ETV Bharat / state

ପରିବେଶ ପରିବର୍ତ୍ତନ ଦିଗରେ ବିଜେପିକୁ ସାମାଜିକ ସଂଗଠନର ପରାମର୍ଶ

author img

By ETV Bharat Odisha Team

Published : Mar 13, 2024, 10:53 PM IST

Sankalp Yatra By BJP: 'କ୍ଲାଇମେଟ୍ ଚେଞ୍ଜ ଇନ୍ ଇଲେକ୍ସନ ମାନିଫଷ୍ଟୋ ନାଁ'ରେ ଏକ ପରାମର୍ଶ ପୁସ୍ତିକା ବିଜେପିକୁ ଦେଇଛନ୍ତି ସାମାଜିକ ସଂଗଠନର ସଦସ୍ୟ । ସମସ୍ତେ ସଂକଳ୍ପ ପତ୍ର ପାଇଁ ନିଜ ମତାମତ ଦିଅନ୍ତୁ ବୋଲି ନିବେଦନ କରିଛି ବିଜେପି । ଅଧିକ ପଢନ୍ତୁ

Sankalp Yatra By BJP
Sankalp Yatra By BJP

Sankalp Yatra By BJP

ଭୁବନେଶ୍ବର: ବିଜେପିକୁ ଭେଟି ମତାମତ ଦେଲେ ସାମାଜିକ ସଂଗଠନ । ପରିବେଶ ପରିବର୍ତ୍ତନ ଉପରେ କାମ କରୁଥିବା ସଂଗଠନ ପକ୍ଷରୁ ମତାମତ ଦିଆୟାଇଛି । ଏନେଇ ରାଜ୍ୟ ବିଜେପି ସଂକଳ୍ପ ପତ୍ର କମିଟି ମୁଖ୍ୟ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ପରିବେଶ ସୁରକ୍ଷା ପାଇଁ ମୋଦି ସରକାର ଅନେକ ଯୋଜନା କରିଛନ୍ତି । 'କ୍ଲାଇମେଟ୍ ଚେଞ୍ଜ ଇନ୍ ଇଲେକ୍ସନ ମାନିଫଷ୍ଟୋ ନାଁ'ରେ ଏକ ପରାମର୍ଶ ପୁସ୍ତିକା ବିଜେପିକୁ ଦେଇଛନ୍ତି ସାମାଜିକ ସଂଗଠନର ସଦସ୍ୟ । ଏହି ମତାମତକୁ ବିଜେପି ଆଗାମୀ ଦିନରେ ସଂକଳ୍ପ ପତ୍ରରେ ସାମିଲ କରିବା ପାଇଁ ଅନୁଧ୍ୟାନ କରୁଛି ।" ବିଜେପି ବିକଶିତ ଭାରତ ଗଠନ ପାଇଁ ଚିନ୍ତା କରୁଥିବା ବିଭିନ୍ନ ବର୍ଗର ଲୋକମାନଙ୍କ ସହ ଚର୍ଚ୍ଚା ଆଲୋଚନା ଆରମ୍ଭ କରିଛି । ସମସ୍ତେ ସଂକଳ୍ପ ପତ୍ର ପାଇଁ ନିଜ ମତାମତ ଦିଅନ୍ତୁ ବୋଲି ନିବେଦନ କରିଛି ବିଜେପି ।



ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡିିବାକୁ ପ୍ରୟାସ ଆରମ୍ଭ କରିଛି । "ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଦେଇଥିବା ୨୩୫ଟି ନିର୍ବାଚନ ପ୍ରତିଶ୍ରୁତି ମଧ୍ୟରୁ ମୋଦି ସରକାର ୨୨୨ଟି ପ୍ରତିଶ୍ରୁତି ପାଳନ କରିଛନ୍ତି । ସାଧାରଣ ଜନତାଙ୍କୁ ବିକଶିତ କରିବା ସହିତ ଆଗାମୀ ୨୦୪୭ ସୁଧା ଭାରତକୁ ବିଶ୍ୱଗୁରୁ ତଥା ବିକଶିତ କରିବା ଲକ୍ଷ୍ୟରେ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ହିଁ ମୋଦିଙ୍କ ଗ୍ୟାରେଣ୍ଟି । ଆଗାମୀ ୨୫ ବର୍ଷରେ ଭାରତକୁ ବିଶ୍ୱଦରବାରରେ ଛିଡା କରାଇବା ଲକ୍ଷ୍ୟରେ ମୋଦି ସରକାର କାର୍ଯ୍ୟ କରୁଛନ୍ତି" ବୋଲି କହିଛି ବିଜେପି।

ଏହା ମଧ୍ୟ ପଢନ୍ତୁ...ବାଲିକୁଦାରେ ବିଜେପିର ବିରାଟ ଶକ୍ତି ପ୍ରଦର୍ଶନ, ପଦ୍ମ ମୁହାଁ 2 ହଜାରରୁ ଊର୍ଦ୍ଧ୍ବ ଲୋକ

ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ତୃତୀୟଥର ବିଜେପି କ୍ଷମତାକୁ ଆସିଲେ କ’ଣ ସବୁ ଜନମଙ୍ଗକାରୀ ଯୋଜନା ଲାଗୁ କରିବା ଆବଶ୍ୟକ ସେନେଇ ସାଧାରଣ ଜନତାଙ୍କ ମତାମତ ଲୋଡିବାକୁୁ ପ୍ରୟାସ ଆରମ୍ଭ ହୋଇଛି । ଏଥିରେ ସାଧାରଣ ଲୋକେ ନିଜର ମତାମତ ଦେଇପାରିବେ। ସେହିପରି ପ୍ରତ୍ୟେକ ପଞ୍ଚାୟତ ଓ ସହରାଞ୍ଚଳରୁ ମୋଦି ସରକାରଙ୍କଠାରୁ ୧୪୦ କୋଟି ଲୋକଙ୍କର ଆଶା, ଆକାଂକ୍ଷା ଓ ସ୍ୱପ୍ନର ସଂକଳ୍ପ ପତ୍ର ପାଇଁ ଅଭିମତ ଗ୍ରହଣ କରାଯାଇ ଦିଲ୍ଲୀକୁ ପଠାଯିବ । ଏହି ମତାମତକୁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନୀ ସଂକଳ୍ପ ଭାବେ ବିଜେପି ଗ୍ରହଣ କରିବ ।"



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.