ETV Bharat / state

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାମାଭିଷେକ ନୀତି, ସରିବ ସାହିଯାତ - Rama Abhisek of Lord Jagannath

author img

By ETV Bharat Odisha Team

Published : May 1, 2024, 1:07 PM IST

Rama Abhisek ritual
Rama Abhisek ritual

Rama Abhisek ritual: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବାକୁ ଯାଉଛି । ସନ୍ଧ୍ୟାଧୂପ ପରେ ଏହି ସ୍ୱତନ୍ତ୍ର ନୀତିକାନ୍ତି କରାଯିବ । ଅଧିକ ପଢନ୍ତୁ

Rama Abhisek ritual

ପୁରୀ: ଶ୍ରୀମନ୍ଦିରରେ ଶ୍ରୀରାମ ସ୍ୱରୂପରେ ଆଜି (ବୁଧବାର) ଭକ୍ତଙ୍କୁ ଦର୍ଶନ ମହାପ୍ରଭୁ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବାକୁ ଯାଉଛି । ସେପଟେ ରାମ ନବମୀରୁ ଆରମ୍ଭ ହୋଇଥିବା ସାହିଯାତ ଆଜି ଶେଷ ହେବ । ସନ୍ଧ୍ୟାଧୂପ ପରେ ରାମାଭିଷେକ ନୀତିକାନ୍ତି କରାଯିବ । ଅନ୍ୟପଟେ ଟାଣ ଖରାରେ ବି ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶତାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ବୈଶାଖ ମାସ କୃଷ୍ଣ ପକ୍ଷ ପୁଷ୍ୟା ନକ୍ଷତ୍ରା ଯୁକ୍ତ ତାରାଶୁଦ୍ଧି ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ । ଏହା ସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଆଜି ସମାପନ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିବା ପରେ ନକ୍ଷତ୍ର ବନ୍ଦାପନା କରାଯାଇ ନକ୍ଷତ୍ର ବେଢାକୁ ଦିଅଁ ବିଜେ କରିବେ । ପରେ ଜୟବିଜୟ ଦ୍ୱାରରେ ଭୋଗ ଓ ବନ୍ଦାପନା ନୀତି ହେବ । ଏହା ସରିବା ପରେ ଦିଅଁ ଦକ୍ଷିଣୀ ଘରକୁ ବିଜେ କରିବେ । ସେଠାରେ ଅନ୍ୟାନ୍ୟ ନୀତି ସରିବା ପରେ ସନ୍ଧ୍ୟାରେ ଅଜ୍ଞାମାଳ ପାଇଁ ଶ୍ରୀରାମ, ଲକ୍ଷ୍ମଣ ଓ ଦେବୀସୀତା ପାଲିଙ୍କିଙ୍କୁ ବିଜେ କରି ଶ୍ରୀଜଗନ୍ନାଥ ବଲ୍ଳଭ ମଠକୁ ବିଜେ କରିବେ ।

ଏହାମଧ୍ୟ ପଢନ୍ତୁ.. ରଥକାଠ ଚିରଟ ପାଇଁ କଟକ ଖପୁରିଆ କରତ କଳ ଗଲା ମହାପ୍ରଭୂଙ୍କ ଆଜ୍ଞାମାଳ ଓ ମହାପ୍ରସାଦ - Ratha Katha Chirat Ritual

ଦୁଇ ସେବାୟତ ଭରତ ଓ ଶତ୍ରୁଘ୍ନ ବେଶ ଧାରଣ କରି ପ୍ରଭୁ ଶ୍ରୀରାମଙ୍କ ରୂପାର ପାଦୁକା ଦ୍ୱୟ ସାଙ୍ଗରେ ନେଇଯିବେ । ସେମାନେ ପାଦୁକା ଦ୍ୱୟକୁ ଧରି ଶ୍ରୀଜଗନ୍ନାଥ ବଲ୍ଳଭ ମଠରେ ପହଞ୍ଚିବା ପରେ ଗୌଡ଼ବାଡ଼ ସାହି ଆଖେଡା ପକ୍ଷରୁ ସେଠାରେ ଶ୍ରୀରାମଙ୍କ ଅଭିଷେକ ନୀତି ଅନୁଷ୍ଠିତ ହେବ । ତ୍ରେତୟା ଯୁଗରେ ମହାପ୍ରଭୁ ଅଯୋଧ୍ୟାରେ ଶ୍ରୀରାମଙ୍କ ରୂପରେ ଜନ୍ମ ନେଇଥିଲେ । ୧୪ ବର୍ଷ ବନବାସ ସାରି ରାବଣ ବଦ୍ଧ ପରେ ମହାପ୍ରଭୁ ରାମ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ । ଓ ଅଯୋଧ୍ୟାରେ ତାଙ୍କର ଅଭିଷେକ ହୋଇଥିଲା । ସେହି ସ୍ମୃତିକୁ ଉଜ୍ଜିବୀତ କରିବା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ ବୋଲି ସେବାୟତ କହିଛନ୍ତି । ଯେହେତୁ ଶ୍ରୀରାମ ମହାପ୍ରଭୁଙ୍କ ଅବତାରୀ ସେହି ଦୃଷ୍ଟିରୁ ପ୍ରତିବର୍ଷ ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଠାରୁ ରାମାଭିଷେକ ନୀତି ପାଳନ କରାଯାଉଛି । ସେପଟେ ଶ୍ରୀକ୍ଷେତ୍ରରେ ଆଜିବି ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଟାଣ ଖରାକୁ ଖାତିର ନକରି ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଭିଡ ଜମାଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.