ETV Bharat / state

ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ଦାବି, ଆମରଣ ଅନଶନ ଚେତାବନୀ ଦେଲେ ସେବାୟତ - Demand For Opening Doors

author img

By ETV Bharat Odisha Team

Published : Apr 20, 2024, 9:17 PM IST

Demand For Opening Doors
Demand For Opening Doors

Demand For Opening Srimandir Doors: ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ଦାବିରେ ଆମରଣ ଅନଶନ ଚେତାବନୀ ଦେଇଛନ୍ତି ସେବାୟତ । ଏନେଇ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଦାବି ହୋଇଛି । ଅଧିକ ପଢନ୍ତୁ

Demand For Opening Doors

ପୁରୀ: ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ନେଇ ଦାବି ଜୋର ଧରିଛି । ଏନେଇ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ବରିଷ୍ଠ ସେବାୟତ । ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ପାଇଁ ତୁରନ୍ତ ଖୋଲାଯାଉ । ଭକ୍ତଙ୍କ ଧାର୍ମିକ ଅଧିକାରରୁ ପ୍ରଶାସନ ବଞ୍ଚିତ ନକରୁ । ତୁରନ୍ତ ଜଗନ୍ନାଥପ୍ରେମୀ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର । ନହେଲେ ସେ ଖୁବଶୀଘ୍ର ଆମରଣ ଅନଶନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଚଳିତ ବର୍ଷର ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଏହି ଦାବି ଉଠାଇଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର ।

ବରିଷ୍ଠ ସେବାୟତ ଦାମୋଦର ମହାସୁଆର କହିଛନ୍ତି, "ରାଜ୍ୟ ସରକାର ଶ୍ରୀମନ୍ଦିର ଚାରି ଦ୍ୱାର ନଖୋଲିବା ଅତି ଦୁଃଖଦାୟକ । ଏହାଦ୍ବାରା ଭକ୍ତଙ୍କ ଧାର୍ମିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ଶ୍ରୀ ମନ୍ଦିର ଚାରି ଦ୍ଵାର ହେଉଛି ଧର୍ମ, ଅର୍ଥ, କାମ ଓ ମୋକ୍ଷର ଦ୍ୱାର । ଭକ୍ତମାନେ ବିଭିନ୍ନ ମାନସିକ ନେଇ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ହେଲେ ଚାରି ଦ୍ୱାର ବନ୍ଦ କରାଯାଇ କେବଳ ସିଂହଦ୍ୱାର ଭକ୍ତଙ୍କ ପାଇଁ ଖୋଲା ରହିବା ଭକ୍ତଙ୍କ ଧାର୍ମିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ଏହାବ୍ୟତୀତ ଶ୍ରୀମନ୍ଦିର ଚାରି ଦ୍ଵାର ପ୍ରବେଶ କଟକଣା ଯୋଗୁଁ ଭକ୍ତମାନେ ବହୁତ ହଇରାଣ ହେଉଛନ୍ତି । ଘଣ୍ଟା ଘଣ୍ଟା ଧରି ଲାଇନରେ ରହୁଛନ୍ତି ଭକ୍ତ । ଏହାଦ୍ବାରା ବରିଷ୍ଠ ନାଗରିକ, ମହିଳା ଓ ଶିଶୁମାନେ ବେଶ ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି । ସେହିପରି ଶ୍ରୀମନ୍ଦିର ଚାରି ଦ୍ୱାର ପ୍ରବେଶ କଟକଣା ଯୋଗୁ ଭକ୍ତ ଆର୍ଥିକ ଶୋଷଣ କରାଯାଉଛି ।"

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଲାଗିଲା ବ୍ୟାରିକେଡ - Puri Shree Mandir West Gate Issue

"କେତେକ ଅସାଧୁ ପୋଲିସ କର୍ମଚାରୀ, ଜଗନ୍ନାଥ ମନ୍ଦିରରେ ଥିବା ସ୍ଵତନ୍ତ୍ର ପୋଲିସ ତଥା ଜେଟିପିମାନେ ଭକ୍ତଙ୍କୁ ବିଭିନ୍ନ ଦ୍ବାରରେ ପ୍ରବେଶ ବେଳେ ଟଙ୍କା ଦେବା ପାଇଁ ଦାବି କରୁଛନ୍ତି । ଏହାଦ୍ୱାରା ପୋଲିସ କର୍ମଚାରୀ, ଜେଟିପି ବେଆଇନଭାବେ ଭକ୍ତଙ୍କ ପରିସ୍ଥିତିରୁ ଫାଏଦା ଉଠାଇ ଭକ୍ତଙ୍କ ଠାରୁ ଶ୍ରୀମନ୍ଦିର ପ୍ରବେଶ ନେଇ ଟଙ୍କା ନେଉଛନ୍ତି । ଅନେକ ସମୟରେ ଭକ୍ତଙ୍କୁ ପୋଲିସ ଓ ଜେଟିପି ଖରାପ ବ୍ୟବହାର ବି ପ୍ରଦର୍ଶନ କରୁଛନ୍ତି" ବୋଲି ଅଭିଯୋଗ ଆଣିଛନ୍ତି ଦାମୋଦର ମହାସୁଆର । ସେପଟେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ଦାବି ଉପରେ ଜିଲ୍ଲା ପ୍ରଶାସନ କୌଣସି ପ୍ରତିକ୍ରିୟା ଦେଇନାହିଁ । ଏନେଇ ସରକାରଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରାଞ୍ଚଳ ଆରଡିସି କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.