ETV Bharat / state

ଆପାର୍ଟମେଣ୍ଟରେ ସିରିଜ ଚୋରି, ଭୟଭୀତ ରାଜଧାନୀବାସୀ

author img

By ETV Bharat Odisha Team

Published : Jan 31, 2024, 10:06 PM IST

ଆପାର୍ଟମେଣ୍ଟରେ ସିରିଜ ଚୋରି
ଆପାର୍ଟମେଣ୍ଟରେ ସିରିଜ ଚୋରି

Series Loot in Bhubaneswar: ଆପାର୍ଟମେଣ୍ଟରେ ସିରିଜ ଚୋରି । ୩ ଟି ଫ୍ଲାଟରୁ ପ୍ରାୟ ୫୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଅଧିକ ପଢନ୍ତୁ

ଆପାର୍ଟମେଣ୍ଟରେ ସିରିଜ ଚୋରି

ଭୁବନେଶ୍ବର: ରାଜଧାନୀରେ ପୁଣି ମାତିଲେ ଚୋର । ଆପାର୍ଟମେଣ୍ଟରେ ସିରିଜ ଚୋରି କରି‌ନେଲେ ଲୁଟେରା। ୩ ଟି ଫ୍ଲାଟରୁ ପ୍ରାୟ ୫୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ। ପାହାଳ ଥାନା କଲ୍ୟାଣୀ ହାଇଟସରୁ ହୋଇଛି‌ ସିରିଜ୍ ଚୋରି। ସେପଟେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଥିବା କହିଛି ପୋଲିସ । ପାହାଳ ଥାନା ଅଞ୍ଚଳରେ ଥିବା ଆପାର୍ଟମେଣ୍ଟରେ ହୋଇଥିବା ଏହି ସିରିଜ୍ ଲୁଟ୍ ବଢାଇଛି ଟେନସନ। ଭିମପୁ୍ର କଲ୍ୟାଣ ହାଇଟସରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ସିକ୍ୟୁରିଟି ଗାର୍ଡ ଥାଇ ଜନବହୁଳ ଅଞ୍ଚଳର ୩ ଟି ଫ୍ଲାଟରୁ ସୁନା ଗହଣା ଓ ଟଙ୍କା ଚୋରି ହୋଇଛି ।

ସୂଚନା ମୁତାବକ, ଆପାର୍ଟମେଣ୍ଟର B ବ୍ଲକରେ ରହୁଥିବା ଇଞ୍ଜିନିୟର ବସନ୍ତ କୁମାର‌ ଦାସ ଜାଣିବାକୁ ପାଇଥିଲେ ଯେ, ଘରର ମୁଖ୍ୟ ଗେଟ୍ ଖୋଲା ପଡିଛି।ଏନେଇ‌ ପଡୋଶୀଙ୍କଠୁ ଖବର ପାଇ ମାତ୍ରେ ସେ ଘରେ ପହଞ୍ଚିଥିଲେ । ଘରର ସମସ୍ତ ଆଲମିରାର ତାଲା ଭାଙ୍ଗି ସେଥିରେ ଥିବା ୧୦ଟି ସୁନା ଚେନ ସହ ଅନେକ ଅଳଙ୍କାର ଚୋରି ହୋଇଛି । ଏଥିସହ ନଗଦ ୧୫ହଜାର ଟଙ୍କା ମଧ୍ୟ ଚୋରି କରିଛନ୍ତି ଦୁବୃର୍ତ୍ତ । ଏନେଇ‌ ବସନ୍ତ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପରେ ପରେ ସେହି ବ୍ଲକରେ ଥିବା ଆଉ ଏକ ଫ୍ଲାଟରେ ମଧ୍ୟ ଚୋରି ହୋଇଥିବା ଜଣାପଡିଥିଲା।

ସେହି ଆପାର୍ଟମେଣ୍ଟର ରହୁଥିବା ଇଞ୍ଜନିୟର ଜଗନ୍ନାଥ ସାହୁଙ୍କର ଘରେ କେହି ନଥିଲେ। ଏହାର ସୁଯୋଗ ନେଇ ଲୁଟେରା ମୁଖ୍ୟ ଗେଟର ତାଲା ଭାଙ୍ଗି ଘର ଭିତରେ‌ ପଶି ୨ ଟି ଆଲମିରା ତାଡି ଗହଣା ସମେତ ୨ ହଜାର ଟଙ୍କା ନେଇ ଛୁ ମାରିଛନ୍ତି । ସେହିପରି ବ୍ଲକ Cରେ ଥିବା 302ରୁ ମଧ୍ୟ ସମାନ‌ ଢଙ୍ଗରେ ସୁନାଗହଣା ଓ ଟଙ୍କା ଚୋରି ହୋଇଛି । ଖବର ପାଇ ପୋଲିସ ସାଇଣ୍ଟିଫିକ୍ ଟିମ ସହ ଥାନାଧିକାରି ସେଠାରେ ପହଞ୍ଚି ତଦନ୍ତ କରିଛନ୍ତି। ଏହି ସିରିଜ ଚୋରି ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

ଏହା ମଧ୍ୟ ପଢନ୍ତୁ...ସୁବର୍ଣ୍ଣପୁରରେ ବଢୁଛି ଚୋରି ଡକାୟତି; ଏସପିଙ୍କୁ ଭେଟିଲେ ସାମ୍ବାଦିକ ସଙ୍ଘ

କିଛି ପେଶାଦାର ଲୁଟେରା ବାହାରୁ ତାଲା ପଡୁଥିବା ଘରକୁ ଟାର୍ଗେଟ କରୁଛନ୍ତି। ତେଣୁ ସେମାନଙ୍କୁ ଇଣ୍ଟର ଲକ କରିବାକୁ ନିବେଦନ କରିଛନ୍ତି ଡିସିପି। କିଛି ଦିନ ତଳେ ଆପାର୍ଟମେଣ୍ଟରେ ଚୋରି ନେଇ କିଛି ଦୁର୍ବୃତ୍ତଙ୍କ ଫଟୋ ଜାରି କରିଥିଲା ପୋଲିସ। ଏହାସହ ଦୁଇ ଜଣିଆ ଡକାୟତ ଗ୍ୟାଙ୍ଗକୁ ମଧ୍ୟ ଧରିଥିଲା। ହେଲେ ପୁଣି ଥରେ ହୋଇଥିବା ଏହି ସିରିଜ ଚୋରି ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.