ETV Bharat / state

ଆସୁଛନ୍ତି ପ୍ରଧାନମନ୍ତ୍ରୀ; MCL ଓ NLCର ଏକାଧିକ ପ୍ରକଳ୍ପ କରିବେ ଉଦଘାଟନ

author img

By ETV Bharat Odisha Team

Published : Feb 2, 2024, 10:55 PM IST

MLC and NLC Pres Meet: ଫେବୃଆରୀ ୩ରେ ସମ୍ବଲପୁର ଗସ୍ତ ସମୟରେ ଏମ୍‌ସିଏଲ୍‌ ପକ୍ଷରୁ କରାଯାଇଥିବା ୪ଟି ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ କାର୍ଯ୍ୟକ୍ରମ ନେଇ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଲା MCL ଓ NLC । ଅଧିକ ପଢ଼ନ୍ତୁ

MCL ଓ NLCର ଏକାଧିକ ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
MCL ଓ NLCର ଏକାଧିକ ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

MCL ଓ NLCର ଏକାଧିକ ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ସମ୍ବଲପୁର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତ ସମୟରେ ଏମ୍‌ସିଏଲ୍‌ ପକ୍ଷରୁ କରାଯାଇଥିବା ୪ଟି ପ୍ରକଳ୍ପର ଉଦଘାଟନ କରିବେ । ପ୍ରାୟ 2145 କୋଟି ଟଙ୍କାର ଏହି ପ୍ରକଳ୍ପ ଉଦ୍ଘାଟିତ ହେବାପରେ ଏହା ପରିବେଶ ସୁରକ୍ଷା, ରେଳବାଇ ଭଳି ପରିବହନ କ୍ଷେତ୍ରକୁ ସୁବିଧା ଓ କୋଇଲା ଉଦ୍ୟୋଗକୁ ମଧ୍ୟ ଯଥେଷ୍ଟ ସୁବିଧା ପ୍ରଦାନ କରିବ । ବିଶେଷ କରି ଏହି ପ୍ରକଳ୍ପ ଦ୍ବାରା 1400 ନିଯୁକ୍ତି ସୃଷ୍ଟି ହେବ । ଏହାଦ୍ୱାରା ସ୍ଥାନୀୟ ଲୋକେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ନିଯୁକ୍ତିର ଲାଭ ଉଠାଇ ପାଇପାରିବେ । ଏନେଇ ଆଜି ଏମ୍‌ସିଏଲ୍‌ ପକ୍ଷରୁ ଅଇଁଠାପାଲି ଅଞ୍ଚଳରେ ଥିବା ଏକ ହୋଟେଲରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏମସିଏଲର ସିଏମଡି ସୂଚନା ଦେଇଛନ୍ତି । ଏହାସହ ଏମ୍‌ସିଏଲ୍‌ କୋଇଲା ଉତ୍ତୋଳନ କ୍ଷେତ୍ରରେ କରିଥିବା ଉପଲବ୍ଧି ଉପରେ ମଧ୍ୟ ଆଜି ସୂଚନା ଦିଆଯାଇଛି ।

27 ହଜାର କୋଟି ଟଙ୍କା ନିବେଶରେ 2400 ମେଗାୱାଟ୍‌ କ୍ଷମତା ବିଶିଷ୍ଟ ଏନ୍‌ଏଲ୍‌ସି ତଲାବିରା ତାପଜ ବିଦ୍ୟୁତ କେନ୍ଦ୍ରର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । କୋଇଲା ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ନବରତ୍ନ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ୍ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ 27,212 କୋଟି ଟଙ୍କା ବିନିଯୋଗରେ ଓଡିଶାର ଝାରସୁଗୁଡା ଜିଲ୍ଲାର ତଲାବିରା ଠାରେ 2400 ମେଗାୱାଟ କୋଇଲା ଆଧାରିତ ଅଲଟ୍ରା ସୁପର କ୍ରିଟିକାଲ୍‌ ପିଟ୍‌ ହେଡ୍‌ ଥର୍ମାଲ୍ ପାୱାର ପ୍ରୋଜେକ୍ଟ ସ୍ଥାପନ କରୁଛି । ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ 8000 କୋଟିରୁ ଅଧିକ ଟଙ୍କା ବିନିଯୋଗ ସହିତ 800 ମେଗାୱାଟ୍‌ର ମଧ୍ୟ ଯୋଜନା କରାଯାଇଛି । ଆସନ୍ତାକାଲି (ଫେବୃଆରୀ 3)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 3x800 ମେଗାୱାଟ ଏନ୍‌ଏଲ୍‌ସି ଇଣ୍ଡିଆ ତଲାବିରା ତାପଜ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ସୂଚନା ଦିଆଯାଇଛି ।

