ETV Bharat / state

ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ସଲିଳ ସମାଧି - SISTERS DROWNED DEATH

author img

By ETV Bharat Odisha Team

Published : Apr 25, 2024, 9:26 PM IST

Sisters drowned in Pond
Sisters drowned in Pond

Sisters drowned Death: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଡଭାର ଗାଁରେ ଦୁଇ ଭଉଣୀ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

Sisters drowned in Pond

ନିମାପଡ଼ା: ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ । ଆଜି ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଡଭାର ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା । ସୂଚନା ମୁତାବକ 12 ବର୍ଷୀୟ ସ୍ମୃତିରେଖା ବରାଳ ଏବଂ 9 ବର୍ଷୀୟ ଶୁଭଶ୍ରୀ ବରାଳ ଉଭୟ ପଞ୍ଚାୟତ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ ସେଠାରୁ ଆଉ ଫେରି ନଥିଲେ । ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗୋପ ଥାନା ଡଭାର ଗାଁର ଶରତ ବରାଳ ଓ ବାପୁନି ବରାଳ ଦୁଇ ଭାଇଙ୍କ ଦୁଇ ଝିଅ ସ୍ମୃତିରେଖା ଏବଂ ଶୁଭଶ୍ରୀ । ଦୁଇ ଭଉଣୀ ଗାଁର ପଞ୍ଚାୟତ ପୋଖରାକୁ ଗାଧୋଇବାକୁ ଯାଇଥିଲେ । ହେଲେ ବହୁତ ସମୟ ପର୍ଯ୍ୟନ୍ତ ନଫେରିବାରୁ ଘର ଲୋକ ବହୁତ ଖୋଜା ଖୋଜି କରିଥିଲେ । ତେବେ ସେମାନେ ଯାଇଥିବା ପୋଖରୀ ବନ୍ଧରେ ଦୁହିଁଙ୍କର ଚପଲ ଏବଂ ଡ୍ରେସ ରଖା ହୋଇଥିବା ଦେଖିବାକୁ ମିଳିଥିଲା । ପରେ ପୋଖରୀ ଭିତରକୁ ଯାଇ ଖୋଜା ଖୋଜି କରିବା ପରେ ସେଠାରୁ ତାଙ୍କୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ଗୋପ ଗୋଷ୍ଠୀ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ପରୀକ୍ଷା କରି ଦୁଇ ଭଉଣୀକୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ଗୋପ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଚାରିଛକ ମେଡିକାଲକୁ ପଠାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..ପୋଖରୀରୁ ମୃତଦେହ ଉଦ୍ଧାର, ମୃତ୍ୟୁର ରହସ୍ୟ ଖୋଜୁଛି ପୋଲିସ - Cuttack Man Body Found

ତେବେ ଗତକାଲି କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନିଳକଣ୍ଠେଶ୍ବର ମନ୍ଦିର ନିକଟସ୍ଥ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଯୁବକ ଜଣକ ଶରତ ନାଏକ ବୋଲି ଜଣାପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହକୁ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ଏସସିବି ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର କାରଣ ଜଣାପଡ଼ିବ । ଅନ୍ୟପଟେ ମୃତକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ । ମୃତକଙ୍କ ସ୍ତ୍ରୀର ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ବାମୀ ଏବଂ ତାଙ୍କ ପଡ଼ୋଶୀ ଯୁବକଙ୍କର ଦୀର୍ଘଦିନ ଧରି ବଚସା ହୋଇଆସୁଥିଲା । ଏପରିକି ଅନେକ ଥର କଥା ହାତାହାତି ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଛି । ତେବେ ଗତକାଲି ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଶରତ ବାହାରକୁ ଯାଇଥିଲେ ସତ ହେଲେ ଆଉ ସେଠାରୁ ଫେରି ନଥିଲେ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.