ETV Bharat / state

ରେଳ ନିଯୁକ୍ତି ସମ୍ପର୍କିତ କ୍ୟାଲେଣ୍ଡର ରିଲିଜ ହେବ: ଅଶ୍ୱିନୀ ବୈଷ୍ଣବ

author img

By ETV Bharat Odisha Team

Published : Feb 3, 2024, 12:14 PM IST

Etv Bharat
Etv Bharat

Railway Minister Sambalpur visit: ଆଗାମୀ ଦିନରେ ରେଳବାଇ ନିଯୁକ୍ତି ସମ୍ପର୍କିତ ଏକ କ୍ୟାଲେଣ୍ଡର ଉନ୍ମୋଚନ କରିବ ରେଳ ବିଭାଗ । ସମ୍ବଲପୁର ଗସ୍ତ ଅବସରରେ ଏହି ସୂଚନା ଦେଲେ ରେଳମନ୍ତ୍ରୀ । ଅଧିକ ପଢନ୍ତୁ

ସମ୍ବଲପୁର: ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଜି ସମ୍ବଲପୁରରେ ଆଇଆଇଏମ କ୍ୟାମ୍ପସ ସମେତ ରେଳ, ବିଦ୍ୟୁତ, ସଡ଼କ ଇତ୍ୟାଦି କ୍ଷେତ୍ରରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହାପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମ୍ବଲପୁରରେ ପହଞ୍ଚିଛନ୍ତି । ଆଜି ସକାଳ ପ୍ରାୟ ୯ଟାରେ ରେଳମନ୍ତ୍ରୀ ସମ୍ବଲପୁର ରେଳ ଷ୍ଟେସନରେ ପହଞ୍ଚି ଥିଲେ l ଏଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଏହି ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନ ଭାବେ ଉନ୍ନତିକରଣ କରାଯିବ l ଏଥିପାଇଁ ରେଳମନ୍ତ୍ରୀ ଷ୍ଟେସନ ବୁଲି ଦେଖିବା ସହ ଏହାର ଡିଜାଇନକୁ ନିରୀକ୍ଷଣ କରିଥିଲେ l

ଏହି ଅବସରରେ ରେଳମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ଦିନରେ ରେଳବାଇ ନିଯୁକ୍ତି ସମ୍ପର୍କିତ ଏକ କ୍ୟାଲେଣ୍ଡର ଉନ୍ମୋଚନ କରାଯିବ l ଆସନ୍ତାକାଲି ଅଥବା ସୋମବାର ଦିନ ଏହି କ୍ୟାଲେଣ୍ଡର ଉନ୍ମୋଚନ ହେବ l ଏଥିରେ ରେଳବାଇ ନିଯୁକ୍ତିର ସମସ୍ତ ସୂଚନା ରହିବ l ଏହାସହ ଏଣିକି ପ୍ରତ୍ୟେକ ବର୍ଷ ରେଳବାଇ ନିଯୁକ୍ତି ପରୀକ୍ଷା ହେବ । ଏହାଦ୍ୱାରା ରେଳବାଇରେ ନିଯୁକ୍ତି ଆଶାୟୀମାନେ ଭଲ ଭାବେ ପ୍ରସ୍ତୁତ ହୋଇପାରିବେ ଓ ବୟସ ସୀମା ସମ୍ପର୍କିତ ସମସ୍ୟା ଦୂର ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ l ଏହି କ୍ୟାଲେଣ୍ଡରରେ ବାର୍ଷିକ ୪ ଥର ନୋଟିଫିକେସନ ବାହାରିବ l

ଏହା ମଧ୍ୟ ପଢନ୍ତୁ: ଆଜି ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ; ଭେଟି ଦେବେ ୬୮ ହଜାର କୋଟିର ପ୍ରକଳ୍ପ

ଏହା ମଧ୍ୟ ପଢନ୍ତୁ: ଆସୁଛନ୍ତି ପ୍ରଧାନମନ୍ତ୍ରୀ; MCL ଓ NLCର ଏକାଧିକ ପ୍ରକଳ୍ପ କରିବେ ଉଦଘାଟନ


ସୂଚନାଯୋଗ୍ୟ ଯେ, ଆଜି ପ୍ରଧାନମନ୍ତ୍ରୀ ସମ୍ବଲପୁର-ତାଳଚେର ରେଳଲାଇନର ଦୋହରିକରଣ ପ୍ରକଳ୍ପର ଲୋକାର୍ପଣ, ଝାରତରଭାରୁ ସୋନପୁର ନୂଆ ରେଳ ଲାଇନର ଲୋକାର୍ପଣ, ସମ୍ବଲପୁର ରେଳ ଷ୍ଟେସନ ଆଧୁନିକୀକରଣର ଭିତ୍ତିପ୍ରସ୍ତର ସ୍ଥାପନା ଓ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଟ୍ରେନର ଶୁଭାରମ୍ଭ କରିବେ l ଏହାସହିତ ସମ୍ବଲପୁରରୁ ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପାଇପଲାଇନ ପ୍ରକଳ୍ପର ୪୧୨ କିଲୋମିଟର ବିଶିଷ୍ଟ ଧାମରା-ଅନୁଗୋଳ ପାଇପଲାଇନ ସେକ୍ସନକୁ ଉଦଘାଟନ କରିବେ । ଏହି ପ୍ରକଳ୍ପ ପାଇଁ ୨୪୫୦ କୋଟି ଟଙ୍କା ବ୍ୟୟ କରାଯାଇଛି । ଏଥିସହ ମୁମ୍ବାଇ-ନାଗପୁର-ଝାରସୁଗୁଡା ପାଇପ ଲାଇନର ୬୯୨ କିଲୋମିଟର ବିଶିଷ୍ଟ ନାଗପୁର ଝାରସୁଗୁଡା ପ୍ରାକୃତିକ ଗ୍ୟାସ ପାଇପଲାଇନ ସେକ୍ସନର ଶିଳାନ୍ୟାସ କରିବେ । ସେହିପରି ସେ ଏଠି ପ୍ରାୟ ୨୮ ହଜାର ୯୮୦ କୋଟି ଟଙ୍କାର ଏକାଧିକ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.