ETV Bharat / state

CRPF ଯବାନଙ୍କ ଗୁଳିମାଡ଼ରେ ନାବାଳକ ଗୁରୁତର ହୋଇଥିବା ଅଭିଯୋଗ - MINOR INJURED in CRPF FIRING

author img

By ETV Bharat Odisha Team

Published : May 7, 2024, 7:09 PM IST

Minor injured in CRPF firing
Minor injured in CRPF firing (ETV Bharat Odisha)

Minor injured in CRPF firing: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ହାତିଗାଁ ପଞ୍ଚାୟତର ଲାପିବେଡ଼ା ଗ୍ରାମରେ CRPF ଯବାନଙ୍କ ଗୁଳିରେ ନାବାଳକ ଗୁରୁତର ଅଭିଯୋଗ । ଅଧିକ ପଢ଼ନ୍ତୁ

ନବରଙ୍ଗପୁର: ସି.ଆର.ପି.ଏଫ ଯବାନଙ୍କ ଗୁଳିରେ ଗୁରୁତର ନାବାଳକ ଆହତ ହୋଇଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତ ହାତିଗାଁ ପଞ୍ଚାୟତର ଲାପିବେଡ଼ାଠାରେ ଘଟିଛି ଏହା ଅଘଟଣ । ତେବେ ଗୁରୁତର ନାବାଳକକୁ ସିଆର୍‌ପିଏଫ୍ ଯବାନ ନବରଙ୍ଗପୁର ମେଡିକାଲକୁ ଚିକିତ୍ସା ପାଇଁ ନେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଆହତ ନାବାଳକ ଜଣକ ଉକ୍ତ ଗ୍ରାମର ସ୍ବର୍ଗତ ରାମଜି ଗଣ୍ଡଙ୍କ ୧୬ ବର୍ଷର ପୁଅ ଶ୍ରବଣ ଗଣ୍ଡ । ଗତକାଲି ରାତିର ଏହି ଘଟଣାକୁ ନେଇ ସିଆର୍‌ପିଏଫ୍ ଯବାନମାନେ ମୁହଁ ଖୋଲୁ ନଥିବା ବେଳେ ଯବାନମାନଙ୍କ ମାରପିଟ ଘଟଣାକୁ ଗ୍ରାମବାସୀ ନିନ୍ଦା କରିଛନ୍ତି । ଏଥିସହିତ ଘଟଣାର ପ୍ରକୃତ ରହସ୍ୟକୁ ନେଇ ସର୍ବସାଧାରଣରେ ଅବଗତ କରାଇବାକୁ ଦାବି ହେଉଛି ।

ସୂଚନା ମୁତାବକ, ଲାପିବେଡ଼ା ଗ୍ରାମର ଶ୍ରବଣ ଗଣ୍ଡ ଓ ତାଙ୍କ ତିନି ସାଙ୍ଗ ବିଦୁ ଗଣ୍ଡ, ରାମସାୟ ଗଣ୍ଡ ଓ ବୁଲୁ ଗଣ୍ଡ ଘରେ ଖାଇବା ପରେ ଗରମ ହେଉଥିବା କାରମରୁ ନିକଟସ୍ଥ ସିଜନଗଡ଼ ଜଙ୍ଗଲ ଆଡ଼କୁ ବୁଲିବାକୁ ଯାଇଥିଲେ । ଅନ୍ୟପଟେ ଉକ୍ତ ଗ୍ରାମର ଦେବେନାଥ ଗଣ୍ଡ ରାତି ପ୍ରାୟ ସାଢେ ୯ଟା ବେଳେ ନିଜ ମକା ଜମିରେ ପାଣି ମଡ଼ାଉଥିବା ସମୟରେ ତାଙ୍କୁ ଜୋରରେ ଏକ ବାଣ ଫୁଟିବା ଶବ୍ଦ ଶୁଣା ଯାଇଥିଲା । ସେ ଚମକିପଡ଼ି ଟର୍ଚ୍ଚ ଲାଇଟ ପକାଇ ଏପଟ ସେପଟ ଦେଖି କିଛି ଜାଣି ପାରିନଥିଲେ । ହେଲେ ସକାଳ ହେବା ପରେ ଏହା ଗୁଳିର ଶବ୍ଦ ଥିବା ଜଣାପଡ଼ିବା ସହିତ ଏଥିରେ ଶ୍ରବଣ ଆହତ ହୋଇଥିବା ସନ୍ଦେହ କରାଯାଉଛି ।

