ETV Bharat / state

'ଗାଁକୁ ଚାଲ' ଅଭିଯାନ: ପୁରୀରେ ବିଜେପିର ପ୍ରସ୍ତୁତି ବୈଠକ

author img

By ETV Bharat Odisha Team

Published : Jan 31, 2024, 7:39 PM IST

Village Chalo Campaign
'ଗାଁକୁ ଚାଲ' ଅଭିଯାନ

Village Chalo Campaign: ଲୋକଙ୍କ ନିକଟତର ହେବାକୁ ବିଜେପି କରିବ 'ଗାଁକୁ ଚାଲ' ଅଭିଯାନ । ଗାଁ ଗାଁରେ ଲୋକଙ୍କୁ ସଚେତନ କରାଇବେ ବିଜେପି ନେତା ଓ କର୍ମୀ । ଅଧିକ ପଢନ୍ତୁ

'ଗାଁକୁ ଚାଲ' ଅଭିଯାନ

ପୁରୀ: ବିଜେପି ପକ୍ଷରୁ ଆରମ୍ଭ ହେବ 'ଗାଁକୁ ଚାଲ' ଅଭିଯାନ । ଗାଁ ଗାଁରେ ଲୋକଙ୍କୁ ସଚେତନ କରାଇବେ ବିଜେପି ନେତା ଓ କର୍ମୀ । ପୁରୀ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଏଥିରେ ସଭାପତିତ୍ବ କରିଥିଲେ । ବୈଠକରେ ବରିଷ୍ଠ ବିଜେପି ନେତା ରମା ରଞ୍ଜନ ବଳିଆରସିଂ, ସତ୍ୟବାଦୀର ଯୁବନେତା ଓମ୍ ପ୍ରକାଶ ମିଶ୍ର, ବିଜେପିର ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହ ବହୁ ବରିଷ୍ଠ ନେତାଙ୍କ ସମେତ ମଣ୍ଡଳ ସଭାପତି ଯୋଗ ଦେଇଥିଲେ।

ତେବେ 'ଗାଁକୁ ଚାଲ' ଅଭିଯାନ ସମ୍ପର୍କରେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ କହିଛନ୍ତି, "ନିର୍ବାଚନ ପାଖେଇ ଆସୁଥିବାବେଳେ ତୃଣମୂଳ ସ୍ତରକୁ ଯାଇ ସଙ୍ଗଠନକୁ ମଜବୁତ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣ ଯୋଜନା ଲୋକଙ୍କ ନିକଟରେ ପହଞ୍ଚିଛି କି ନାହିଁ ତାହା ତଦାରଖ ସହ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଯାଉଛି । ଭ୍ରଷ୍ଟ, ଦୁର୍ନୀତି ଖୋର୍,ଅତ୍ୟାଚାରୀ ବିଜେଡି ସରକାରଙ୍କ କଳା କାରନାମା ବିଷୟରେ ଲୋକଙ୍କୁ ଅବଗତ କରାଯିବ । ଆସନ୍ତା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ଭୋଟ ଦେଇ ଜିତାଇବାକୁ ମଣ୍ଡଳ ଏବଂ ବୁଥ ସ୍ତରର କର୍ମକର୍ତ୍ତାମାନେ ଲୋକଙ୍କୁ ସଚେତନ କରାଇବେ। ଏନେଇ ଦଳୀୟ କର୍ମକର୍ତ୍ତାଙ୍କୁ ଦାୟିତ୍ଵ ଦିଆଯାଇଛି ।"

ଏହା ମଧ୍ୟ ପଢନ୍ତୁ...୩ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ; ସ୍ୱାଗତ ପାଇଁ ରାଜ୍ୟ ବିଜେପିର ଜୋରଦାର ତୟାରୀ , ଅଡିଓ-ଭିଡିଓ ରିଲିଜ

ପୁରୀ ଜିଲ୍ଲାର 6 ଟି ବିଧାନସଭା ଆସନରେ ବିଜେପି ବିପୁଳ ବିଜୟ ହାସଲ କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଦଳୀୟ ନେତା ଓ କର୍ମୀ । ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, "ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇଥିବା ପ୍ରାର୍ଥୀଙ୍କୁ ହିଁ କେବଳ ବିଧାନସଭା ଟିକେଟ୍ ଦିଆଯିବ ।"

ସେପଟେ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପିର ବରିଷ୍ଠ ନେତା ରମା ରଞ୍ଜନ ବଳିଆର ସିଂ କହିଛନ୍ତି, "ଆସନ୍ତା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିବ। ବିଜେଡି ସରକାରର ଭ୍ରଷ୍ଟ ଶାସନରେ ଲୋକେ ଅତିଷ୍ଠ ହୋଇପଡିଲେଣି। ବିଜେପିର 'ଗାଁକୁ ଚାଲ' ଅଭିଯାନ ପ୍ରତ୍ୟେକ ଲୋକଙ୍କ ନିକଟକୁ ଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଭଳି ଗରିବ ଲୋକଙ୍କ ପାଇଁ ଯୋଜନା କରିଛନ୍ତି ଆଉ ବିଜେଡି ସରକାର କିଭଳି ଏହିସବୁ ଯୋଜନାର ହରିଲୁଟ୍ କରୁଛି ସେନେଇ ସଚେତନ କରାଯିବ। ଆଗାମୀ ନିର୍ବାଚନରେ ବିଜେଡି ସହିତ କଡ଼ା ମୁକାବିଲା ହେବ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.