar 25, 2024, 7:35 PM IST

Puri Sri Mandir
Puri Sri Mandir

Dola Utsav At Sri Mandir: ଶ୍ରୀକ୍ଷେତ୍ରରେ ପାଳିତ ହେଲା ଦୋଳ ଉତ୍ସବ । ବଡଦାଣ୍ଡ ଓ ଦୋଳ ବେଦୀରେ ଭକ୍ତଙ୍କ ସହ ଫଗୁ ଖେଲିଲେ ମହାପ୍ରଭୁ । ଅଧିକ ପଢନ୍ତୁ

ଶ୍ରୀକ୍ଷେତ୍ରରେ ଦୋଳ ଉତ୍ସବ ଅନୁଷ୍ଠିତ, ବଡଦାଣ୍ଡରେ ଭକ୍ତଙ୍କ ସହ ଫଗୁ ଖେଳିଲେ ମହାପ୍ରଭୁ

ପୁରୀ: ଆଜି (ସୋମବାର) ପବିତ୍ର ଦୋଳପୂର୍ଣ୍ଣିମା । ଏହି ଅବସରରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସହ ଫଗୁ ଓ ଅବିର ଖେଳିଛନ୍ତି ମହାପ୍ରଭୁ । ଦୋଳପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର । ଦୋଳବେଦୀରେ ଦୋଳଠାକୁର, ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସମସ୍ତ ରୀତି, ନୀତି ସମ୍ପନ୍ନ ହୋଇଛି । ସେପଟେ ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କ ରାଜାଧିରାଜ ବେଶ ତଥା ସୁନାବେଶ ପାଇଁ ଅଗଣିତ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- ଧୁମଧାମରେ ଦୋଳ ଉତ୍ସବ ପାଳିତ: ଏକାଠି ହେଲେ ୫୧ ବିମାନ, ଅଗ୍ନି ହାଣ୍ଡୁଳାର ପୂର୍ଣ୍ଣାହୂତି

ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ ଅନୁଯାୟୀ ଦ୍ବାରଫିଟା, ମଙ୍ଗଳଆଳତୀ, ମଇଲମ ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବାପରେ ନାଭିକଟା ମଣ୍ତପକୁ ଦିଅଁ ବିଜେ କରିଥିଲେ । ମହାପ୍ରଭୁଙ୍କ ରାଜାଧିରାଜ ବେଶ ତଥା ସୁନାବେଶ ଏବଂ ନାଭିକଟା ମଣ୍ତପ ନୀତି ସମ୍ପନ୍ନ ପରେ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିମାନକୁ ବିଜେ କରିଥିଲେ । ଘଣ୍ଟ, ଛତା, କାହାଳୀ ସହ ଭକ୍ତଙ୍କ ହରିବୋଲ, ହୁଳହୁଳି, ଧ୍ବନି ଏବଂ ରଙ୍ଗବେରଙ୍ଗର ଫଗୁ ମଧ୍ୟରେ ବଡଦାଣ୍ତ ଦେଇ ଠାକୁର ଦୋଳବେଦୀରେ ପହଞ୍ଚିଥିଲେ । ଦୋଳବେଦୀର ଚାରି ପାର୍ଶ୍ବ ଓ ଦୋଳ ବେଦୀରେ ଠାକୁରଙ୍କ ବିମାନ ୭ ଘେରା ପରିକ୍ରମା କରିବା ପରେ ଠାକୁର ଦୋଳବେଦୀରେ ବିରାଜିତ ହୋଇଥିଲେ । ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ବିମାନ ଆଗରେ ଏବଂ ପରିକ୍ରମା ସମୟରେ ଫଗୁ ଛିଞ୍ଚି ଛିଞ୍ଚି ଆତ୍ମବିଭୋର ହୋଇ ପଡ଼ିଥିଲେ ।

ଏହା ବି ପଢନ୍ତୁ- ପୁରାଣ ବର୍ଣ୍ଣିତ ଓଳକଣା ମେଳଣ ଶେଷ, ବ୍ରାହ୍ମ ମୁହୂର୍ତ୍ତରେ ହରିହରଙ୍କ ଦର୍ଶନ କରି କୃତାର୍ଥ ଭକ୍ତ ବିଦୂର

ଭକ୍ତଙ୍କ ସହ ଅବିର ଓ ଫଗୁ ଖେଳିଥିଲେ ମହାପ୍ରଭୁ । ବଡ଼ଦାଣ୍ତ ଏବଂ ଦୋଳବେଦୀ ଚତୁଃପାର୍ଶ୍ବରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ । ସେପଟେ ଆଜିର ଏହି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହ ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମହାପ୍ରଭୁଙ୍କ ଏହି ସୁନାବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଖୁବ ଉତ୍ସାହ ଥିବା ଦେଖିବାକୁ ମିଳିଥିଲା । ଦୋଳବେଦୀ ଉପରେ ଦୋଳଠାକୁରଙ୍କ ସମସ୍ତ ରୀତିନୀତି ସମ୍ପାଦିତ ହେବା ପରେ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା । ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଦୋଳବେଦୀକୁ ଯାଇ ପ୍ରଭୁଙ୍କ ଦର୍ଶନ କରିଥିଲେ । ବିଶ୍ବାସ ଅନୁଯାୟୀ ଦୋଳ ପୂର୍ଣ୍ଣିମାରେ ଦୋଳବେଦୀରେ ଠାକୁରଙ୍କ ଦର୍ଶନ ସହ ତାଙ୍କ ଚରଣରୁ ଅବିର ନେଇ ମୁଣ୍ତରେ ସ୍ପର୍ଶ କଲେ ମହାପୁଣ୍ୟ ମିଳିଥାଏ ।

ଇଟିଭି ଭାରତ, ପୁରୀ

Last Updated :Mar 25, 2024, 7:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.