ETV Bharat / state

୨୯ ଯାଏଁ ତାତିରୁ ନାହିଁ ନିସ୍ତାର, ୪୬ ଡିଗ୍ରୀ ଛୁଇଁପାରେ ପାରଦ - HEAT WAVE ALERT

author img

By ETV Bharat Odisha Team

Published : Apr 25, 2024, 5:24 PM IST

୨୯ ଯାଏଁ ତାତିରୁ ନାହିଁ ନିସ୍ତାର ,୪୬ ଡିଗ୍ରୀ ଛୁଇଁପାରେ ପାରଦ !
୨୯ ଯାଏଁ ତାତିରୁ ନାହିଁ ନିସ୍ତାର ,୪୬ ଡିଗ୍ରୀ ଛୁଇଁପାରେ ପାରଦ !

Odisha Weather Update: ରାଜ୍ୟରେ ଆହୁରି ୫ ଦିନ ଯାଏଁ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆଗାମୀ ୪ ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରାରେ ଆହୁରି ୨ ରୁ ୪ ଡ଼ିଗ୍ରୀ ବଢିବା ସମ୍ଭାବନା । ଅଧିକ ପଢନ୍ତୁ

୨୯ ଯାଏଁ ତାତିରୁ ନାହିଁ ନିସ୍ତାର ,୪୬ ଡିଗ୍ରୀ ଛୁଇଁପାରେ ପାରଦ !

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ଲହରୀରେ ଜଳୁଛି ପୁରା ଓଡିଶା । କ୍ରମାଗତ ଭାବେ ୧୦ ଦିନ ଧରି ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ରହିଥିବାବେଳେ ଆହୁରି ୫ ଦିନଯାଏଁ ରାଜ୍ୟରେ ତାତିର ପ୍ରକୋପରୁ ତ୍ରାହି ନାହିଁ । ୨୯ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ବିଭିନ୍ନ ସ୍ଥାନରେ ୪୬ ଡିଗ୍ରୀ ଛୁଇଁପାରେ ପାରଦ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

୨୯ ଯାଏଁ ତାତିରୁ ନାହିଁ ନିସ୍ତାର ,୪୬ ଡିଗ୍ରୀ ଛୁଇଁପାରେ ପାରଦ !
୨୯ ଯାଏଁ ତାତିରୁ ନାହିଁ ନିସ୍ତାର ,୪୬ ଡିଗ୍ରୀ ଛୁଇଁପାରେ ପାରଦ !

ଆଗାମୀ ୪ ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରାରେ ଆହୁରି ୨ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଥିବାବେଳେ ଆଗାମୀ ୫ ଦିନ ରାଜ୍ୟର କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବାର ସମ୍ଭାବନା ରହିଛି । ତେବେ ଆସନ୍ତା ୨୪ ଘଣ୍ଟା ପାଇଁ ଗଜପତି, ଗଞ୍ଜାମ, ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ ଓ ନୂଆପଡାରେ ଅତିପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ରହିଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ ଭାବେ ଅନୁଭୂତ ହେବ ଗ୍ରୀଷ୍ମ ପ୍ରବାହ । ସେହିପରି ଯାଜପୁର, କେନ୍ଦ୍ରାପଡ଼ା,ଜଗତସିଂହପୁର,ବଲାଙ୍ଗୀର ବୌଦ୍ଧ, କନ୍ଧମାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

୨୯ ଯାଏଁ ତାତିରୁ ନାହିଁ ନିସ୍ତାର ,୪୬ ଡିଗ୍ରୀ ଛୁଇଁପାରେ ପାରଦ !
୨୯ ଯାଏଁ ତାତିରୁ ନାହିଁ ନିସ୍ତାର ,୪୬ ଡିଗ୍ରୀ ଛୁଇଁପାରେ ପାରଦ !

ଆସନ୍ତା ୨୬ ଓ ୨୭ ତାରିଖ ଏହି ଦୁଇଦିନ ସିଭିୟର ହିଟ୍ ୱେଭ ଥିବାବେଳେ ୨୬ ତାରିଖ ପାଇଁ ଗଜପତି, ଗଞ୍ଜାମ,ବାଲେଶ୍ୱର , ମୟୂରଭଞ୍ଜ, ଝାରସୁଗୁଡା,ଢେଙ୍କାନାଳ, ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ରେଡ୍ ଆଲର୍ଟ୍ ଜାରି କରିଛି ବିଭାଗ । ସେହିପରି ୨୭ ତାରିଖ ପାଇଁ ଗଜପତି, ଗଞ୍ଜାମ,ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡା ,ଢେଙ୍କାନାଳ, ଭଦ୍ରକ ,ଖୋର୍ଦ୍ଧା, ସୁନ୍ଦରଗଡ,କେନ୍ଦୁଝର ,ନୂଆପଡା, ସୋନପୁର ,ବଲାଙ୍ଗୀର, କଳାହାଣ୍ଡି ଏବଂ ବୌଦ୍ଧରେ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ .....ଅଗ୍ନିବର୍ଷାରୁ ନାହିଁ ନିସ୍ତାର, ଆଗକୁ ସ୍ଥିତି ସାଙ୍ଘାତିକ - Odisha Weather

୨୯ ଯାଏଁ ତାତିରୁ ନାହିଁ ନିସ୍ତାର ,୪୬ ଡିଗ୍ରୀ ଛୁଇଁପାରେ ପାରଦ !
୨୯ ଯାଏଁ ତାତିରୁ ନାହିଁ ନିସ୍ତାର ,୪୬ ଡିଗ୍ରୀ ଛୁଇଁପାରେ ପାରଦ !

୨୯ ଯାଏଁ ରଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ କିଛି କିଛି ସ୍ଥାନରେ ୪୫ ଡିଗ୍ରୀ ଡେଇଁବ ପାରଦ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ପରେ ୩୦ ତାରିଖ ପରେ ପାଗର ପରିବର୍ତ୍ତନ ହୋଇପାରେ ବୋଲି ବିଭାଗ ଅନୁମାନ କରିଛି ବିଭାଗ କରିଛି । ଗତ ୨୪ ଘଣ୍ଟାରେ ୨୬ ସହରରେ ବର୍ଷ ରେକର୍ଡ଼ କରାଯାଇଛି । ସର୍ବାଧିକ ପାରଳାଖେମୁଣ୍ଡିରେ ୨୭.୪ ମିମି ବର୍ଷା ରେକର୍ଡ କରାଯାଇଛି । ୨୦ଟି ସହରରେ ୪୧ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ଼ କରାଯାଇଛି ।

ଏଥିସହ ସର୍ବାଧିକ ଦିନ ତାପମାତ୍ରା ୪୩.୨ ଭୁବନେଶ୍ଵର ଓ ନୂଆପଡ଼ା ଠାରେ ରେକର୍ଡ଼ କରାଯାଇଛି । ଆଗମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ କିଛି କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସେପଟେ ଏବେ କୌଣସି ସ୍ଥାନରେ ବର୍ଷା ହେବାର ନଥିବା ଅନୁମାନ କରିଛି ପାଣିପାଗ ବିଭାଗ ।


ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.