ETV Bharat / state

ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଲାଗିଲା ବ୍ୟାରିକେଡ - puri shree mandir West gate issue

author img

By ETV Bharat Odisha Team

Published : Apr 1, 2024, 6:57 AM IST

Puri Shree Mandir West Gate Issue: ପଶ୍ଚିମ ଦ୍ୱାରରେ କେବଳ ପୁରୀ ବାସିନ୍ଦା ଓ ସେବାୟତ ପ୍ରବେଶ ପାଇଁ ଅନୁମତି । କେବେ ଖୋଲିବ ଶ୍ରୀମନ୍ଦିର ଚାରି ଦ୍ବାର । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଲାଗିଲା ବ୍ୟାରିକେଡ
ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଲାଗିଲା ବ୍ୟାରିକେଡ

ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଲାଗିଲା ବ୍ୟାରିକେଡ

ପୁରୀ: ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ବେଆଇନ ଭାବେ ସେବାୟତମାନେ ଭକ୍ତଙ୍କୁ ପ୍ରବେଶ କରାଇବା ଘଟଣା ଗଣମାଧ୍ୟମ ପ୍ରକାଶ ପରେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା । ସିଂହଦ୍ଵାର ଦେଇ ଯିବା ପାଇଁ ଭକ୍ତ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଥିବା ବେଳେ କିଛି ସେବାୟତ ଓ ପୋଲିସ ଟଙ୍କା ନେଇ ଭକ୍ତଙ୍କୁ ବେଆଇନ ଭାବେ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରାଇବା ଘଟଣାରେ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଚୁପ୍ ରହିବା ଘଟଣାକୁ ସବୁଆଡେ ନିନ୍ଦା କରାଯାଇଥିଲା ।

ଏନେଇ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ପଶ୍ଚିମ ଦ୍ଵାର ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବାରିକେଡ ବ୍ୟବସ୍ଥା ହୋଇଛି । କେବଳ ସେବାୟତ ଓ ପୁରୀ ବାସିନ୍ଦାଙ୍କୁ ପଶ୍ଚିମଦ୍ଵାର ଦେଇ ପ୍ରବେଶ ନେଇ ଅନୁମତି ଦିଆଯାଇଛି । ନିଜେ ପୁରୀ ସିଟି ଡିଏସପି ଉପସ୍ଥିତ ରହି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଅନୁଧ୍ୟାନ କରିଛନ୍ତି । ତେବେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ଭକ୍ତ ମାନେ ଦାବି କରୁଥିବା ବେଳେ ପୁରୀ ଜିଲ୍ଲାପାଳ କହିଛନ୍ତି ଯେ, ଏନେଇ ଶ୍ରୀ ମନ୍ଦିର ପରିଚାଳନା କମିଟିରେ ଏ ନେଇ ଆଲୋଚନା ହେବଲ । କମିଟି ଯାହା ନିଷ୍ପତ୍ତି ନେବ ତାହା କାର୍ଯ୍ୟକାରୀ କରାଯିବ ।

ସେପଟେ ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି ଯେ, ପଶ୍ଚିମ ଦ୍ୱାର ପଟେ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ପୁରୀ ବାସିନ୍ଦା,ସେବାୟତ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିବେ । ଅନ୍ୟ ସମସ୍ତ ଭକ୍ତ ସିଂହ ଦ୍ୱାର ଦେଇ ପ୍ରବେଶ କରିବେ । ତେବେ ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯିବା ନିଷ୍ପତ୍ତି ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ପରେ ଯାହା ନିଷ୍ପତ୍ତି ହେବ ।
ଏହା ମଧ୍ୟ ପଢନ୍ତୁ .....ଶ୍ରୀମନ୍ଦିର ସୁରକ୍ଷାରେ ଢ଼ିଲା: ମନ୍ଦିର ଭିତରୁ ବିଦେଶୀ ପର୍ଯ୍ୟଟକ ଉଦ୍ଧାର - Non Hindu Entered In Shree Mandir

ତେବେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିଦେଲେ ଭକ୍ତଙ୍କ ଭିଡ ନିୟନ୍ତ୍ରଣ ନେଇ ପୋଲିସକୁ ବେଶ ଅସୁବିଧା ହେବାର ଆଶଙ୍କା ରହିଛି । ଶ୍ରୀମନ୍ଦିର ପରିସର ସୀମିତ ଥିବାବେଳେ ଭକ୍ତଙ୍କ ସଂଖ୍ୟା ବେଶ୍ ବଢ଼ି ଯାଇଛି । ଏବୁ ଶୃଙ୍ଖଳିତ ଦର୍ଶନ ନେଇ ସମସ୍ୟା ଉପୁଜିବା ଆଶଙ୍କା ରହିଛି । ତେବେ ପଶ୍ଚିମ ଦ୍ୱାର ଦେଇ ସବୁ ଭକ୍ତଙ୍କ ପ୍ରବେଶ ନେଇ ଅନୁମତି ଦିଆଗଲେ କିଛି ସମସ୍ୟା ଲାଘବ ହୋଇପାରନ୍ତା । ଏଣୁ ପଶ୍ଚିମ ଦ୍ୱାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟିରେ ଅଲୋଚୋନା ପରେ , ଯାହା କିଛି ନିଷ୍ପତ୍ତି ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.