ETV Bharat / state

ଓଡ଼ିଆ ଭାଷାର ପ୍ରଚାର କରୁଛନ୍ତି ସିଲଭର ଗାନ୍ଧୀ, ସତ୍ୟବାଦୀଠୁ ଜନତା ମୈଦାନକୁ ପଦଯାତ୍ରା

author img

By ETV Bharat Odisha Team

Published : Feb 4, 2024, 10:41 PM IST

ସିଲଭର ଗାନ୍ଧୀ
ସିଲଭର ଗାନ୍ଧୀ

Silver Gandhi Promoting Odia Language : ସତ୍ୟବାଦୀରୁ ସିଲଭର ଗାନ୍ଧୀଙ୍କ ପଦଯାତ୍ରା । ଓଡ଼ିଆ ଭାଷା ଏବଂ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଚାର ପାଇଁ ବାହାରିଛନ୍ତି l ଅଧିକ ପଢ଼ନ୍ତୁ,

ସିଲଭର ଗାନ୍ଧୀ

ନିମାପଡ଼ା: ସତ୍ୟବାଦୀରୁ ସିଲଭର ଗାନ୍ଧୀଙ୍କ ପଦଯାତ୍ରା । ଓଡ଼ିଆ ଭାଷା ଏବଂ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଚାର ପାଇଁ ବାହାରିଛନ୍ତି । ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟଠାରୁ ଭୁବନେଶ୍ଵର ଜନତା ମଇଦାନକୁ ପଦଯାତ୍ରାରେ ବାହାରିଛନ୍ତି ସିଲଭର ଗାନ୍ଧୀ । ଓଡିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ । ଏହି ଅବସରରେ ଲୋକଙ୍କ ମଧ୍ୟରେ ଓଡ଼ିଆ ଭାଷା, ସସ୍କୃତି, କଳା ଏବଂ ଗବେଷଣା ବିଷୟରେ ସଚେତନ କରିବା ପାଇଁ ଏହା ଏକ ଅଭିନବ ପ୍ରୟାସ ।

ଆଜି ସକାଳ ୧୦ ଘଣ୍ଟା ସମୟରେ ସାକ୍ଷୀଗୋପାଳ ପଞ୍ଚସଖାଙ୍କ ସ୍ମୃତି ପୀଠରେ ସିଲଭର ଗାନ୍ଧୀ ରୂପରେ ପହଞ୍ଚି ଥିଲେ ମୋହନ । ସେଠାରେ ପହଞ୍ଚି ପଞ୍ଚସଖାଙ୍କ ସମାଧିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଓଡ଼ିଆ ଭାଷା ପାଇଁ ପଞ୍ଚସଖାଙ୍କ ଅବଦାନ ବିଷୟରେ କହିଥିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ବୋଲି ମତ ପ୍ରକାଶ ମଧ୍ୟ କରିଥିଲେ । ସେଠାରୁ ନବନିର୍ମିତ ଓଡିଆ ବିଶ୍ଵ ବିଦ୍ୟାଳୟ ପରିଦର୍ଶନରେ ବାହାରି ଯାଇଥିଲେ । ବିଶ୍ଵ ବିଦ୍ୟାଳୟ ପରିଦର୍ଶନ କରି ରାଜ୍ୟ ସରକାରଙ୍କର ଉଚ୍ଚକୋଟୀର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ତାଙ୍କ ସହିତ ସତ୍ୟବାଦୀ ଅଞ୍ଚଳର ମହିଳା, ଯୁବକ ଏବଂ ସ୍ୱେଚ୍ଛାସେବୀମାନେ ମଧ୍ୟ ଏହି ଯାତ୍ରାରେ ଭାଗ ନେଇଥିଲେ । ସମସ୍ତେ "ଆମେ ଓଡ଼ିଆ ଆମ ଭାଷା ବଢିଆ " ନାରା ଦେଇ ସାକ୍ଷୀଗୋପାଳ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ନିମାପଡ଼ାରେ ଆୟୋଜିତ ହେଲା ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ । ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଅନ୍ୟ ରାଜ୍ୟରୁ ଆସିଥିବା ଦର୍ଶନାର୍ଥି ଗାନ୍ଧୀ ବେଶରେ ମୋହନ ମହାପାତ୍ରଙ୍କୁ ଦେଖି ଫୁଲମାଳ ଦେଇଥିଲେ । ‘‘ଭାରତ ମାତା କି ଜୟ’’ ନରାରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟରେ ଗ୍ରାମାଞ୍ଚଳରେ ଗାନ୍ଧୀ ବେଶରେ ବୁଲି ପ୍ରଚାର କରିଥାନ୍ତି ମୋହନ । ଏନେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କଠାରୁ ସମ୍ମାନିତ ମଧ୍ୟ ହୋଇଛନ୍ତି । ଫେବୃଆରୀ ୩ରୁ ୫ତାରିଖ ପର୍ଯ୍ୟନ୍ତ ହେବ ଏହି ସମ୍ମିଳନୀ । ସେହି ଅବସରରେ ଓଡ଼ିଆ ଭାଷାର ଏବଂ ଏହି ସମ୍ମିଳନୀର ପ୍ରଚାର ପ୍ରସାର ପାଇଁ ପ୍ରାୟାସ କରିଛନ୍ତି ସିଲଭର ଗାନ୍ଧୀ ଚରିତ୍ରରେ ଅଭିନେତା ମୋହନ ମହାପାତ୍ର । ମୋହନ ବିଗତ ଦିନରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ ପୁରୀରୁ ଦିଲ୍ଲୀ ପଦଯାତ୍ରା କରି ଚର୍ଚ୍ଚିତ ହେଇଥିଲେ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.