ଅଗ୍ନିବର୍ଷାକୁ ମାତ୍‌ ଦେବ କାଳବୈଶାଖୀ, ରାଜ୍ୟବାସୀଙ୍କୁ ମିଳିବ ସାମାନ୍ୟ ଆଶ୍ବସ୍ତି - Odisha Weather

author img

By ETV Bharat Odisha Team

Published : Apr 20, 2024, 5:51 PM IST

ଅଗ୍ନିବର୍ଷାକୁ ମାତ୍‌ ଦେବ କାଳବୈଶାଖୀ, ରାଜ୍ୟବାସୀଙ୍କୁ ମିଳିବ ସାମାନ୍ୟ ଆଶ୍ବସ୍ତି
Etv Bଅଗ୍ନିବର୍ଷାକୁ ମାତ୍‌ ଦେବ କାଳବୈଶାଖୀ, ରାଜ୍ୟବାସୀଙ୍କୁ ମିଳିବ ସାମାନ୍ୟ ଆଶ୍ବସ୍ତି ()

Odisha Weather Update: ରାଜ୍ୟକୁ ଫେରୁଛି କାଳବୈଶାଖୀ । ଫଳରେ ଅସହ୍ୟ ଖରା ଗୁଳିଗୁଳିରୁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିବ । ଅଧିକ ପଢ଼ନ୍ତୁ

ଅଗ୍ନିବର୍ଷାକୁ ମାତ୍‌ ଦେବ କାଳବୈଶାଖୀ, ରାଜ୍ୟବାସୀଙ୍କୁ ମିଳିବ ସାମାନ୍ୟ ଆଶ୍ବସ୍ତି

ଭୁବନେଶ୍ବର: ସାରା ଓଡ଼ିଶାରେ ପ୍ରଚଣ୍ଡ ରୁଦ୍ରତାପ ସହ ଆକାଶରୁ ଅଗ୍ନିବର୍ଷା ହେଉଛି । ରାଜ୍ୟରେ କ୍ରମାଗତ ଭାବେ ୭ ଦିନ ଧରି ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଆସନ୍ତାକାଲି ଠାରୁ ଗରମ ଗୁଳୁଗୁଳିରୁ ମିଳିବ ଆଶ୍ବସ୍ତି । ୨ ଦିନ ମଧ୍ୟରେ ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଛି । ପ୍ରଭାବରେ ୨୧ରୁ ୨୪ ଏପ୍ରେଲ ମଧ୍ୟରେ ରାଜ୍ୟରେ ତାତିରୁ ସାମୟିକ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷର ପ୍ରଭାବ ରହିବ । ପରେ ୨୫ ତାରିଖ ପରଠାରୁ ପୁଣି ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ରାଜ୍ୟର ତାପମାତ୍ରା ବୃଦ୍ଧି ହେବ । ଏହାସହ ଏପ୍ରିଲ ଶେଷ ଆଡକୁ ଗ୍ରୀଷ୍ମ ଲହରୀ ସହ କିଛି ଅଞ୍ଚଳରେ ଉଷ୍ମ ଆଦ୍ର ପାଣିପାଗ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ ।

ତେବେ ୨୧ ତାରିଖ ଅର୍ଥାତ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିବ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ସିଭିୟର ହିଟ ୱେଭ ରହିବା ସହ ମୟୂରଭଞ୍ଜ, ନୟାଗଡ, ଅନୁଗୋଳ, ବୌଦ୍ଧ, କଟକ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ନୂଆପଡା, ସୋନପୁର, ବଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି ଓ କନ୍ଧମାଳରେ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ସ୍ଥାନେ ସ୍ଥାନେ ଝଡ଼ ତୋଫାନ ହେବ । ଏପରିକି କେତେକ ସ୍ଥାନରେ ୩୦ରୁ ୪୦ କିମି ପବନ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହା ମଧିୟ ପଢ଼ନ୍ତୁ...ଜଳୁଛି ଓଡ଼ିଶା ! ଆହୁରି 3 ଦିନ କଲବଲ କରିବ, 44.3 ଡିଗ୍ରୀ ଛୁଇଁଲା ବୌଦ୍ଧ - Odisha Weather


ତେବେ କାଳବୈଶାଖୀ ବର୍ଷା ପାଇଁ କନ୍ଧମାଳ, ଗଞ୍ଜାମ, ରାୟଗଡା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ଆସନ୍ତାକାଲି ଗ୍ରୀଷ୍ମ ପ୍ରବାହ ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୋଳ ଏହି 3 ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ସହ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୮ ଜିଲ୍ଲା ବର୍ଷା, ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ୩୨ ସହରରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ୧୦ ସହରରେ ୪୩ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୪୪.୩ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.