ETV Bharat / state

ନବରଙ୍ଗପୁର ବିଜେଡିର ଫାଟ ! ବିଧାୟକ ପତ୍ନୀଙ୍କ ପ୍ରାର୍ଥୀତ୍ବକୁ ବିରୋଧ କଲେ କର୍ମୀ - Rift in Nabarangpur BJD

author img

By ETV Bharat Odisha Team

Published : Apr 15, 2024, 1:25 PM IST

RIFT IN NABARANGPUR BJD
RIFT IN NABARANGPUR BJD

Rift in Nabarangpur BJD: ନବରଙ୍ଗପୁରରେ ବିଜେଡି ଦୁଇ ଫାଳ । ବିଧାୟକ ସଦାଶିବ ପ୍ରଧାନୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପତ୍ନୀଙ୍କ ପ୍ରାର୍ଥିତ୍ବକୁ ବିରୋଧ କଲେ କର୍ମୀ । ଅଧିକ ପଢନ୍ତୁ

RIFT IN NABARANGPUR BJD

ନବରଙ୍ଗପୁର: ପ୍ରାର୍ଥୀତ୍ବକୁ ନେଇ ନବରଙ୍ଗପୁରରେ ବିଜେଡି ଦୁଇ ଫାଳ । ବିଧାୟକ ସଦାଶିବ ପ୍ରଧାନୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ତାଙ୍କ ପତ୍ନୀଙ୍କ ବିଧାୟିକା ପ୍ରାର୍ଥୀତ୍ବକୁ ବିରୋଧ କଲେ କର୍ମୀ । ନିର୍ବାଚନ ପରେ ବିଧାୟକ ଛଳନା କରିବା ସହ ନିର୍ବାଚନରେ ଖର୍ଚ୍ଚ ହୋଇଥିବା ବକେୟା ଟଙ୍କା ଫେରାଉ ନଥିବା ଅଭିଯୋଗ ହୋଇଛି । ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅର୍ଜୁନ ତ୍ରିପାଠୀଙ୍କ ନେତୃତ୍ୱରେ ବିଧାୟିକାଙ୍କ ପ୍ରାର୍ଥୀତ୍ବ ବିରୋଧରେ ଏକତ୍ରିତ ହେଲେ ବିଜେଡି କର୍ମୀ ।

ନବରଙ୍ଗପୁର ବିଜେଡି ବିଧାୟିକା ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିଛନ୍ତି ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅର୍ଜୁନ । ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ସେ । ଯଦି ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରାନଯାଏ ତେବେ ବିରୋଧ କରାଯିବ ବୋଲି ଧମକ ଦେଇଛନ୍ତି ବିଜେଡିର କିଛି ଅସନ୍ତୁଷ୍ଟ ନେତା । ଅର୍ଜୁନ ତ୍ରିପାଠୀ ହିଁ ବିଧାୟକ ସଦାଶିବ ପ୍ରଧାନୀଙ୍କୁ ରାଜନୀତିକୁ ଆଣି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏବେ ସେହି ଅର୍ଜୁନ ତ୍ରିପାଠୀ ବର୍ତ୍ତମାନର ବିଧାୟକ ସଦାଶିବ ପ୍ରଧାନୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଚୌଦ୍ବାର ବିଜେପିରେ ଫାଟ, ଧର୍ମେନ୍ଦ୍ରଙ୍କ ଆଗରେ ମାରପିଟ୍ ହେଲେ ଦୁଇ ଗୋଷ୍ଠୀ - Rift in BJP

ଅର୍ଜୁନ ଅଭିଯୋଗ କରିଛନ୍ତି ଯେ, 2019 ନିର୍ବାଚନ ସମୟରେ ବିଭିନ୍ନ ସଭା ସମିତି ଆୟୋଜନ ପାଇଁ କର୍ମୀ ମାନେ ଟଙ୍କା ଦେଇଥିଲେ କିନ୍ତୁ ସେହି ଟଙ୍କା ଫେରସ୍ତ କରୁନାହାନ୍ତି ସଦାଶିବ । ଯାହାର ପ୍ରମାଣ ତାଙ୍କ ନିକଟରେ ରହିଥିବା ସେ ଦାବି କରିଛନ୍ତି । ଏଥିସହ ବିଧାୟକ ଭାବେ ନିର୍ବାଚିତ ହେବାପରେ ତାଙ୍କ ସ୍ଵଭାବରେ ପରିବର୍ତ୍ତନ ହୋଇଥିଲା । ଯେଉଁ କର୍ମୀ ମାନେ ତାଙ୍କ ବିଜୟ ପାଇଁ ଦିନ ରାତି ପରିଶ୍ରମ କରିଥିଲେ ସେମାନଙ୍କୁ ଅଣଦେଖା କରି ବିଧାୟକ ବର୍ତ୍ତମାନ କିଛି କୁଚକ୍ରି ଗୋଷ୍ଠୀ ଆୟତ୍ତରେ ଥିବା ସହ କିଛି ଠିକାଦାରଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି । ଏଥି ସହ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି କଥା ଭୁଲି ଯାଉଥିବା ଅଭିଯୋଗ ଆଣିଛନ୍ତି ଅର୍ଜୁନ । ବର୍ତ୍ତମାନ ତାଙ୍କ ସ୍ତ୍ରୀ କୌଶଲ୍ୟା ପ୍ରଧାନୀ ବିଜେଡି ବିଧାୟିକା ପ୍ରାର୍ଥିନୀ ହୋଇଥିବା ବେଳେ ତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିଛନ୍ତି ବିଜେଡିର ଶତାଧିକ ନେତା । ଯଦି କୌଶଲ୍ୟା ପ୍ରଧାନୀଙ୍କ ପ୍ରାର୍ଥୀତ୍ବକୁ ପରିବର୍ତ୍ତନ କରି ଅନ୍ୟ ଯେ କୌଣସି ନେତାଙ୍କୁ ବିଜେଡି ପ୍ରାର୍ଥୀ କରେ ତାଙ୍କ ପ୍ରତି ପୂର୍ଣ୍ଣ ସମର୍ଥନ ବିଜୟ କରାଇବାର ପ୍ରତିଶ୍ରୁତି ଦେଇଛନ୍ତି ଅର୍ଜୁନ । ଯଦି ପ୍ରାର୍ଥୀ ପରିବର୍ତ୍ତନ ନ ହୁଅନ୍ତି ତେବେ କୌଶଲ୍ୟା ପ୍ରଧାନୀଙ୍କୁ ରାଜରାସ୍ତାରେ ଓହ୍ଲାଇ ଜୋରଦାର ବିରୋଧ କରାଯିବ ବୋଲି କହିଛନ୍ତି ଅସନ୍ତୁଷ୍ଟ ନେତା ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.