ଏହା ଅତୀତରେ ଦେଶରେ ଧାର୍ଯ୍ୟ ହୋଇଥିବା ସର୍ବବୃହତ ଗ୍ରୀନଫିଲ୍ଡ ପିଟ୍‌ ହେଡ୍‌ ଥର୍ମାଲ୍ ପାୱାର୍ ଷ୍ଟେସନ୍, ଯାହା ଦେଶର ଶକ୍ତି ନିରାପତ୍ତାକୁ ସୁନିଶ୍ଚିତ କରିବ ଏବଂ ଦେଶର ଅଭିବୃଦ୍ଧିକୁ ଶକ୍ତି ପ୍ରଦାନ କରିବାରେ ସହାୟକ ହେବ । ଏକ ପିଟ୍ ହେଡ୍ ପ୍ରକଳ୍ପର ମୂଲ୍ୟ ଉପରେ ଲାଭ ଉଠାଇ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡର ନିକଟବର୍ତ୍ତୀ ତଲାବିରା 2 ଏବଂ 3 ଖଣିରୁ ଏହି ୟୁନିଟ ପାଇଁ କୋଇଲା ଯୋଗାଣ କରାଯିବ । ଇକୋ-ଫ୍ରେଣ୍ଡଲି କନଭେୟର ସିଷ୍ଟମ ମାଧ୍ୟମରେ ସଡ଼କ ଏବଂ ରେଳ ପରିବହନ ପାଇଁ କୌଣସି ଖର୍ଚ୍ଚକୁ ସାମିଲ ନକରି ଏହି ପ୍ରକଳ୍ପ ଦ୍ବାରା ଦେଶର ସମସ୍ତ ତାପଜ ବିଦ୍ୟୁତ କେନ୍ଦ୍ର ମଧ୍ୟରେ ସବୁଠାରୁ ଶସ୍ତା ଦରରେ ବିଦ୍ୟୁତ ଯୋଗାଣ ହୋଇପାରିବ । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ଏବଂ ଅନ୍ୟ ଦକ୍ଷିଣର ହିତାଧିକାରୀ ରାଜ୍ୟଗୁଡ଼ିକୁ 1787 କୋଟି ୟୁନିଟ୍ ବିଜୁଳି ଯୋଗାଇ ଦିଆଯାଇପାରିବ ।

ଏହା ମଧ୍ୟ ପଢ଼ନ୍ତୁ...ଓଡିଶାରେ 28, 987 କୋଟି ଟଙ୍କାର ବିଦ୍ୟୁତ ପ୍ରକଳ୍ପ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଏହାଛଡା ଅଧିକ ଦକ୍ଷତା ବିଶିଷ୍ଟ ଏହି ବିଦ୍ୟୁତ୍ କେନ୍ଦ୍ରରେ SOx କଣ୍ଟ୍ରୋଲ ପାଇଁ 'ଫ୍ଲୁ ଗ୍ୟାସ୍ ଡିସଲ୍‌ଫୁରାଇଜେସନ୍‌' (ଏଫ୍‌ଜିଡି)ର ଅତ୍ୟାଧୁନିକ ପରିବେଶ ଅନୁକୂଳ ଡିଜାଇନ୍ ରହିଛି । NOx କଣ୍ଟ୍ରୋଲ ପାଇଁ ସିଲେକ୍ଟିଭ କ୍ୟାଟାଲିଟିକ ରିଡକ୍ସନ (ଏସସିଆର), 10 ପ୍ରତିଶତ ପରିବେଶ ଅନୁକୂଳ ବାୟୋମାସ୍ କୋ-ଫାୟାରିଙ୍ଗ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ବର୍ଜ୍ୟବସ୍ତୁ ନିଷ୍କାସନର ବ୍ୟବସ୍ଥା ରହିଛି । ଏହି ପ୍ରକଳ୍ପ ଉଭୟ ଷ୍ଟେସନର ନିର୍ମାଣ ଏବଂ ପରିଚାଳନା ପର୍ଯ୍ୟାୟରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ପ୍ରକଳ୍ପ ଦ୍ବାରା ପ୍ରତ୍ୟେକ୍ଷ ନିଯୁକ୍ତି ବ୍ୟତୀତ ଅନେକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହି ପ୍ରକଳ୍ପ ଏହି ଅଞ୍ଚଳର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ ଏବଂ ସାମାଜିକ-ଅର୍ଥନୈତିକ ବିକାଶକୁ ଯଥେଷ୍ଟ ପ୍ରୋତ୍ସାହନ ଯୋଗାଇବ ବୋଲି ସମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏହି ପ୍ରକଳ୍ପ ସ୍ବଦେଶୀ ଉପକରଣ ସହିତ ଆତ୍ମନିର୍ଭର ଭାରତର ଏକ ସ୍ଥାୟୀ ଉଦାହରଣ ଏବଂ ଏହାର ଅନ୍ତର୍ନିହିତ ଲାଭ ଯୋଗୁଁ ମିଶନ ମୋଡରେ ଅଧିକ ପିଟ୍‌ ହେଡ୍ ଥର୍ମାଲ୍ ପାୱାର ଷ୍ଟେସନ ପ୍ରତିଷ୍ଠା କରିବାର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ପୂରଣ କରିବାରେ ଏକ ଉପଯୁକ୍ତ ଉଦାହରଣ ହେବ ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.