ETV Bharat / state

ହାତୀ କରୁଛି କଲବଲ, ଟାୟାର ଜାଳି ରାସ୍ତା ଅବରୋଧ କଲେ ଗାଁଲୋକେ

author img

By ETV Bharat Odisha Team

Published : Jan 24, 2024, 8:05 AM IST

ରାସ୍ତା ଅବରୋଧ କଲେ ଗ୍ରାମବାସୀ
ରାସ୍ତା ଅବରୋଧ କଲେ ଗ୍ରାମବାସୀ

Protest Against elephant terror: ବନ ବିଭାଗ ଏବଂ ପ୍ରଶାସନ ବିରୋଧରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ଗ୍ରାମବାସୀ । ଦନ୍ତା ଆତଙ୍କ ନେି ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ପ୍ରତିକାର ନହେବାରୁ ଆନ୍ଦୋଳନକୁ ଓହ୍ଲାଇଲେ ଲୋକେ ।

ରାସ୍ତା ଅବରୋଧ କଲେ ଗ୍ରାମବାସୀ

ରାଉରକେଲା: ବନ ବିଭାଗ ଏବଂ ପ୍ରଶାସନ ବିରୋଧରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ଗ୍ରାମବାସୀ । ଦନ୍ତା ଆତଙ୍କ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ପ୍ରତିକାର କରିନଥିଲା ବନ ବିଭାଗ । ଏନେଇ ହାତୀ ଆତଙ୍କରେ ଅତିଷ୍ଠ ହୋଇ ରାଜରାସ୍ତାକୁ ଅବରୋଧ କରିଛନ୍ତି ଗ୍ରାମବାସୀ । ଲିଖିତ ରୂପେ କ୍ଷୟକ୍ଷତିର ଆକଳନ ଏବଂ କ୍ଷତିପୂରଣ ପ୍ରଦାନ କଲେ ଆନ୍ଦୋଳନରୁ ଓହରିବେ ବୋଲି କହିଛନ୍ତି ଗ୍ରାମବାସୀ ।

ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ପାଞ୍ଚଟି ଗ୍ରାମ ଯଥା ଗୋଗୁଆ, ଜକେଇକଳା, ତଳିତା, ବଡପୋଷ ଏବଂ ବାଘାପାଲିରେ ବଡ଼ିବାରେ ଲାଗିଛି ହାତୀ ଉପଦ୍ରବ । ଏହି ସବୁ ଗ୍ରାମ ସମେତ ଆଖପାଖରେ ଥିବା ଦୁଇଟି ପଞ୍ଚାୟତର ଅନେକ ଗ୍ରାମରେ ଦୁଇଟି ଦନ୍ତା ଦୀର୍ଘ ୬ ମାସରୁ ଊର୍ଦ୍ଧ୍ବ ସମୟ ହେଲା ନିଜର ଆତଙ୍କ ଖେଳାଇଛନ୍ତି । ଫଳରେ ବ୍ୟାପକ ଫସଲ ଏବଂ ଘର ନଷ୍ଟ ହେବା ସହ ସ୍ଥାନୀୟ ଲୋକେ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ନିଜ ଦିନ କାଟୁଛନ୍ତି । ସେନେଇ ବାରମ୍ବାର ବନ ବିଭାଗକୁ ଜଣାଇଥିଲେ ମଧ୍ୟ କିଛି ଫଳପ୍ରଦ ହୋଇପାରି ନାହିଁ । ତେଣୁ ବନ ବିଭାଗ ଏବଂ ପ୍ରଶାସନ ବିରୋଧରେ ରାସ୍ତା ଅବରୋଧ କରିଛନ୍ତି ଗାଁ ଲୋକେ । ଗ୍ରାମବାସୀଙ୍କ ଆକ୍ରୋଶ ବର୍ତ୍ତମାନ ରାଜରାସ୍ତାରେ ଦେଖିବାକୁ ମିଳୁଛି । ହାତୀ ଆତଙ୍କରେ ଅତିଷ୍ଠ ହୋଇ ଏହି ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢ଼ନ୍ତୁ... ଖାଲରେ ଫସିଲା ହାତୀ ଛୁଆ, ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ

ହାତୀ ଖାଦ୍ୟ ଅନ୍ୱେଷଣରେ ଆସି ସମସ୍ତ ଗ୍ରାମରେ ବହୁ ସମୟରେ ଆତଙ୍କ ଖେଳାଇଛି । ଫସଲ ହାନି ସହ ଘର ଭାଙ୍ଗିବା, ପନିପରିବା ନଷ୍ଟ କରିବା ଏବଂ ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରିବା ଯୋଗୁଁ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ତେବେ ବାରମ୍ବାର ବନ ବିଭାଗ ନିକଟରେ ଦାବି ମଧ୍ୟ କରିଛନ୍ତି ଗ୍ରାମବାସୀ । କିନ୍ତୁ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ହାତୀ ଆତଙ୍କ ସତେ ଯେମିତି ନିଦ ହଜେଇ ଦେଇଛି । ଯାହା ଫଳରେ ଗତକାଲି ପାଞ୍ଚ ଖଣ୍ଡ ଗ୍ରାମର ଶହ ଶହ ଗ୍ରାମବାସୀ ବଣାଇରୁ ଜାଙ୍ଗଲାକୁ ସଂଯୋଗ କରୁଥିବା ରାସ୍ତାର ଯାଙ୍ଗଳା ବ୍ରିଜ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ତେବେ ବନ ବିଭାଗ ପକ୍ଷରୁ କ୍ଷୟ କ୍ଷତିର ଆକଳନ କରି ତିନି ଦିନ ଭିତରେ କ୍ଷତିପୂରଣ ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଲା ପରେ ଯାଇ ରାସ୍ତା ଅବରୋଧରୁ ଅହୋରିବେ ବୋଲି ସୂଚନା ଦେଇଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.