ETV Bharat / state

ଅଗ୍ନିବର୍ଷାରୁ ନାହିଁ ନିସ୍ତାର, ଆଗକୁ ସ୍ଥିତି ସାଙ୍ଘାତିକ - Odisha Weather

author img

By ETV Bharat Odisha Team

Published : Apr 24, 2024, 5:22 PM IST

ରାଜ୍ୟରେ ଅସମ୍ଭାଳ ତାତି, ଆଗକୁ ସ୍ଥିତି ହେବ ସାଙ୍ଗାତିକ
ରାଜ୍ୟରେ ଅସମ୍ଭାଳ ତାତି, ଆଗକୁ ସ୍ଥିତି ହେବ ସାଙ୍ଗାତିକ

Odisha Weather Update: ରାଜ୍ୟରେ ଆଗାମୀ ୫ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ବିଶେଷ କରି ଆସନ୍ତା ୨୭ ଓ ୨୮ ତାରିଖରେ ରାଜ୍ୟରେ ଅଗ୍ନିବର୍ଷା ହେବ । ଅଧିକ ପଢ଼ନ୍ତୁ

ରାଜ୍ୟରେ ଅସମ୍ଭାଳ ତାତି, ଆଗକୁ ସ୍ଥିତି ହେବ ସାଙ୍ଗାତିକ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସମ୍ଭାଳ ତାତି । ଖରା ଓ ଗରମ ସାଙ୍ଗକୁ ଗୁଳୁଗୁଳିରେ ଲୋକ ହନ୍ତସନ୍ତ ହେଉଥିବା ବେଳେ ଏହି ସ୍ଥିତି ଆଗକୁ ଆହୁରି ସାଙ୍ଘାତିକ ହେବ । ଆଗାମୀ ୫ ଦିନ ଧରି ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ବିଶେଷ କରି ଆସନ୍ତା ୨୭ ଓ ୨୮ ତାରିଖରେ ରାଜ୍ୟରେ ସିଭିଅର ହିଟୱେଭ୍ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସେହିପରି 30 ତାରିଖ ବେଳକୁ କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତେବେ ରାଜ୍ୟରେ ବର୍ଦ୍ଧିତ ତାପମାତ୍ରା ସହ କ୍ରମାଗତ ୯ ଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହି ଗ୍ରୀଷ୍ମ ପ୍ରବାହ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ । ଆସନ୍ତାକାଲି ଅର୍ଥାତ 25 ତାରିଖରେ ରାଜ୍ୟର ଅନେକ ଅଞ୍ଚଳରେ ହିଟ୍‌ୱେଭ ଜାରି ରହିବ । ସେହିପରି ୨୬ ତାରିଖରେ ହିଟୱେଭ୍ ନେଇ ୨୩ ଜିଲ୍ଲାକୁ ଅରେଞ୍ଜ ଆର୍ଲଟ ଏବଂ ୪ ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି । ଅନ୍ୟପକ୍ଷେ ଆସନ୍ତା ୨୭ ଓ ୨୮ ତାରିଖରେ ରାଜ୍ୟରେ ଅସହ୍ୟ ତାତି ରହିବ । ଏହି 2 ଦିନ ହିଟୱେଭ ସଙ୍ଗେ ସଙ୍ଗେ ସିଭିୟର ହିଟୱେଭ ସମ୍ଭାବନା ରହିଛି ।ସିଭିୟର ହିଟୱେଭ ପାଇଁ ମୟୂରଭଞ୍ଜ, ବୌଦ୍ଧ, ଖୋର୍ଦ୍ଧା, ଜଗତସିଂହପୁର, ସୋନପୁର, ନୂଆପଡ଼ା, କେନ୍ଦୁଝର, ସୁନ୍ଦରଗଡ, କଳାହାଣ୍ଡି ଓ ବାଲେଶ୍ୱର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ତାତିରୁ ନାହିଁ ନିସ୍ତାର, ଆହୁରି ୫ ଦିନ ଜାଳିବ - Odisha Weather

ଅନ୍ୟପକ୍ଷେ ଆଗାମୀ ଦିନରେ ଅନେକ ସ୍ଥାନରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରି ଯାଏଁ ବଢ଼ିବାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ୪୫ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି । ପରେ ୩୦ ତାରିଖ ବେଳକୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ବହୁତ କମ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟାରେ ୧୮ଟି ସହରରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ର ରେକର୍ଡ କରାଯାଇଛି । ୪୨.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର ଥିଲା । ସେହିପରି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ବଲାଙ୍ଗୀରର ସାଲେଭଟାୃରେ ୬.୪ ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.