ETV Bharat / state

ଗଣତନ୍ତ୍ର ଦିବସରେ ବିଜୟୀ ପ୍ରଜ୍ଞାପନ ମେଢର ଶିଳ୍ପୀ ଫେରିଲେ ଓଡିଶା

author img

By ETV Bharat Odisha Team

Published : Feb 1, 2024, 7:21 AM IST

ଗଣତନ୍ତ୍ର ଦିବସରେ ବିଜୟୀ ପ୍ରଜ୍ଞାପନ ମେଢର ଶିଳ୍ପୀ ଫେରିଲେ ଓଡିଶା
ଗଣତନ୍ତ୍ର ଦିବସରେ ବିଜୟୀ ପ୍ରଜ୍ଞାପନ ମେଢର ଶିଳ୍ପୀ ଫେରିଲେ ଓଡିଶା

Odisha tableau artist returned Odisha: ଓଡିଶା ଫେରିଛନ୍ତି ବିଜୟୀ ପ୍ରଜ୍ଞାପନ ମେଢ଼ର ଶିଳ୍ପକାର । ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଓଡିଶାର ପ୍ରଜ୍ଞାପନ ମେଢ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଅଧିକ ପଢନ୍ତୁ

ଗଣତନ୍ତ୍ର ଦିବସରେ ବିଜୟୀ ପ୍ରଜ୍ଞାପନ ମେଢର ଶିଳ୍ପୀ ଫେରିଲେ ଓଡିଶା

ଭୁବନେଶ୍ବର: କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଓଡିଶାର ପ୍ରଜ୍ଞାପନ ମେଢ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡିଶାକୁ ଫେରିଛନ୍ତି ଟିମ ଓଡିଶା । ହାତରେ ଅଶୋକ ସ୍ତମ୍ଭର ଟ୍ରଫି ଏବଂ ପୁରସ୍କାର ଧରି ଓଡିଶା ଫେରିଛନ୍ତି ଓଡ଼ିଆ କାରିଗର । ନାରୀ ସଶକ୍ତିକରଣ ସାଙ୍ଗକୁ ଓଡିଶା କଳା, ସଂସ୍କୃତି ଐତିହ୍ୟକୁ ନେଇ ପ୍ରସ୍ତୁତ ହୋଇଥିଲା ପ୍ରଜ୍ଞାପନ ମେଢ଼ । ୩ ବର୍ଷ ପରେ ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦେଶରେ ଏକ ନମ୍ବର ହେବା ପରେ ସବୁଠୁ ଖୁସିର ପର୍ବ ଦେଖିବାକୁ ମିଳିଥିବା ବେଳେ କାରିଗର ମାନେ ବି ଖୁସି ବ୍ୟକ୍ତ କରିଛନ୍ତି ।

ଏହି ମେଢର ନିର୍ମାଣକାରୀ ଶିଳ୍ପୀ କିର୍ତ୍ତୀ କିଶୋର ମହାରଣା କହିଛନ୍ତି, "ଓଡିଶା ହେଉଛି ଉତ୍କର୍ଷ କଳାର ଦେଶ । ଯେଉଁ କଳା ସଂସ୍କୃତି ଓ ପରମ୍ପରାର ନିଦର୍ଶନ ସାରା ବିଶ୍ବରେ ବିଦିତ । ଆଜି ସେହି ସଂସ୍କୃତିକୁ ନେଇ ଆମେ ଯେତେବେଳେ ଏତେବଡ ସଫଳତା ପାଇଛି ସେଥିପାଇଁ ଓଡ଼ିଆ ଭାବେ ଆମେ ଗର୍ବ ଅନୁଭବ କରିଛନ୍ତି । ଅନେକ ଦିନର ପରିଶ୍ରମ ଓ ଓଡ଼ିଆର ଅଭିଜ୍ଞ ଶିଳ୍ପୀଙ୍କ ତତ୍ତ୍ବାବଧାନରେ ଆମେ ଓଡ଼ିଶାର କଳା ସଂସ୍କୃତିର ସେହି ମହାନ କଳାକୃତିକୁ ସାରା ଭାରତବର୍ଷରେ ପ୍ରତିପାଦିତ କରିପାରିଛୁ ଯାହା ନିଶ୍ଚୟ ନିଆରା । ତେଣୁ ଏହି ଶ୍ରେଷ୍ଠ ସମ୍ମାନ ଆମକୁ ଆଗକୁ ଆମ ସଂସ୍କୃତି କଳା ଓ ପରମ୍ପରାର ପ୍ରଚାର ପ୍ରସାରରେ ସହାୟତା ହେବ" ।

ଇମାଜେରୀ ସଂସ୍ଥାର କୀର୍ତ୍ତି କିଶୋର ମହାରଣା ନୂଆଦିଲ୍ଲୀର ରାଷ୍ଟ୍ରୀୟ ରଙ୍ଗଶାଳାରେ ୩୦ରୁ ଊର୍ଦ୍ଧ୍ବ ଶିଳ୍ପୀ ଓ କାରିଗରଙ୍କୁ ନେଇ ମାତ୍ର ୧୫ ଦିନ ସମୟ ସୀମା ମଧ୍ୟରେ ଓଡିଶାର ପ୍ରଜ୍ଞାପନ ମେଢ ଅତି ନିଖୁଣ ଭାବରେ ନିର୍ମାଣ କରିଥିଲେ । ତେବେ ଗତକଲି ନୂଆଦିଲ୍ଲୀରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ସହକାରୀ ସୂଚନା ଅଧିକାରୀ ହରପ୍ରସାଦ ମହାପାତ୍ର ଓ ପ୍ରଜ୍ଞାପନ ମେଢର ଶିଳ୍ପୀ କିର୍ତ୍ତୀ କିଶୋର ମହାରଣା ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଅଜୟ ଭଟ୍ଟଙ୍କଠାରୁ ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଓଡିଶାର ପ୍ରଜ୍ଞାପନ ମେଢକୁ ପ୍ରଥମ ସ୍ଥାନ; ପୁରସ୍କାର ଗ୍ରହଣ କଲା ରାଜ୍ୟ

