ETV Bharat / state

ରଣାଙ୍ଗନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଆଶିଷ ନେଲେ ସୁଚରିତା, କହିଲେ ସରକାର ବନାମ ଜନତା - Sucharita Mohanty Visit Puri

author img

By ETV Bharat Odisha Team

Published : Apr 17, 2024, 3:22 PM IST

Sucharita Mohanty Visit Puri
Sucharita Mohanty Visit Puri

Sucharita Mohanty Visits Puri: ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଶରଣରେ ପୁରୀ ଲୋକସଭା କଂଗ୍ରେସ ପ୍ରାର୍ଥୀ ସୁଚରିତା ମହାନ୍ତି । ଅଧିକ ପଢନ୍ତୁ

Sucharita Mohanty Visit Puri

ପୁରୀ: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଭିନ୍ନ ଦଳ । ପ୍ରାର୍ଥୀମାନେ ମଇଦାନକୁ ଓହ୍ଲାଇ ଭୋଟ ଭିକ୍ଷାରେ ଲାଗି ପଡିଛନ୍ତି । ଅନ୍ୟପଟେ ନିର୍ବାଚନ ଯୁଦ୍ଧକୁ ଓହ୍ଲାଇବ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ପ୍ରାର୍ଥୀ । ଏହି କ୍ରମରେ ପୁରୀ ଲୋକସଭା କଂଗ୍ରେସ ପ୍ରାର୍ଥୀ ସୁଚରିତା ମହାନ୍ତି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।

ତେବେ କାଳିଆଙ୍କ ଆଶିଷ ଲାଭ କରିବା ପରେ ସୁଚରିତା କରିଛନ୍ତି, "ଆମେ ଜନତାଙ୍କ ସହ ଅଛୁ । ଚଳିତ ନିର୍ବାଚନ ଜନତା ସହ ସରକାରଙ୍କ ଲଢେଇ ହେବ । ଆମେ ଜନତାଙ୍କ ସହ ଅଛୁ ଏଣୁ ଆମେ ବିଜୟ ହାସଲ କରିବୁ । ସରକାରଙ୍କ ଅପାରଗ ପଣିଆକୁ ନିର୍ବାଚନ ମୁଦ୍ଦା କରି ଦଳ ନିର୍ବାଚନ ଲଢିବ । ଗତ 2014ରେ ପୁରୀରୁ ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇଥିଲି । ଜନତା ବିପୁଳ ଭୋଟ ଦେଇଥିଲେ । ମୋତେ 2 ଲକ୍ଷ 60 ହଜାର ଭୋଟ ମିଳିଥିଲା । କଂଗ୍ରେସ ପ୍ରତି ଲୋକଙ୍କ ଜନସମର୍ଥନ ରହିଛି । ଚଳିତ ନିର୍ବାଚନରେ ଏହା ପ୍ରତିଫଳିତ ହେବ । ପୁରୀ ଲୋକସଭା ଆସନରେ କଂଗ୍ରେସ ବିଜୟ ଲାଭ କରିବ ।

ଏହା ମଧ୍ୟ ପଢନ୍ତୁ: ପୁରୀରେ ବିଜେଡିର ଜୋରଦାର ପ୍ରଚାର; ଡୋର ଟୁ ଡୋର କ୍ୟାମ୍ପେନ କଲେ ଅରୁପ-ସୁନିଲ - BJD Election Campaign
ଅନ୍ୟପଟେ, ଯୁବ କଂଗ୍ରେସ ନେତା ବିଶ୍ବନାଥ ଦାସ କହିଛନ୍ତି, "ପୁରୀ ଲୋକସଭାରେ କଂଗ୍ରେସର ଭଲ ଜନ ସମର୍ଥନ ରହିଛି । ମହିଳାଙ୍କୁ କଂଗ୍ରେସ ଅଗ୍ରାଧିକାର ଦେଉଥିବା ବେଳେ ପୁରୀ ଲୋକସଭା ଆସନରେ ଦଳ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଓଡ଼ିଶା କଂଗ୍ରେସର ନିର୍ବାଚନ ଇସ୍ତାହାର ନିଶ୍ଚିତ କଂଗ୍ରେସକୁ ସଫଳତା ଦେବ। ଓଡ଼ିଶାରେ କଂଗ୍ରେସ ସରକାର ଗଠନ କରିବ । 1995 ମସିହାରେ ମଧ୍ୟ କଂଗ୍ରେସ ଅପ୍ରତ୍ୟାଶିତ ଫଳାଫଳ ଆଣି ଓଡ଼ିଶାରେ ସରକାର ଗଠନ କରିଥିଲା । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଲୋକଙ୍କ ଉପରେ ଅନେକ ପ୍ରଭାବ ପକାଇଛି । ଦକ୍ଷିଣ ଭାରତରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି । ଏଣୁ ଆଗାମୀ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ସହ ସରକାର ଗଠନ କରିବ ।"

କହିରଖୁଛି କି, ଚଳିତ ବର୍ଷ ପୁରୀ ଲୋକସଭା ଆସନ ପାଇଁ କଡା ଟକ୍କର ହେବ । କଂଗ୍ରେସ ସୁଚରିତା ମହାନ୍ତିଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା ବେଳେ ବିଜେଡି ଅରୁପ ପଟ୍ଟନାୟକଙ୍କୁ ମୈଦାନକୁ ଓହ୍ଲାଇଛି । ସେହିପରି ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଇଦାନକୁ ଓହ୍ଲାଇ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.