ଅନ୍ୟପଟେ ଆହତ ଅବସ୍ଥାରେ ଶ୍ରବଣ ଗଣ୍ଡ ରାତିସାରା ଘଟଣା ସ୍ଥଳରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ି ରହିଥିବା ବେଳେ ସକାଳୁ ଯବାନ ମାନେ ପରିବାରକୁ ନଜଣାଇ ତାକୁ ନବରଙ୍ଗପୁର ମେଡିକାଲକୁ ଚିକିତ୍ସା ପାଇଁ ନେଇ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶ୍ରବଣ ସହିତ ତା ସାଙ୍ଗ ପିଲରାମ ଗଣ୍ଡଙ୍କୁ ମଧ୍ୟ ନବରଙ୍ଗପୁର ସାଥିରେ ନେବା ସହ ରାତିରେ ବୁଲୁଥିବା ଅନ୍ୟ ତିନିଜଣ ସାଙ୍ଗ ବିଦୁ, ରାମସାୟ ଓ ବୁଲୁଙ୍କୁ କ୍ୟାମ୍ପରେ ଅଟକ ରଖା ଯାଇଥିବା ଜଣାପଡିଛି । ଗଣମାଧ୍ୟମ ଘଟଣା ସ୍ଥଳରେ ପହଞ୍ଚିବା ପରେ ପରିବାର ଲୋକେ ଓ କିଛି ଗ୍ରାମବାସୀ ଘଟଣାସ୍ଥଳକୁ ଯାଇ ଶ୍ରବଣର ରକ୍ତ ଭିଜା ପ୍ୟାଣ୍ଟ ପଡିଥିବା ଦେଖିବା ପରେ ଘଟଣା ସମ୍ପର୍କରେ ରହିଥିବା ସନ୍ଦେହ ଦୂର ହୋଇଥିଲା ।

ଏହା ମଧ୍ୟ ପଡ଼ନ୍ତୁ.. କୁଖ୍ୟାତ ଅପରାଧୀ କାହ୍ନୁ ଚମ୍ପତିକୁ ତଡିପାର, ଘୋଷଣା କଲେ ପୋଲିସ କମିଶନର - EXTERNMENT TO KANHU CHAMPATI

ଅନ୍ୟପଟେ ସକାଳ ୫ଟା ସମୟରେ କିଛି ସିଆରପିଏଫ ଯବାନ ଘଟଣାସ୍ଥଳ ନିକଟସ୍ଥ ଜଙ୍ଗଲରେ ଘର କରି ରହିଥିବା ରାଇସିଂ ଗଣ୍ଡ, ମହେନ୍ଦ୍ର ଗଣ୍ଡ ଓ ଦେବେନ୍ଦ୍ର ଗଣ୍ଡଙ୍କୁ ଗତକାଲି ରାତିରେ ନକ୍ସଲମାନଙ୍କୁ ଖାଇବାକୁ ଦେଉଛି ବୋଲି କହି ନିଧୁମ ମାଡ଼ ମାରିଥିଲେ । ଯବାନଙ୍କ ଠେଙ୍ଗା ମାଡ଼ରେ ରାଇସିଂଙ୍କ ପିଠି, ଜଙ୍ଘ ଅଣ୍ଟାରେ ମାଡ଼ ବାଜିଥିବା ବେଳେ ମହେନ୍ଦ୍ର ଗଣ୍ଡଙ୍କ ପିଚା ଓ ବାମ ହାତରେ ମାଡ଼ ବାଜି ଫୁଲି ଯାଇଥିବା ସହ ଦେବେନ୍ଦ୍ରଙ୍କ ହାତ ଦୁଇଟିକୁ ଗାମୁଛାର ବାନ୍ଧି ଠେଙ୍ଗା ସାହାଯ୍ୟରେ ମାଡ଼ ମାରିଥିବା ଦୁଃଖ ତଥା ଭୟଭୀତ ହୋଇ ସେମାନେ ପ୍ରକାଶ କରିଥିଲେ । ଏଥିସହିତ ମହେନ୍ଦ୍ର ଗଣ୍ଡଙ୍କ ମୋବାଇଲ କ୍ୟାମ୍ପକୁ ନେଇ ଯାଇଥିବା ମଧ୍ୟ ପ୍ରକାଶ କରିଥିଲେ ।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତିଗାଁ ଏକ ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ ଗତ ଦୁଇ ବର୍ଷ ଧରି ଖାଲେପାରା ଠାରେ ସିଆରପିଏଫ ଯବାନଙ୍କ ୧୨ ବାଟାଲିଆନର ଏକ କ୍ୟାମ୍ପ ସ୍ଥାପନ କରାଯାଇଛି । ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ନକ୍ସଲ ପ୍ରବଣ ଅଞ୍ଚଳରେ ଯବାନ ମାନେ ପାଟ୍ରୋଲିଂକୁ କଡାକଡି କରିଥିବା ବେଳେ ରାତିରେ ଏହି ଚାରିଜଣ ପିଲାମାନେ ଯବାନ ମାନଙ୍କ ସାମ୍ନାସାମ୍ନି ହୋଇଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.