ETV Bharat / state

କଲେଜରୁ ସରକାରୀ ପୋଷ୍ଟର ହଟାଇବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ

author img

By ETV Bharat Odisha Team

Published : Mar 20, 2024, 10:18 AM IST

କଲେଜରୁ ସରକାରୀ ପୋଷ୍ଟର ହଟାଇବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ
କଲେଜରୁ ସରକାରୀ ପୋଷ୍ଟର ହଟାଇବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ

Odisha Assembly Election 2024: ପାଖେଇ ଆସୁଛି ନିର୍ବାଚନ । ରାଜ୍ୟର କଲେଜଗୁଡିକରୁ ସରକାରୀ ପୋଷ୍ଟର ହଟାଇବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦିନ କେଇଟା ବାକି । ନିର୍ବାଚନୀ ବିଗୁଲ ବାଜିବା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଯୋଗୁଁ ଏବେ ଚାରିଆଡେ ରାଜନୈତିକ ପୋଷ୍ଟର ବ୍ୟାନର ହଟାଯାଉଛି । ସହର ଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ପୋଷ୍ଟର ବାହାର କରାଯାଉଛି । ଏହି କ୍ରମରେ କଲେଜରେ ଲାଗିଥିବା ସରକାରୀ ପୋଷ୍ଟର ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି । ଭୁବନେଶ୍ଵର ଏବଂ ବାଲେଶ୍ଵର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଅଥବା ସବୁ ସରକାରୀ ପୋଷ୍ଟର ତୁରନ୍ତ ଅପସାରଣ ପାଇଁ ସମସ୍ତ କଲେଜଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।


ଭୁବନେଶ୍ଵର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ରାଜ୍ୟର ୧୧ଟି ସରକାରୀ କଲେଜ, ୧୪୩ଟି ୪୮୮ ବର୍ଗ ଅଣ-ସରକାରୀ କଲେଜ ଏବଂ ୧୩୮ଟି ୬୬୨ ବର୍ଗ ଅଣ-ସରକାରୀ କଲେଜଗୁଡିକରେ ହୋର୍ଡିଂ, ବିଜ୍ଞାପନ, ବ୍ୟାନର ଅପସାରଣ କରିବା ସହିତ କଲେଜ ପରିସରରୁ ଲୋକ ପ୍ରତିନିଧିଙ୍କ ପୋଷ୍ଟର ହଟାଇବାକୁ କରିବାକୁ ନିର୍ଦ୍ଦେଶ ମିଳିଛି । ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ସମସ୍ତ କଲେଜ ପରିସରରେ ଯେପରି ଭାବରେ ପୋଷ୍ଟର ନରୁହେ ସେନେଇ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କଲେଜରୁ ସରକାରୀ ପୋଷ୍ଟର ହଟାଇବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ
କଲେଜରୁ ସରକାରୀ ପୋଷ୍ଟର ହଟାଇବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ


ଅନ୍ୟପଟେ ବାଲେଶ୍ଵର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ସମସ୍ତ ସରକାରୀ କଲେଜ ପ୍ରିନ୍ସିପାଲ, ସ୍ୱୟଂଶାସିତ, ଅଣ-ସରକାରୀ କଲେଜ ଗୁଡିକକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି କଲେଜ ପରିସରରୁ ହୋର୍ଡିଂ ଇତ୍ୟାଦି ଅପସାରଣ କରିବା ପାଇଁ । ନିର୍ଦ୍ଦେଶ ଅନୁସାରେ କଲେଜ ପରିସରରୁ ହୋର୍ଡିଂ, ବିଜ୍ଞାପନ (ଉଭୟ କଲେଜ କ୍ୟାମ୍ପସ ଭିତରେ ଓ କ୍ୟାମ୍ପସ ବାହାରେ) କାନ୍ଥରେ ଚିତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପୋଷ୍ଟର ଇତ୍ୟାଦି ହଟାଇବାକୁ କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ପାଇଁ ବୌଦ୍ଧ ପ୍ରଶାସନର ପ୍ରସ୍ତୁତି, ହଟାଯାଉଛି ସରକାରୀ ବିଜ୍ଞାପନ

ସୂଚନା ଅନୁଯାୟୀ, ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଏହାସହ ସାରା ଦେଶରେ ନିର୍ବାଚନ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ହୋଇଛି । ସ୍ବଚ୍ଛ ଓ ମୁକ୍ତ ନିର୍ବାଚନ ପାଇଁ ଏକାଧିକ ନିୟମାବଳୀ ରହିଥିବା ବେଳେ ସର୍ବସାଧାରଣ ସ୍ଥାନରେ ନିର୍ବାଚନୀ ତଥା ରାଜନୈତିକ ପୋଷ୍ଟର ବ୍ୟାନର ନଲାଗିବା ନେଇ ମଧ୍ୟ ସ୍ପଷ୍ଟ ଭାବରେ ନିୟମ ରହିଛି । ତେବେ ତାରିଖ ଘୋଷଣାର କିଛି ଦିନ ପରେ ମଧ୍ୟ ରାଜଧାନୀର ବିଭିନ୍ନ ସ୍ଥାନରେ ପୋଷ୍ଟର ଦୃଶ୍ୟମାନ ହେଉଛି । ସେଥିମଧ୍ୟରେ ଅଧିକାଂଶ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ବିଜ୍ଞାପନ ବ୍ୟାନର ରହିଛି ।


ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.