ଖାଲରେ ଫସିଲା ହାତୀ ଛୁଆ, ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ

By ETV Bharat Odisha Team

Published : Jan 23, 2024, 10:16 AM IST

thumbnail

Baby Elephant Fell Into Ditch: ଢେଙ୍କାନାଳ: ଖାଲରେ ଫସିଥିଲା ହାତୀ ଛୁଆ । କପିଳାଶ ରାସ୍ତାର ନାଗିଆପଶି ନିକଟ ଏକ ଖାଲରୁ ହାତୀ ଛୁଆକୁ ଉଦ୍ଧାର କରିଛି ବନ ବିଭାଗ । ଖାଲରେ ଛୁଆ ଫସି ଯିବାରୁ ମାଆ ହାତୀଟି ସେହି ସ୍ଥାନ ଛାଡି ଯାଇନଥିଲା । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀ ଛୁଆକୁ ଉଦ୍ଧାର କରିବା ପରେ ନିଜ ଛୁଆ ସହ ଜଙ୍ଗଲ ମୁହାଁ ହୋଇଛି ମାଆ ହାତୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡର କପିଳାଶ ରାସ୍ତାର ନାଗିଆପଶି ଗ୍ରାମ ନିକଟରେ । ଗୋଟିଏ ହାତୀପଲ ସେହି ରାସ୍ତା ଦେଇ ଯାଉଥିବାବେଳେ ଗୋଟିଏ ହାତୀ ଛୁଆ ପାର୍ଶ୍ୱରେ ଖୋଳା ଯାଇଥିବା ଟ୍ରେଞ୍ଚରେ ଫସି ଯାଇଥିଲା । ପରେ ମାଆ ହାତୀ ଛୁଆକୁ ଉଦ୍ଧାର କରି ନପାରି ପାଖରେ ଜଗି ରହିଥିଲା । ଫଳରେ ସେହି ରାସ୍ତାରେ ସାଧାରଣ ଯାତାୟାତ ଠପ୍ ହୋଇଯାଇଥିଲା । ଖବର ପାଇ ଢେଙ୍କାନାଳ ବନ କର୍ମଚାରୀ ପହଞ୍ଚି ହାତୀ ଛୁଆକୁ ଉଦ୍ଧାର କରିଥିବା ଜଣାପଡ଼ିଛି । ଉଦ୍ଧାର ହାତୀ ଛୁଆଟି ସମ୍ପୂର୍ଣ୍ଣ ସୁସ୍ଥ ରହିଛି । ତା'ର ବୟସ ପ୍ରାୟ ଏକ ବର୍ଷର ହେବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.