ETV Bharat / state

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କଲେ ରଞ୍ଜନ କୁମାର ଦାସ

author img

By ETV Bharat Odisha Team

Published : Feb 2, 2024, 7:20 AM IST

RDC Ranjan Kumar Das
ରଞ୍ଜନ କୁମାର ଦାସ

RDC Ranjan Kumar Das: ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କଲେ ରଞ୍ଜନ କୁମାର ଦାସ । ଅଧିକ ପଢନ୍ତୁ

ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଭାବରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ରଞ୍ଜନ କୁମାର ଦାସ । ବ୍ରହ୍ମପୁରଠାରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ରଞ୍ଜନ ଦାସ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିଥିବା ବେଳେ ଗତ ଜାନୁଆରୀ ୨୯ ତାରିଖ ଦିନ କଟକ ଠାରେ ସେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ୨୦୦୭ ବ୍ୟାଚର ଆଇ.ଏ.ଏସ୍. ରଞ୍ଜନ ଦାସ ତାଙ୍କ ଚାକିରି କାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହି ସୂଚାରୁ ରୂପେ ଦାୟିତ୍ବ ନିର୍ବାହ କରିସାରିଥିବା ଦେଖାଯାଇଛି ।

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଭାବରେ ରଞ୍ଜନ କୁମାର ଦାସଙ୍କ ଦାୟିତ୍ୱ ଗ୍ରହଣ
ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଭାବରେ ରଞ୍ଜନ କୁମାର ଦାସଙ୍କ ଦାୟିତ୍ୱ ଗ୍ରହଣ

ରଞ୍ଜନ ଦାସ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିବା ପରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମାଆ ବୁଢୀ ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ କରିବା ସହ ସେଠାରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ତଦାରଖ କରିଥିଲେ । ପରେ ଗଞ୍ଜାମ କଳା ପରିଷଦ କବିସୂର୍ଯ୍ୟ ରଙ୍ଗମଞ୍ଚର ଚାଲିଥିବା ମଞ୍ଚ କାର୍ଯ୍ୟ ମଧ୍ୟ ତଦାରଖ କରିଥିଲେ ଏବଂ ଏହି କାର୍ଯ୍ୟ ଶୀଘ୍ର ସମାପନ କରିବା ପାଇଁ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ଭିଆରଏସ ନେଲେ ବି ରାଧିକା, ଆଇପିଏସ ସ୍ତରରେ ଅଦଳବଦଳ

ଏହି ଅବସରରେ ଦକ୍ଷିଣାଞ୍ଚଳ ରାଜସ୍ବ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସହିତ ଏକ ବୈଠକ କରିଥିଲେ ରଞ୍ଜନ ଦାସ । ଏହି ଅବସରରେ ସେ କହିଛନ୍ତି ଯେ, ରାଜସ୍ବ ବିଭାଗର କାର୍ଯ୍ୟଗୁଡିକ ଯେଭଳି ଜନସାଧାରଣ ସୁବିଧାରେ ହାସଲ କରିପାରିବେ ସେହି ଦିଗରେ ଯତ୍ନବାନ ହେବା ଆବଶ୍ୟକ । ଜନସାଧାରଣ ଯେଭଳି ସରକାରଙ୍କ ଦ୍ବାରା ପ୍ରଦତ୍ତ ସମସ୍ତ ସେବା ହାସଲ କରିବେ, ସେଗୁଡିକ ବିଳମ୍ବ ନକରି ଅବିଳମ୍ବେ ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ନୂତନ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ମାଆଙ୍କ ଦର୍ଶନ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. IAS ସ୍ତରରେ ବଡଧରଣର ଅଦଳବଦଳ; ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବଦଳିଲେ ୧୭ ଜିଲ୍ଲାପାଳ

ପୂର୍ବରୁ ରଞ୍ଜନ ଦାସ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ ନିର୍ବାହ କରି ସମସ୍ତଙ୍କର ପ୍ରଶଂସା ସାଉଣ୍ଟି ପାରିଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ପୁରୀ ଶ୍ରୀମନ୍ଦିରରେ ଡ୍ରେସ କୋର୍ଡ ନିୟମ ଲାଗୁ କରାଯାଇଥିଲା । ଜଣେ ବିଶିଷ୍ଟ ଲେଖକ ଭାବେ ରଞ୍ଜନ ଦାସ ଓଡିଶାର ପାଠକ ପାଠିକା ମାନଙ୍କ ନିକଟରେ ଅତ୍ୟନ୍ତ ସୁପରିଚିତ ଅଟନ୍ତି।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.