ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ବସ, ୯ ଗୁରୁତର

author img

By ETV Bharat Odisha Team

Published : Feb 5, 2024, 9:25 AM IST

Updated : Feb 5, 2024, 11:31 AM IST

Road Accident
Road Accident

Rairakhol Bus Overturns: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନୁଆଁପଡ଼ା ଛକ ନିକଟ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ l ୯ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

Rairakhol Bus Overturns

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନୁଆଁପଡ଼ା ଛକ ନିକଟରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ l ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଶୁଭମ ନାମକ ଏକ ଯାତ୍ରୀବାହୀ ବସ ଭୁବନେଶ୍ୱରରୁ ହୀରାକୁଦ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟା ସମୟରେ ଶୁଭମ ଯାତ୍ରୀବାହୀ ବସ 50 ଯାତ୍ରୀଙ୍କୁ ନେଇ ଭୁବନେଶ୍ବରରୁ ହୀରାକୁଦ ଅଭିମୁଖେ ଯାଉଥିଲା । ତେବେ ନୂଆଁପଡ଼ା ଛକ ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ 9 ଜଣ ଗୁରୁତର ଆହତ ହୋଇଛନ୍ତି l ତେବେ ଦୁର୍ଘଟଣା ଘଟିବା ପରେ କେତେକ ଯାତ୍ରୀ ପୋଲିସକୁ ସୂଚନା ଦେବା ପରେ ସ୍ଥାନୀୟ ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା । ଏହାପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ପ୍ରଥମେ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରିଯାଇଥିଲା । ପରେ ସେଠାରୁ ଗୁରୁତରଙ୍କୁ ବୁର୍ଲା ଭୀମସାର ମେଡିକାଲକୁ ପଠାଯାଇଛି l ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସ୍ପଷ୍ଟ ହୋଇନାହିଁ l

ଏହା ମଧ୍ୟ ପଢନ୍ତୁ - ବାଟବଣା କଲା ଘନକୁହୁଡି: ଟ୍ରକକୁ ଧକ୍କା ଦେଲା ବରଯାତ୍ରୀ ବସ 10 ଆହତ

ଏହା ମଧ୍ୟ ପଢନ୍ତୁ- ପରିକ୍ରମା ପ୍ରକଳ୍ପ ଦେଖିବାକୁ ଯାଉଥିଲେ ବସକୁ ପିଟିଲା ହାଇୱା, 18 ଆହତ

ରାଜ୍ୟରେ ସଡକ ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ କେଉଁଠୁ ନା କେଉଁଠୁ ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । ସେହିପରି ଗତ ଦୁଇଦିନ ତଳେ କରଞ୍ଜିଆ ଥାନା ଅନ୍ତର୍ଗତ ୨୨୦ ନଂ ଜାତୀୟ ରାଜପଥରେ ଟ୍ରକକୁ ଧକ୍କା ଦେଇଥିଲା ଯାତ୍ରୀବାହୀ ବସ । ବାହାଘରରେ ଯୋଗ ଦେବା ପାଇଁ ଝାଡ଼ଖଣ୍ଡ ରାଜ୍ୟର ଜାମସେଦପୁର ଅଞ୍ଚଳକୁ ଯାଇଥିଲା ଏକ ବରଯାତ୍ରୀ ବସ । ବସରେ ୪୧ ଜଣ ବରଯାତ୍ରୀ ରହିଥିବା ବେଳେ ଝାଡ଼ଖଣ୍ଡ ଜାମସେଦପୁରରେ ବାହାଘର ସାରି ଯାଜପୁରକୁ ଫେରୁଥିଲେ । କରଞ୍ଜିଆରେ ରାସ୍ତା କଡ଼ରେ ଥିବା ଟ୍ରକ ପଛରେ ପିଟି ହୋଇ ଯାଇଥିଲା । ଫଳରେ ୧୦ ଜଣ ଗୁରୁତର ହୋଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

Last Updated :Feb 5, 2024, 11:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.