ETV Bharat / state

ନିମାପଡ଼ାରେ ଆୟୋଜିତ ହେଲା ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

author img

By ETV Bharat Odisha Team

Published : Feb 4, 2024, 6:15 PM IST

Nimapada Practicing Project School: ନିମାପଡ଼ା ପ୍ରାକ୍ଟିସିଂ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

Nimapada Practicing Project School
ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ନିମାପଡ଼ାରେ ଆୟୋଜିତ ହେଲା ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ପ୍ରାକ୍ଟିସିଂ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହେଲା ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ । ଓଡ଼ିଆ ଭାଷା ସଂସ୍କୃତି ଉପରେ ଆଧାରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି । ଫଳରେ ପିଲାଙ୍କ ମଧ୍ୟରେ ଭାଷା ପ୍ରତି ସମ୍ମାନ ବଢ଼ବା ସହ ତାଙ୍କୁ ନିଜ ଭାଷା ବିଷୟରେ ଅଧିକ ଜ୍ଞାନ ଆହରଣ କରିବାକୁ ମିଳିବ । ଏହି କାର୍ଯ୍ୟକ୍ରମ ବ୍ଲକସ୍ତରୀୟ ହେଉଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ଏହାର ଉଦଘାଟନ କରିଛନ୍ତି ।

ଏହି ଅବସରରେ ଓଡ଼ିଆ ଭାଷା ସଂସ୍କୃତି ଉପରେ ଆଧାରିତ ଅନେକ ପ୍ରତିଯୋଗିତା ଆୟୋଜନ କରାଯାଇଛି । ଯେଉଁଥିରେ ଓଡ଼ିଆ ସଂସ୍କୃତି ପରମ୍ପରା ଉପରେ ଆଧାରିତ ସାହିତ୍ୟ ଏବଂ ଚିତ୍ରାଙ୍କନ ପ୍ରଦର୍ଶନୀ ସାମିଲ ଥିଲା । ଓଡ଼ିଆ ସଂସ୍କୃତି ଖାଦ୍ୟ ଓ ପରମ୍ପରା ଉପରେ ଆଧାରିତ ବକ୍ତୃତା, କବିତା, ଚିତ୍ରାଙ୍କନ, ପ୍ରବନ୍ଧ, କୁଇଜ, ସଙ୍ଗୀତ ଏବଂ ନୃତ୍ୟ ଆଦି ପ୍ରତିଯୋଗିତା କରାଯାଇଛି । ଓଡ଼ିଆ ଭାଷା, କଳା ଏବଂ ସଂସ୍କୃତିର ପ୍ରଚାର ଏବଂ ପ୍ରସାର କରିବା ପାଇଁ ଏହା ଏକ ଉଦ୍ୟମ ବୋଲି କହିଛନ୍ତି ଶିକ୍ଷା ଅଧିକାରୀ ଦ୍ୟୁତିକାନ୍ତ । ତେବେ ଏହି କାର୍ଯ୍ୟକ୍ରମ ଶିକ୍ଷା ଅଧିକାରୀ ଦ୍ୟୁତିକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମ ବ୍ଲକସ୍ତରୀୟ ଭାବରେ ଆୟୋଜିତ ହୋଇଛି । ଏଥିରେ 120ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..... ସ୍ୟାଣ୍ଡ୍ ଆନିମେସନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଅନେକ କବି ଲେଖକଙ୍କ ଲେଖନୀ ମୁନ ଆମ ପାଇଁ ସୃଷ୍ଟି କରିଛି ପ୍ରେରଣାତ୍ମକ ଲେଖା । ତାହାର ପ୍ରଚାର ପ୍ରସାର ଏବଂ ତା’ ଉପରେ ଗବେଷଣା ଆମ କର୍ତ୍ତବ୍ୟ । ସେନେଇ ପାଳନ କରାଯାଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । 2014ରେ ଓଡ଼ିଆ ଭାଷାକୁ ରାଷ୍ଟ୍ରୀୟ ମାନ୍ୟତା ମିଳିଥିଲା । ଓଡ଼ିଆ ଭାଷାକୁ ବଞ୍ଚିବା ପାଇଁ ମହାନ ଦାର୍ଶନିକ କବି ମଧୁସୂଦନ ରାଓ 1903 ମସିହାରେ ପ୍ରଥମ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉତ୍କଳ ମଣି ଗୋପବନ୍ଧୁଙ୍କ ନେତୃତ୍ଵରେ ସତ୍ୟବାଦୀର ପଞ୍ଚ ଶାଖାଗଣ ଓଡ଼ିଆ ଭାଷାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା କରିଥିଲେ । ଯାହା ଫଳରେ 1936 ମସିହା ଏପ୍ରିଲ ପହିଲାରେ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା । ଓଡ଼ିଶାର ପ୍ରଥମ ମୁଖ୍ୟ ମନ୍ତ୍ରୀ ହରେକୃଷ୍ଣ ମହତାବ ଓଡ଼ିଆ ପ୍ରଦେଶ ମାନ୍ୟତାକୁ ବଜାୟ ରଖିବାରେ ସକ୍ଷମ ହୋଇଥିଲେ । ଏହା ବ୍ୟତୀତ ଓଡ଼ିଆ ଭାଷା ସାହିତ୍ୟ ବିଶ୍ଵ ବିଦ୍ୟାଳୟ ସ୍ଥାପନ କରିବା ସଙ୍ଗେ ସଙ୍ଗେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚଳନ କରିବା ପାଇଁ ଗୁରୁତ୍ଵ ଦିଆଯାଉଛି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.