ବିଜେଡ଼ିରେ ଯୋଗଦେଲେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଆଦିବାସୀ ସଂଘର ନେତା - BJD JOINING PROGRAM

author img

By ETV Bharat Odisha Team

Published : Apr 24, 2024, 11:59 AM IST

Dronacharya Majhi
Dronacharya Majhi ()

Kalahandi Tribal Association President Dronacharya Majhi: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଆଦିବାସୀ ସଂଘର ନେତା ଏବଂ ସଂଘ ସଭାପତି ଦ୍ରୋଣାଚାର୍ଯ୍ୟ ମାଝୀ ବିଜେଡିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

Dronacharya Majhi

ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ଦ୍ରୋଣାଚାର୍ଯ୍ୟ ମାଝୀ ଓ ଜିଲ୍ଲାର ବିଭିନ୍ନ ଆଦିବାସୀ ସଂଘର ନେତା ଓ କର୍ମକର୍ତ୍ତା । ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ମିଶ୍ରଣ ପର୍ବରେ ସେମାନେ ସାମିଲ ହୋଇଛନ୍ତି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ କଳାହାଣ୍ଡି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି ।

ଦଳରେ ସାମିଲ ହୋଇଥିବା ସମସ୍ତ ନେତା ଓ କର୍ମକର୍ତ୍ତାଙ୍କୁ ବିଜେଡି ନେତା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଛନ୍ତି । ବିଭିନ୍ନ ଆଦିବାସୀ ସଂଘର କର୍ମକର୍ତ୍ତାଙ୍କ ଯୋଗଦାନ ଫଳରେ କଳାହାଣ୍ଡି ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୁତ ହେବ ବିଜେଡି ନେତା କହିଛନ୍ତି । ବିଜେଡ଼ିରେ ସାମିଲ ହୋଇଥିବା କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ଉପସଭାପତି ଦ୍ରୋଣାଚାର୍ଯ୍ୟ ମାଝୀ କହିଛନ୍ତି, "ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଆମେ ଅନୁପ୍ରାଣିତ ହୋଇଛୁ । ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ ।"

ଏହା ମଧ୍ୟ ପଢନ୍ତୁ: ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ ଓଡ଼ଗାଁର ପୂର୍ବତନ ଅଧ୍ୟକ୍ଷ ସନ୍ନ୍ୟାସୀ ପ୍ରଧାନ - BJD JOINING PROGRAM

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଅନ୍ୟପଟେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ଯେଉଁମାନେ ଆଜି ଆଦିବାସୀ ସଂଘରୁ ଆସି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି, ତାଙ୍କୁ ଆମେ ସ୍ବାଗତ ଜଣାଉଛୁ । "

ଏହି ମିଶ୍ରଣ ପର୍ବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପଦ୍ମସିଂହ ମାଝୀ, କନ୍ଧ ସମାଜର ପୂର୍ବତନ ସଭାପତି ଦୁର୍ଯ୍ୟୋଧନ ମାଝୀ, ପୂର୍ବତନ ସରପଞ୍ଚ ଜଗବନ୍ଧୁ ଭୋଇ, ମିର୍ଧା ସମାଜ ସଭାପତି ସ୍ୱମ୍ବର ମିର୍ଧା, ଗଣ୍ଡ ମହାସଭା ସଭାପତି ପଦ୍ମନ ପାତ୍ର, ଲୋଚନ ଧାରୁଆ, ଶହଦେବ ଧାରୁଆ, ସମ୍ବଦ ବରିହା ଓ ସୁରୁ ବରିହାଙ୍କ ସମେତ ବହୁ କର୍ମକର୍ତ୍ତା ବିଜେଡ଼ିରେ ସାମିଲ ହୋଇଥିଲେ । ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଛନ୍ତି ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.