ETV Bharat / politics

ପୁରୀରେ ବିଜେଡିର ଜୋରଦାର ପ୍ରଚାର; ଡୋର ଟୁ ଡୋର କ୍ୟାମ୍ପେନ କଲେ ଅରୁପ-ସୁନିଲ - BJD Election Campaign

author img

By ETV Bharat Odisha Team

Published : Apr 7, 2024, 1:55 PM IST

BJD Election Campaign In Puri: ପୁରୀରେ ପ୍ରଚାର ଅଭିଯାନ ଜୋରଦାର କଲା ବିଜେଡି । ବିଭିନ୍ନ ସାହିରେ ଡୋର ଟୁ ଡୋର କ୍ୟାମ୍ପେନ କଲେ ଅରୁପ ପଟ୍ଟନାୟକ ଓ ସୁନିଲ ମହାନ୍ତି । ଅଧିକ ପଢନ୍ତୁ

ପୁରୀରେ ବିଜେଡିର ଜୋରଦାର ପ୍ରଚାର; ଡୋର ଟୁ ଡୋର କ୍ୟାମ୍ପେନ କଲେ ଅରୁପ-ସୁନିଲ
ପୁରୀରେ ବିଜେଡିର ଜୋରଦାର ପ୍ରଚାର; ଡୋର ଟୁ ଡୋର କ୍ୟାମ୍ପେନ କଲେ ଅରୁପ-ସୁନିଲ

ପୁରୀରେ ବିଜେଡିର ଜୋରଦାର ପ୍ରଚାର; ଡୋର ଟୁ ଡୋର କ୍ୟାମ୍ପେନ କଲେ ଅରୁପ-ସୁନିଲ

ପୁରୀ: ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ କମ୍ପିଲାଣି ପ୍ରଚାର ମୈଦାନ । ପୁରୀରେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛି ବିଜେଡି । ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ ଏବଂ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ସୁନିଲ ମହାନ୍ତି ଏକାଠି ହୋଇ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶକୁ ମୁବ୍ଦା କରି ଶ୍ରୀମନ୍ଦିର ଚାରିପାଖରେ ଥିବା ସାହିଗୁଡ଼ିକୁ ଯାଇ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ଅରୁପ ଓ ସୁନିଲ । ଶତାଧିକ ବିଜେଡି କର୍ମୀ ଏହି ପ୍ରଚାର ଅଭିଯାନରେ ସାମିଲ ହୋଇ ଆଗାମୀ ନିର୍ବାଚନରେ ବିଜେଡିର ଉଭୟ ଲୋକସଭା ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେଇ ଜିତାଇବା ପାଇଁ ଭୋଟରଙ୍କୁ ବୁଝାଉଛନ୍ତି ।

ଏହି ଅବସରରେ ବିଜେଡି ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ କହିଛନ୍ତି ଯେ, ପୂର୍ବରୁ ବାଇକ ରାଲି ଅନୁଷ୍ଠିତ ହୋଇଥିଲା । ଏବେ ଘରକୁ ଘର ବୁଲି ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଛି । ଆମେ ପ୍ରତ୍ୟେକ ବର୍ଗର ଭୋଟରଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଙ୍କ ଜନକଲ୍ୟାଣକାରୀ ଯୋଜନା, ପୁରୀ ସହରକୁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ, ଆଗାମୀ ଦିନରେ ଆମର କ'ଣ ଲକ୍ଷ୍ୟ ରହିଛି ତାହା ଅବଗତ କରାଉଛୁ । ଲୋକମାନେ ଆମକୁ ସମର୍ଥନ କରୁଛନ୍ତି ଏଣୁ ଆମେ ବେଶ୍ ଉତ୍ସାହିତ ଅଛୁ । ଆଗାମୀ ନିର୍ବାଚନରେ ନିଶ୍ଚିତ ପୁରୀରେ ବିଜେଡି ଜିତିବ ବୋଲି ଅରୁପ ପଟ୍ଟନାୟକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମା' ଓ ଜନତାଙ୍କ ଆଶୀର୍ବାଦରେ ବାପାଙ୍କ ଭଳି ରେକର୍ଡ ବିଜୟ ହାସିଲ କରିବି: ଦିପାଳୀ ଦାସ - Jharsuguda Assembly Constituency

ସେପଟେ ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ପ୍ରାର୍ଥୀ ହୋଇଥିବା ସୁନିଲ ମହାନ୍ତି କହିଛନ୍ତି ଯେ, ଆମେ ଘରକୁ ଘର ବୁଲି ଭୋଟରଙ୍କ ଆଶୀର୍ବାଦ ନେଉଛୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ବିକାଶମୂଳକ ଶାସନ, ପୁରୀ ସହରକୁ ଐତିହ ନଗରୀ ଭାବେ ନିର୍ମାଣ କରିବା, ତାଙ୍କର ଆଗାମୀ କ'ଣ ଲକ୍ଷ୍ୟ ରହିଛି ସେନେଇ ସବୁ ଭୋଟରଙ୍କୁ କୁହାଯାଉଛି । ଲୋକମାନେ ନିଶ୍ଚିତ ଆଗାମୀ ନିର୍ବାଚନରେ ତାଙ୍କୁ ଜିତାଇବେ ବୋଲି ସୁନିଲ ଆଶା ରଖିଛନ୍ତି ।

ବିଜେଡି ସମର୍ଥକ ଅମୃତ ମିଶ୍ର କହିଛନ୍ତି, ବିଜେଡିର ପ୍ରଚାର ଅଭିଯାନକୁ ଜୋରଦାର କରାଯିବ । ପ୍ରତ୍ୟେକ ଭୋଟରଙ୍କ ନିକଟରେ ପହଞ୍ଚି ବିଜେଡିର ସୁଶାସନ, ପୁରୀ ସହର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଅବଦାନ ବିଷୟରେ ପ୍ରଚାର କରାଯାଉଛି । ବିଜେଡିର ଉଭୟ ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ ଏବଂ ବିଧାନସଭା ପ୍ରାର୍ଥୀ ସୁନିଲ ମହାନ୍ତିଙ୍କୁ ଲୋକମାନେ ବେଶ୍ ପସନ୍ଦ କରୁଛନ୍ତି । ଆଗାମୀ ନିର୍ବାଚନରେ ବିଜେଡି ପୁରୀରେ ବିପୁଳ ବିଜୟ ହାସଲ କରିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.