ETV Bharat / state

ମରଣଯନ୍ତା ସାଜିଛି NH-55: ମରାମତି ଦାବିରେ ଆନ୍ଦୋଳନ ଜାରି, ଧାରଣାସ୍ଥଳରେ ହୋମଯଜ୍ଞ

author img

By ETV Bharat Odisha Team

Published : Jan 24, 2024, 11:03 PM IST

ରାସ୍ତା ପାଲଟିଛି ମରଣଯନ୍ତା
ରାସ୍ତା ପାଲଟିଛି ମରଣଯନ୍ତା

Protest For Road: ରାଜପଥର ତୁରନ୍ତ ମରାମତି ଦାବିରେ 'ଅନୁଗୁଳ ସଚେତନ ନାଗରିକ'ଙ୍କ ପକ୍ଷରୁ ଆନ୍ଦୋଳନ ଚାଲିଛି । ଆନ୍ଦୋଳନସ୍ଥଳରେ କରାଯାଇଛି ହୋମଯଜ୍ଞ । ଅଧିକ ପଢନ୍ତୁ

ରାସ୍ତା ପାଲଟିଛି ମରଣଯନ୍ତା

ଅନୁଗୁଳ: 55 ନଂ ଜାତୀୟ ରାଜପଥ ପାଇଁ ହୋମଯଜ୍ଞ । ରାଜପଥର ତୁରନ୍ତ ମରାମତି ଦାବିରେ 'ଅନୁଗୁଳ ସଚେତନ ନାଗରିକ'ଙ୍କ ପକ୍ଷରୁ ଆନ୍ଦୋଳନ ଚାଲିଛି । ଆଉ ଏହି ଆନ୍ଦୋଳନ ସ୍ଥଳରେ କରାଯାଇଛି ହୋମଯଜ୍ଞ । ଜାତୀୟ ରାଜପଥର ଦୂରାବସ୍ଥା ପାଇଁ ଅନେକ ଧନଜୀବନ ହାନି ଘଟୁଥିବା ଅଭିଯୋଗ ହୋଇଛି । ସାଧାରଣ ଲୋକଟିଏ ଘରୁ ଗନ୍ତବ୍ୟସ୍ଥଳକୁ ଯାଇ ଆଉ ଫେରିବ ନା ନାହିଁ, ସେନେଇ ସୃଷ୍ଟି ହେଉଛି ସନ୍ଦେହ । ଏଭଳି ସ୍ଥଳେ ଗତ 10 ବର୍ଷ ହେବ ଆରମ୍ଭ ହୋଇଥିବା ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଶେଷ ହେଉନଥିବାରୁ ରାଜପଥର ଦୂରାବସ୍ଥା ଦୂର ହେଉନଥିବା କହିଛନ୍ତି ଆନ୍ଦୋଳନକାରୀ । ଏଥିପାଇଁ ଗତ ୧୭ ତାରିଖରୁ 'ଅନୁଗୁଳ ସଚେତନ ନାଗରିକ' ଗଣଧାରଣାରେ ବସିଛନ୍ତି ।

ଆନ୍ଦୋଳକାରୀ କହିଛନ୍ତି, "ରାଜପଥ ମରାମତି ହେଉନଥିବାରୁ ଦୈନନ୍ଦିନ ଦୁର୍ଘଟଣା ଘଟୁଛି । ଲୋକଙ୍କ ଜୀବନ ଯାଉଛି ହେଲେ କେହି ଚେତୁ ନାହାନ୍ତି । ନା ରାଜପଥ କର୍ତ୍ତୃପକ୍ଷ, ନା ସରକାର । ଫଳରେ ସବୁଠାରୁ ଅଧିକ କଷ୍ଟ ପାଉଛନ୍ତି ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାବାସୀ । ଜାତୀୟ ରାଜପଥ ମରାମତି ଓ ଅନୁଗୁଳ ସହର ବାହାରେ ନିର୍ମାଣ ଚାଲିଥିବା ବାଇପାସକୁ ତୁରନ୍ତ ସାରିବା ଦାବିରେ ଏହି ଗଣଧାରଣା ଦିଆଯାଇଛି ।" ତେବେ ଷ୍ଟାଡିୟମ ଫାଟକ ସମ୍ନାରେ ଚାଲିଥିବା ଏହି ଗଣଧାରଣା ଅଷ୍ଟମ ଦିନରେ ପହଞ୍ଚିଛି । ଗଣଧାରଣା ସ୍ଥଳରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ଯଜ୍ଞ କର୍ମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ରାଜପଥ ପାଇଁ ଉତ୍ତରଦାୟୀ ଥିବା କେନ୍ଦ୍ରମନ୍ତ୍ରୀ, ଲୋକପ୍ରତିନିଧି, ନେତା ଓ ଅଧିକାରୀମାନଙ୍କୁ ସଦବୁଦ୍ଧି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଚାରିଦିନ ଅନଶନ ପରେ ପହଞ୍ଚିଲା ପ୍ରଶାସନ, ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ

ଏହାସହ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଲୋକଙ୍କ ଶୁଭ ମନାସୀ ଏହି ଯଜ୍ଞ କରାଯାଇଥିଲା । ଜାତୀୟ ରାଜପଥ ଲୋକଙ୍କ ପାଇଁ ମରଣା ଯନ୍ତା ପାଲଟିଥିବାବେଳେ ଏହାର ସମାଧାନ ଦିଗରେ ସରକାର କିମ୍ବା ଅଧିକାରୀମାନେ କୌଣସି ଠୋସ ପଦକ୍ଷେପ ନେଉନଥିବାରୁ ସଚେତନ ନାଗରିକଙ୍କ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଥିବା କୁହାଯାଇଛି । ତେବେ "ଧାରଣାସ୍ଥଳକୁ ଲୋକପ୍ରତିନିଧି ଓ ଅଧିକାରୀ ନପହଞ୍ଚିବା କିମ୍ବା କୌଣସି ଆଲୋଚନା ନକରିବା ଅତନ୍ତ୍ୟ ଦୁର୍ଭାଗ୍ୟଜନକ ବିଷୟ" ବୋଲି କହି କ୍ଷୋଭପ୍ରକାଶ କରିଛନ୍ତି ଆନ୍ଦୋଳନକାରୀ । ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୨୫ ତାରିଖ ଏକ ସାଧାରଣ ସଭା କରାଯିବାକୁ ମଧ୍ୟ ଯୋଜନା ରହିଥିବା ଜଣାପଡ଼ିଛି ।


ଇଟିଭି ଭାରତ, ଅନୁଗୁଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.