ETV Bharat / state

ବିଡ଼ିଓଙ୍କ ମନମାନି ବିରୋଧରେ ପ୍ରତିବାଦ, ବ୍ଲକ କାର୍ଯ୍ୟାଳୟ ତାଲା ପକାଇଲେ ଜନ ପ୍ରତିନିଧି

author img

By ETV Bharat Odisha Team

Published : Feb 2, 2024, 7:34 AM IST

ତାଲା ପକାଇଲେ ଜନ ପ୍ରତିନିଧି
ତାଲା ପକାଇଲେ ଜନ ପ୍ରତିନିଧି

Protest Against BDO: ବାଣପୁର ବ୍ଲକରେ ଚାଲିଛି ବିଡ଼ିଓଙ୍କ ମନମାନି । ଜିଲ୍ଲା ପ୍ରଶାସକ ବିରୁଦ୍ଧରେ ଅନେକ ବାର ଜନବିରୋଧୀ ଅଭିଯୋଗ ହୋଇଆସୁଛି । ଯାହାକୁ ନେଇ ତାତିଛନ୍ତି ଜନପ୍ରତିନିଧି । ବ୍ଲକ କାର୍ଯ୍ୟାଳୟ ତାଲା ପକାଇଛନ୍ତି ।

ତାଲା ପକାଇଲେ ଜନ ପ୍ରତିନିଧି

ଖୋର୍ଦ୍ଧା: ବାଣପୁର ବ୍ଲକରେ ଚାଲିଛି ବିଡ଼ିଓଙ୍କ ମନମାନି ! ବିଡ଼ିଓ ମନଇଚ୍ଛା ଛୁଟି ନେବା ସହ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା ଓ ଅବହେଳା କରୁଥିବା ଅଭିଯୋଗ ହୋଇଛି । ଏହି ଭଳି ଅଭିଯୋଗ ଆଣିଛନ୍ତି ବ୍ଲକ ଅଧ୍ୟକ୍ଷ । ଏହାର ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ଜନ ପ୍ରତିନିଧି । ଖବର ପାଇ ଘଟଣାସ୍ଥଳରେ ତହସିଲଦାର ପହଞ୍ଚି ଅଧ୍ୟକ୍ଷଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ନିଜ ଜିଦରେ ଅଡ଼ି ବସିଥିଲେ ଅଧ୍ୟକ୍ଷ । ସେପଟେ ଏହି ଅଭିଯୋଗକୁ ବିଡ଼ିଓ ଖଣ୍ଡନ କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ବିଡ଼ିଓଙ୍କ ନାମରେ ଆସିଛି ଅଭିଯୋଗ । ବିଡ଼ିଓ ମ୍ୟାଡ଼ାମ ବ୍ଲକରେ ତାଙ୍କର ମନମାନି କରୁଥିବା କହିଛନ୍ତି ବ୍ଲକ ଅଧ୍ୟକ୍ଷ । ଏନେଇ ବାଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଛନ୍ତି । ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ନେତୃତ୍ୱରେ ସମିତି କାର୍ଯ୍ୟାଳୟରେ ତାଲା ପକାଇ ଦିଆଯାଇଛି । ତେବେ ବିଡ଼ିଓଙ୍କ ମନମାନିକୁ ବିରୋଧ କରି ବ୍ଲକ କାର୍ଯ୍ୟାଳୟକୁ ଅଚଳ କରିଛନ୍ତି ଅଧ୍ୟକ୍ଷ ଓ ନିର୍ବାଚିତ ଜନ ପ୍ରତିନିଧି । ବିଡ଼ିଓ ଜିଲ୍ଲା ପ୍ରଶାସନର ଛତ୍ରଛାୟା ତଳେ କାମ କରୁଥିବା ଅଭିଯୋଗ ଆଣିଛନ୍ତି ଅଧ୍ୟକ୍ଷ ।

ଏହା ମଧ୍ୟ ପଢ଼ନ୍ତୁ... ତ୍ରୁଟିପୂର୍ଣ୍ଣ ଚିଠି ଦେଇ ଉପହାସିତ ଉଲୁଣ୍ଡା ବିଡିଓ, ସମାଲୋଚନା ପରେ ସଂଶୋଧନ

ଗତକାଲି ସମିତି କାର୍ଯ୍ୟାଳୟ ଖୋଲିବା ପରଠାରୁ ଏଭଳି ପରିସ୍ଥିତି ଉପୁଜିଥିଲା । ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ତହସିଲଦାର ପହଞ୍ଚି ଅଧ୍ୟକ୍ଷଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ବିଫଳ ହୋଇଥିଲେ ତହସିଲଦାର । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଜିଦ ଧରିଥିଲେ ଅଧ୍ୟକ୍ଷ । ଦିର୍ଘ ସମୟ ଧରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବସିଥିଲେ । କୌଣସି ଅପ୍ରିତିକର ପରିସ୍ଥିତି ନହେବା ପାଇଁ ବାଣପୁର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ ।

ସେପଟେ ଘଟଣା ସମ୍ପର୍କରେ ଅଧକ୍ଷ ଏବଂ ଜନ ପ୍ରତିନିଧି ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ । ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ତହସିଲରେ ଦୁର୍ନୀତି, ଜମି କେଳେଙ୍କାରୀ ସମେତ ଯାବତୀୟ କାର୍ଯ୍ୟ କରି ଜିଲ୍ଲାରେ ଦୁର୍ନାମର ବୋଝ ମୁଣ୍ଡାଇଛି । କିଛି ଦିନ ତଳେ ଜିଲ୍ଲାର ବୋଲଗଡ଼ ସ୍ଥାନୀୟ ପ୍ରଶାସକ ସହିତ ଓକିଲଙ୍କ ମଧ୍ୟରେ ନାଁକୁ ନେଇ ଝଗଡ଼ା ହୋଇଥିବା ଘଟଣା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.