ETV Bharat / state

ସ୍ବପ୍ନର ସହର ଭୁବନେଶ୍ବର, ନା ଥକିଛି ନା ଅଟକିଛି - Bhubaneswar Foundation Day

author img

By ETV Bharat Odisha Team

Published : Apr 13, 2024, 8:19 AM IST

Updated : Apr 13, 2024, 2:37 PM IST

BHUBANESWAR FOUNDATION DAY
BHUBANESWAR FOUNDATION DAY

Bhubaneswar Foundation Day: ଆଜି ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ଓଡିଶାର ରାଜଧାନୀକୁ ପୂରଣ ହେଲା 76 ବର୍ଷ । ସ୍ବପ୍ନର ସହର ଏ ଭିତରେ ଦେଖିଛି ଅନେକ ସଂଘର୍ଷ । ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଭୁବନେଶ୍ବର ଏବେ ସ୍ମାର୍ଟସିଟି । ପଢନ୍ତୁ ଭୁବନେଶ୍ବରର ଯାତ୍ରା ଉପରେ ।

ଭୁବନେଶ୍ୱର: ସ୍ବପ୍ନର ସହର ରାଜଧାନୀ ଭୁବନେଶ୍ବର... ରାତି ପାହିଲେ ଏଠି ଜମେ ଲୋକଙ୍କ ଭିଡ । ସକାଳ 6ରୁ ରାତି 12 ଅନବରତ ଏଠି ଶୁଭେ ଗାଡିର କେଁ କଟର ଶବ୍ଦ । ଭିଡ ଭିତରେ କିଏ କାହା ସ୍ବପ୍ନ ପୂରଣ କରିବାକୁ କସରତ କରେ ତ ପୁଣି କିଏ ପେଟପାଟଣା ଚିନ୍ତାରେ ଧାଁ ଦୌଡ କରିଥାଏ । ଆଉ କିଏ ଭୁବନେଶ୍ବରର ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ଏଠାକୁ ବୁଲିବାକୁ ଆସିଥାଏ । ଶିକ୍ଷା, କ୍ରୀଡା, ଚାକିରି, ବ୍ୟବସାୟ, ପର୍ଯ୍ୟଟନ ଓ ଯାତାୟତ କ୍ଷେତ୍ରରେ ଉନ୍ନତି ପଥରେ ଭୁବନେଶ୍ବର । ମାଳମାଳ ମନ୍ଦିର ରାଜଧାନୀକୁ ଦେଇଛି ମନ୍ଦିର ମାଳିନିର ପରିଚୟ । ସାହିତ୍ୟ, କଳା ସଂସ୍କୃତି, ଐତିହ୍ୟ-ସ୍ଥାପତ୍ୟ ସହ ପର୍ଯ୍ୟଟନ ଭରା ସ୍ବପ୍ନର ସହର ଭୁବନେଶ୍ବର ।

1948 ମସିହାରେ ଆଜିର ଦିନରେ ଭୁବନେଶ୍ବରକୁ ରାଜଧାନୀର ମାନ୍ୟତା ମିଳିଥିଲା । ଆଉ ଏବେ 77 ବର୍ଷରେ ପାଦ ଥାପିଛି ଭୁବନେଶ୍ବର । ଏହାରି ମଧ୍ୟରେ ଅନେକ ବାଧାବିଘ୍ନ ସହି ଆଗକୁ ଆଗେଇ ଚାଲିଛି ରାଜଧାନୀ । ସେବେକାର ରାଜଧାନୀ ଆଉ ଏବେ କାର ରାଜଧାନୀରେ ଆକାଶ ପାତାଳ ଫରକ ରହିଛି । ଜଙ୍ଗଲରେ ପରିପୂର୍ଣ୍ଣ ଥିବା ସ୍ଥାନରେ ଆଜି ବଡ ବଡ ଅଟାଳିକା ମାନ ଛିଡା ହୋଇଛି । ସମୟର ତାଳେ ତାଳେ ରାଜଧାନୀ ଭୁବନେଶ୍ବରର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ସ୍ମାର୍ଟ ସିଟିରେ ମଧ୍ୟ ପରିଣତ ହୋଇଛି । କୁହାଯାଏ ଏଠାକୁ ଯିଏ ବି ଆସିବ ସେ ସ୍ମାର୍ଟ ହୋଇଯିବ । ଏହି ସହର ଦେଖିଛି ଅନେକ ସଂଘର୍ଷ । ସେହି ସଂଘର୍ଷ ଆଜି ସହରକୁ ସଫଳତା ଦିଗରେ ଆଗେଇ ନେଇଛି ।

