ETV Bharat / state

ରାଜଧାନୀ ପ୍ରତିଷ୍ଠା ଉତ୍ସବ, ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ - capital foundation day

author img

By ETV Bharat Odisha Team

Published : Apr 14, 2024, 7:46 AM IST

Updated : Apr 14, 2024, 11:12 AM IST

Capital Foundation Day
Capital Foundation Day

Capital Foundation Day: ଭୁବନେଶ୍ବର ଜୟଦେବ ଭବନରେ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହୋଇଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ରାଜଧାନୀବାସୀ । ଅଧିକ ପଢନ୍ତୁ

Capital Foundation Day

ଭୁବନେଶ୍ବର: ୭୬ତମ ପ୍ରତିଷ୍ଠା ଦିବସ ପାଳିଛି ରାଜଧାନୀ ଭୁବନେଶ୍ବର । ଏହି ଅବସରରେ ଜୟଦେବ ଭବନଠାରେ ଆମ ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଓ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ପ୍ରୟାସରେ ଆୟୋଜିତ ହୋଇଯାଇଛି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉଦଘାଟନ କରିଥିଲେ ।

ତେବେ ରାଜଧାନୀର ଜନ୍ମଦିନ ଅବସରରେ କେକ୍ କାଟି ନାଚଗୀତର ଆସର ଭିତରେ ଜନ୍ମଦିନ ପାଳନ କରାଯାଇଛି । ପ୍ରତିବର୍ଷ ଭଳି ଚଳିତ ଥର ବହୁ ଆଡମ୍ବରରେ ନ ହୋଇଥିଲେ ମଧ୍ୟ ଓଡ଼ିଶାର ବିଭିନ୍ନ ନୃତ୍ୟକଳା, ସଂଗୀତ ଆଦି ପରିବେଷଣ କରାଯାଇଥିଲା । ଉପସ୍ଥିତ ଅତିଥିମାନେ ଭୁବନେଶ୍ବରର ଗୌରବମୟ ଇତିହାସ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ନିର୍ବାଚନ ଥିବାରୁ ଆଚରଣବିଧିକୁ ଦୃଷ୍ଟିରେ ରଖି ଏଥର ରାଜଧାନୀ ଗୌରବ ସମ୍ମାନ ଓ ପ୍ୟାରେଡ଼ ହୋଇନଥିବା ବେଳେ ନିରାଡ଼ମ୍ବର ଭାବେ ପ୍ରତିଷ୍ଠା ଦିବସର କାର୍ଯ୍ୟକ୍ରମ ହୋଇଥିଲା । ହେଲେ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅତିଥିଙ୍କ ଠାରୁ ଆରମ୍ଭ କରି ରାଜଧାନୀବାସୀ ବେଶ ଉପଭୋଗ କରିବା ସହ ନାଚ ଗୀତର ତାଳରେ ବେଶ ଝୁମିଥିଲେ ।

ଏହା ମଧ୍ୟ ପଢନ୍ତୁ-୭୬ତମ ପ୍ରତିଷ୍ଠା ଦିବସ ପାଳୁଛି ଭୁବନେଶ୍ୱର, ଜୟଦେବ ଭବନରେ ଫଟୋଚିତ୍ର ପ୍ରଦର୍ଶନୀ

ଏହା ମଧ୍ୟ ପଢନ୍ତୁ- ସ୍ବପ୍ନର ସହର ଭୁବନେଶ୍ବର, ନା ଥକିଛି ନା ଅଟକିଛି

ଏଥିସହ ପୁରୁଣା ନୂଆ ଗୀତର ତାଳରେ ଜଣାଶୁଣା କଳାକାର ମାନେ ବି ଲୋକଙ୍କ ମନ ଛୁଇଁବା ନାଚ ଓ ଗୀତ ପରିବେଷଣ କରିଥିଲେ । ଏହାସହ କେତେକ କିମ୍ବଦନ୍ତୀ କଳାକାରଙ୍କ ଗୀତ ଗାଇ ପୁଣି ଅତୀତର ସେହି ପୁରୁଣା ସ୍ମୃତିକୁ ତାଜା କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମ କମିଶନର ରାଜେଶ ପ୍ରଭାକର ପାଟିଲ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକ ଏବଂ ସମ୍ପାଦକ ସନତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 14, 2024, 11:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.