ETV Bharat / state

ରୁଙ୍ଗଟା ମାଇନ୍ସ ନାଁରେ ଜମି ହଡପ ଅଭିଯୋଗ, ପ୍ରତିବାଦ କଲେ 22 ପରିବାର

author img

By ETV Bharat Odisha Team

Published : Jan 31, 2024, 8:09 AM IST

ରୁଙ୍ଗଟା ମାଇନ୍ସ ନାମରେ ଠକେଇ ଅଭିଯୋଗ
ରୁଙ୍ଗଟା ମାଇନ୍ସ ନାମରେ ଠକେଇ ଅଭିଯୋଗ

Protest against Rungta Mines: ରୁଙ୍ଗଟା ମାଇନ୍ସ କମ୍ପାନୀ ନାମରେ ଠକେଇ ଅଭିଯୋଗ । ଜାଗା ହଡପ କରିଥିବା ଅଭିଯୋଗ ନେଇ ପ୍ରତିବାଦ କରିଛନ୍ତି ୨୨ଟି ପରିବାର । ଅଧିକ ପଢ଼ନ୍ତୁ

ରୁଙ୍ଗଟା ମାଇନ୍ସ ନାମରେ ଠକେଇ ଅଭିଯୋଗ

ଢେଙ୍କାନାଳ: ରୁଙ୍ଗଟା ମାଇନ୍ସ କମ୍ପାନୀ ନାମରେ ଠକେଇ ଅଭିଯୋଗ । ଜାଗା ହଡପ କରିଥିବା ଅଭିଯୋଗ ଆଣି ପ୍ରତିବାଦ କରିଛନ୍ତି 22ଟି ଦଳିତ ପରିବାର । ଗତକାଲି(ମଙ୍ଗଳବାର) ଢେଙ୍କାନାଳର ଓଡାପଡା ବ୍ଲକ ଅନ୍ତର୍ଗତ ମେରାମୁଣ୍ଡଳୀ ଦଳିତ ବସ୍ତି କଲୋନୀ ସାହିର ୨୨ଟି ପରିବାର ଏନେଇ ପ୍ରତିବାଦ କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି ଅଞ୍ଚଳବାସୀ । ସମସ୍ୟାର ସମାଧାନ ନକରାଗଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଗତକାଲି(ମଙ୍ଗଳବାର) ରାଜ୍ୟ ସିପିଏମ ସମ୍ପାଦକ ବଦ୍ରିନାରାୟଣ ଦାସଙ୍କ ନେତୃତ୍ୱରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏ ସମ୍ପର୍କରେ ଅଭିଯୋଗ କରି ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସେମାନଙ୍କ ଅଭଯୋଗ ଅନୁଯାଇ ରୁଙ୍ଗଟା କାରଖାନା ସମ୍ପ୍ରସାରଣ ପାଇଁ ଏହି କଲୋନୀ ସାହିର ୭ ଏକର ଜାଗାକୁ ଚଞ୍ଚକତା କରି ହାତେଇ ନେଇଛି । କାରଖାନାରେ ଚାକିରି ମିଳିବ, ରାସ୍ତାଘାଟ, ସ୍କୁଲ,ଜଳ ଏବଂ ବିଦ୍ୟୁତ ଆଦି ବ୍ୟବସ୍ଥା କରାଇ ଦିଆଯିବ ବୋଲି ଆଳାପ ଦେଖାଇଥିଲା ରୁଙ୍ଗଟା ମାଇନ୍ସ । ତାର ଏହି ମିଛ ପ୍ରତିଶୃତିରେ ଭାସି ଯାଇଥିଲେ ନିରୀହ ଲୋକ । ସେମାନଙ୍କୁ ଭୁଲାଇ ଶାଗମାଛ ଦରରେ ଜାଗା କିଣିନେଲେ କମ୍ପାନୀ । ପ୍ରଥମେ କାରଖାନାର ଜଣେ ଦଳିତ ବର୍ଗର ଦଲାଲ ମାଧ୍ୟମରେ କିଣି ନେଇଥିଲେ । ପରେ କାରଖାନା ସେହି ଜାଗା ଦଖଲ କରିଥିବା ଜଣାପଡିଛି । ଜମି ନେବା ପରେ ସେ ଅସଲ ରଙ୍ଗ ଦେଖାଇଥିଲା । ଦେଇଥିବା ପ୍ରତିଶୃତି ତ ଦୂରର କଥା ଲୋକଙ୍କ ବକେୟା ଟଙ୍କା ମଧ୍ୟ ଦେଇନଥିବା ଅଭିଯୋଗ ଆଣିଛନ୍ତି ଲୋକ ।

ଏହା ମଧ୍ୟ ପଢ଼ନ୍ତୁ.... ଆଠମଲ୍ଲିକ ରାଜନୀତି: କୁଚକ୍ରି ନେତାଙ୍କୁ ନେଇ ଆଠମଲ୍ଲିକ ସ୍ୱାଭିମାନ ମଞ୍ଚର ବିକ୍ଷୋଭ

କାରଖାନା ସେହି ଜାଗା ଦଖଲ କରିବା ପରେ ଜମି ହରା ମାନଙ୍କୁ ନା ନିଯୁକ୍ତି, ନା କୌଣସି ସୁବିଧା ସୁଯୋଗ ମିଳିଲା । କିଛି ପରିବାର ଲୋକ କମ୍ପାନୀ ଆଗରେ ବିରୋଧ କରିବାରୁ ତାଙ୍କ କାରଖାନା କର୍ତ୍ତୃପକ୍ଷ ସେମାନଙ୍କୁ ମିଛ ମାମଲାରେ ଛନ୍ଦି ଦେଇଥିଲେ । ଏହି ଜାଗା ୨୨ଟି ପରିବାର ନାମରେ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଜାଗାକୁ ବିକ୍ରି କରିନଥିବା ଜଣାପଡିଛି । ମାତ୍ର ସେମାନଙ୍କ ଜାଗାକୁ ତାଙ୍କ ଅଗୋଚରରେ ମଧ୍ୟ ଜୋର ଜବରଦସ୍ତ କାରଖାନା ଦାଖଲ କରି ସମ୍ପ୍ରସାରଣ କରିଚାଲିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏହି ଜମିହରା ମାନେ ପ୍ରତିବାଦ କରିଥିଲେ । କାରଖାନା ପକ୍ଷରୁ ନାନା ଆଳରେ ସେମାନଙ୍କ ନାମରେ ମିଥ୍ୟ ମାମଲା କରାଇ ଗିରଫର ଧମକ ଦେଉଥିବା ଆପତ୍ତି କରୁଛନ୍ତି ଏହି ନିରୀହ ଅସହାୟ ଗୋଷ୍ଠି । ତେବେ ଏ ମାମଲାରେ ଜିଲ୍ଲାପାଳଙ୍କୁ ଆଜି ସ୍ମାରକପତ୍ର ଦେଇ ଆଗମୀ ଦିନରେ ଭୟଙ୍କର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ,ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.