ଖୁବଶୀଘ୍ର ମେଟ୍ରୋ ସେବା: ଦିନ ଗଡିବା ସାଙ୍ଗକୁ ରାଜଧାନୀର ଚିତ୍ର ମଧ୍ୟ ବଦଳିଛି । ଗମନାଗମନ କ୍ଷେତ୍ରରେ ବେଶ ଆଗରେ ଭୁବନେଶ୍ବର । ବିମାନ ସେବା ଠାରୁ ଆରମ୍ଭ କରି ବସ, ଟ୍ରେନ ସମସ୍ତ ସୁବିଧା ଏଠାରେ ଉପଲବ୍ଧ । ଆଗକୁ ଏଠାରେ ମେଟ୍ରୋ ସେବା ମଧ୍ୟ ପାଇବେ ରାଜଧାନୀବାସୀ । ବିଶେଷ କରି ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ମୋ ବସ ସେବା ଯାତ୍ରୀଙ୍କୁ ବେଶ ସହାୟକ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଫିକା ପଡିବ ରାଜଧାନୀ ପ୍ରତିଷ୍ଠା ଦିବସ, ଆଦର୍ଶ ଆଚରଣ ବିଧି ପାଇଁ କାଣ୍ଟଛାଣ୍ଟରେ ପାଳନ ହେବ - Foundation Day of Bhubaneswar

ଶିକ୍ଷାର ହବ ଭୁବନେଶ୍ବର: ରାଜଧାନୀରେ ଉତ୍କଳ ମହାବିଦ୍ୟାଳୟ ସାଙ୍ଗକୁ ରହିଛି ରାଜ୍ୟର ପ୍ରଥମ ମହିଳା ବିଶ୍ବବିଦ୍ୟାଳୟ ରମାଦେବୀ । ଆଇଆଇଏମିଟି, କିଟ, ଆଇଆଇଏମଟି, ଆଇଟିଆର, ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ, ବିଶ୍ବ ଦକ୍ଷତା କେନ୍ଦ୍ର, ପରି ଉଚ୍ଚ ଶିକ୍ଷାନୁଷ୍ଠାରେ ଦିଆଯାଉଛି ଉନ୍ନତ ମାନର ଶିକ୍ଷା । ପ୍ରତିବର୍ଷ ଏଠାକୁ କେବଳ ରାଜ୍ୟର ଛାତ୍ରଛାତ୍ରୀ ମୁହଁ ବରଂ ରାଜ୍ୟ ବାହାର ଓ ଦେଶ ବାହାରର ଛାତ୍ରଛାତ୍ରୀ ମଧ୍ୟ ପାଠ ପଢିବାକୁ ଆସିଥାନ୍ତି ।

କ୍ରୀଡା କ୍ଷେତ୍ରରେ ଆଗରେ ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ହକି ମହାକୁମ୍ଭର ଆୟୋଜନ ବିଶ୍ବ ଦରରବାରେ ଭୁବନେଶ୍ୱରକୁ ନୂଆ ପରିଚୟ ଦେଇଛି । ସେହି ସମୟରେ ପୁରା ବିଶ୍ବ ଦେଖିଥିଲା ରାଜଧାନୀର ସୌନ୍ଦର୍ଯ୍ୟ । ବଦଳିଥିଲା ସହରର ରୂପ ରେଖ । ଏପରି ଏସିଆନ ଆଥଲେଟିକ ଗେମ ଭଳି କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯାଇଛି ।

ଆଇଟି ହବ ହେବ ଭୁବନେଶ୍ବର: ଆଗାମୀ ଦିନରେ ଆଇଟି ହବରେ ପରିଣତ ହେବ ରାଜଧାନୀ । ବେଙ୍ଗାଲୁରୁ ପରି ଏଠାରେ ମଧ୍ୟ ବଡ ବଡ ଆଇଟି କମ୍ପାନୀ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ନିକଟରେ ଦୁଇଟି ସଫ୍ଟୱେର କମ୍ପାନୀ ଭୁବନେଶ୍ବରରେ ଖୋଲିଥିଲା ।

ପରିମଳ ବ୍ୟବସ୍ଥା ଫେଲ ମାରିଛି: ରାଜଧାନୀର ଉନ୍ନତି ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି ବିଏମସି, ଭୁବନେଶ୍ବର ଉନ୍ନୟମ କର୍ତ୍ତୃପକ୍ଷ ଓ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ । ପ୍ରତି କ୍ଷେତ୍ରରେ ଆଗରେ ଥିବା ଭୁବନେଶ୍ୱର ବର୍ଷା ଦିନ ଆସିଲେ ଲୋକଙ୍କ ଚିନ୍ତା ବଢାଇ ଦିଏ । ପରିମଳ ବ୍ୟବସ୍ଥାକୁ ନେଇ ଅପବାଦ ମୁଣ୍ଡାଇଛି ବିଏମସି ।

Last Updated :Apr 13, 2024, 2:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.