ଦେଶର ଅର୍ଥନୈତିକ ବିକାଶ ଓ ସାମାଜିକ ଉନ୍ନତି ପାଇଁ ମହିଳା ସଶକ୍ତୀକରଣ ଜରୁରୀ ହୋଇଥିବାରୁ ‘ବିକଶିତ ଭାରତ’ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଓଡିଶାର ପ୍ରଜ୍ଞାପନ ମେଢରେ ଓଡିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତର ଉତ୍କର୍ଷ ମାଧ୍ୟମରେ ମହିଳା ସଶକ୍ତୀକରଣକୁ ପ୍ରଦର୍ଶନ କରାଯାଇଥିଲା । ବିକଶିତ ଭାରତରେ ଓଡ଼ିଶାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଶକ୍ତି ଓ ସାମର୍ଥ୍ୟ, ହାତୀର ଶକ୍ତି ଓ ସାମର୍ଥ୍ୟ ସହ ସମକକ୍ଷ ବୋଲି ପ୍ରଜ୍ଞାପନ ମେଢର ଅଗ୍ର ଭାଗରେ ଥିବା କନ୍ଦର୍ପ ହସ୍ତୀ ମାଧ୍ୟମରେ ଦର୍ଶାଯାଇଥିଲା । ସେହିପରି ମେଢ ଅଗ୍ରଭାଗର ଉଭୟ ପାର୍ଶ୍ବରେ ଥିବା ଶ୍ରୀଜଗନ୍ନାଥଙ୍କ ରଥର ଚକକୁ ଓଡ଼ିଶାର ପ୍ରଗତିର ଚକ ଭାବେ ମଧ୍ୟ ପ୍ରତିପାଦିତ କରାଯାଇଥିଲା । ହସ୍ତକଳା ଓ ହସ୍ତତନ୍ତ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣକୁ ଦର୍ଶାଉଥିବା ଏହି ମେଢର ମଧ୍ୟଭାଗରେ ପିପିଲିର ଚାନ୍ଦୁଆ, ରଘୁରାଜପୁରର ପଟ୍ଟଚିତ୍ର କଳା ଭଳି ଉତ୍ପାଦକୁ ଲାଇଭ୍‌ ପ୍ରଦର୍ଶନ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା ।

ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଓଡିଶାର ଗ୍ରାମୀଣ ମହିଳାମାନେ ମଧ୍ୟ କ୍ୟାସଲେସ୍‌ କାରବାର କରିବା ସହ ଇ-ପ୍ଲାଟଫର୍ମରେ ନିଜ ଉତ୍ପାଦର ମାର୍କେଟିଂ କରିପାରୁଛନ୍ତି ବୋଲି ପ୍ରଜ୍ଞାପନ ମେଢ ମାଧ୍ୟମରେ ଉପସ୍ଥାପିତ କରାଯାଇଥିଲା । ପଟ୍ଟଚିତ୍ର କଳା ମାଧ୍ୟମରେ ପୌରାଣିକ ଚରିତ୍ରକୁ ନେଇ ରଘୁରାଜପୁର ଗ୍ରାମର ମହିଳାମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ଗୃହସଜ୍ଜା ସାମଗ୍ରୀ ଓ ମୁଖା ସମେତ ରଘୁରାଜପୁର ଗ୍ରାମର ଐତିହ୍ୟ ଗୃହକୁ ପ୍ରଜ୍ଞାପନ ମେଢର ପଛ ଭାଗରେ ଦର୍ଶାଯାଇଥିଲା । ବିକାଶପଥରେ ଓଡ଼ିଶା ଅଶ୍ବ ବେଗରେ ଅଗ୍ରସର ହେଉଥିବାରୁ ପ୍ରସିଦ୍ଧ କୋଣାର୍କ ମନ୍ଦିରର ଯୁଦ୍ଧ ଘୋଡ଼ାକୁ ମଧ୍ୟ ସେଠାରେ ସ୍ଥାନିତ କରାଯାଇଥିଲା । ଏଥିସହିତ, ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ବରେ ସମ୍ବଲପୁରୀ ସଙ୍ଗୀତର ତାଳେତାଳେ ବାଲେଶ୍ବର ଜିଲ୍ଲା ଗୋପାଳପୁରର ଲକ୍ଷ୍ୟ କଳା ବିକାଶ କେନ୍ଦ୍ରର ମହିଳା ନୃତ୍ୟଶିଳ୍ପୀମାନେ ପରିବେଷଣ କରିଥିବା ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା ବୋଲି କହିଛନ୍ତି କିର୍ତ୍ତୀ କିଶୋର ମହାରଣା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.