ETV Bharat / state

ବିଜେଡି ପ୍ରାର୍ଥୀକୁ ନେଇ ଅସନ୍ତୋଷ, ଦୁଇ ହଜାରରୁ ଊର୍ଦ୍ଧ୍ବ ନେତା ଓ କର୍ମୀଙ୍କ ଇସ୍ତାଫା - bjd workers resigning from party

author img

By ETV Bharat Odisha Team

Published : Apr 1, 2024, 10:24 PM IST

ବିଜେଡି ପ୍ରାର୍ଥୀକୁ ନେଇ ଅସନ୍ତୋଷ, ଦୁଇ ହଜାରରୁ ଊର୍ଦ୍ଧ୍ବ ନେତା ଓ କର୍ମୀଙ୍କ ଇସ୍ତାଫା
ବିଜେଡି ପ୍ରାର୍ଥୀକୁ ନେଇ ଅସନ୍ତୋଷ, ଦୁଇ ହଜାରରୁ ଊର୍ଦ୍ଧ୍ବ ନେତା ଓ କର୍ମୀଙ୍କ ଇସ୍ତାଫା

BJD WORKERS RESIGNING FROM PARTY :କଣ୍ଟାମାଳ ବିଜେଡ଼ିରେ ଝଡ଼ । ଦଳୀୟ ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ ।ବିଜେଡ଼ିରୁ ସାମୂହିକ ଇସ୍ତଫା ଦେଳେ କର୍ମୀ ଓ ନେତା । ଅଧିକ ପଢନ୍ତୁ

ବିଜେଡି ପ୍ରାର୍ଥୀକୁ ନେଇ ଅସନ୍ତୋଷ, ଦୁଇ ହଜାରରୁ ଊର୍ଦ୍ଧ୍ବ ନେତା ଓ କର୍ମୀଙ୍କ ଇସ୍ତାଫା

ବୌଦ୍ଧ: ଜିଲ୍ଲାରେ ସରଗରଣ ରାଜନୀତି । ଚଳିତ ସାଧାରଣ ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ,ସେତିକି ରୋଚକ ହେଉଛି କଣ୍ଟାମାଳ ରାଜନୀତି । କଣ୍ଟାମାଳ ବିଜେଡ଼ିରେ ଦେଖିବାକୁ ମିଳିଛି ବିଦ୍ରୋହ । ବିଧାୟକ ପ୍ରାଥୀଙ୍କ ବିରୋଧରେ ଅସନ୍ତୋଷ ବଢିବା ସହ ତାଙ୍କର ପ୍ରାଥୀପତ୍ର ପ୍ରତ୍ୟାହର କରିବା ପାଇଁ ଦାବି କରିଛନ୍ତି ଦଳୀୟ କର୍ମୀ । ସେପଟେ ଆଜି(ସୋମବାର) ଦିନ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି ଶହ ଶହ କର୍ମୀ । ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ବ ବିଜେଡି ନେତା ଓ କର୍ମୀ ଦଳୀୟ ପ୍ରାର୍ଥୀଙ୍କ ନେତୃତ୍ବକୁ ବିରୋଧ କରି ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଦିନକୁ ଦିନ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ବୌଦ୍ଧ ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ପ୍ରଦୀପ କୁମାର ଅମାତ ନାଁ ଘୋଷଣା ହୋଇଥିବା ବେଳେ କଣ୍ଟାମାଳରୁ ପୁଣି ମହୀଧର ରଣାଙ୍କୁ ଦଳ ସୁଯୋଗ ଦେଇଛି । ଆଜି କଣ୍ଟାମାଳ ବନ୍ଧପାଲି ଠାରେ ପ୍ରାୟ ତିରିଶ ଜଣ ନିର୍ବାଚିତ ସମିତି ସଭ୍ୟ, ସରପଞ୍ଚଙ୍କ ସମେତ ଦୁଇ ହଜାରରୁ ଊର୍ଦ୍ଧ୍ବ ବିଜେଡି କର୍ମୀ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ନାମର ପୁନର୍ବିଚାର ପାଇଁ ସେମାନେ ଦାବି କରିଛନ୍ତି । ମହୀଧର ଲୋକଙ୍କ ସମସ୍ୟାରେ ସହଭାଗୀତା ହେଉନଥିବା ଅଭିଯୋଗ କରିଛନ୍ତି ଦଳୀୟ କର୍ମୀ ।

ଏହା ମଧ୍ୟ ପଢନ୍ତୁ......BJPରେ ମିଶିଲେ ଅନୁଭବ ମହାନ୍ତି, ନିକଟରେ BJDରୁ ଦେଇଥିଲେ ଇସ୍ତଫା - Anubhav Mohanty Join BJP

ସେପଟେ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ । ଗତକାଲି (ରବିବାର) କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଗତ ଥରର ବିଧାୟକ ପ୍ରାର୍ଥୀ ଶେଷଦେବ ମେହେର ବିଜେପି ଦଳରେ ଯୋଗ ଦେଇଥିବା ବେଳେ ବୈଦ୍ଧ ନିର୍ବାଚନ ମଣ୍ଡଳୀର ଗତଥରର ସିପିଆଇ ପ୍ରାର୍ଥୀ ଅବକାଶ ସାହୁ ବିଜେଡିରେ ଯୋଗ ଦେଇଛନ୍ତି । ତେବେ ଏଭଳି ସମୟରେ ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ପ୍ରାର୍ଥୀତ୍ବ ବିରୋଧରେ ଦଳୀୟ ନେତା ଓ କର୍ମୀ ଦଳରୁ ଇସ୍ତଫା ଦେଇଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଦୁଇ ଦୁଇଥର ବିଧାୟକ ମହୀଧର ରଣାଙ୍କୁ ଚଳିତ ବର୍ଷ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବରେ ଘୋଷଣା କରିଛି । ହେଲେ ମହୀଧରଙ୍କ ପ୍ରାର୍ଥୀତ୍ବକୁ ଦୀର୍ଘ ଦିନ ହେଲା ବିଜେଡି ଦଳର ଅନ୍ୟ ଏକ ଗୋଷ୍ଠୀ ବିଭିନ୍ନ ପ୍ରସଙ୍ଗକୁ ନେଇ ପରିବର୍ତ୍ତନ ସମାବେଶ ମାଧ୍ୟମରେ ବିରୋଧ କରିଆସୁଥିଲେ ।

ଇଟିଭି ଭାରତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.